1-10-2018: କେମିତି କଟିବ ଆଜି? ଦୈନିକ ରାଶିଫଳ (ସୋମବାର)

ମେଷ : ଆଜି ଆପଣଙ୍କ ପାଇଁ ଅନେକ ଉତ୍ସାହ ଓ ଖୁସି ଖବର ନେଇ ଆସିବ । ଏହା ଆପଣଙ୍କ ଭିତରେ ନୂଆ ଉତ୍ସାହ ଭରିଦେବ । ଆଜି ଆପଣଙ୍କ ଭିତରେ ଅନେକ ନୂଆ ସମ୍ଭାବନା ଦେଖାଦେବ । ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥତା ଅନୁଭବ କରିବେ । କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ହେବ । ବ୍ୟବସାୟୀଙ୍କୁ ଅନେକ ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ ।

ବୃଷ : ଆଜି ଆପଣ ଖୁବ ସତେଜତା ଅନୁଭବ କରିବେ । ଚାକିରୀ କ୍ଷେତ୍ରରେ ଆପଣଙ୍କର ଉତ୍ସାହ ବଢିବ । ଅଫିସରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ମହିଳାଙ୍କର ସାମାଜିକ ଗତିବିଧିରେ ସମ୍ମାନ ବୃଦ୍ଧି ହେବ । ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ । ଧାର୍ମିକ ଯାତ୍ରାର ଆୟୋଜନ ହେବାର ଆଶା ରହିଛି ।

ମିଥୁନ : ଆଜି ନୂଆ କାମ ସମ୍ବନ୍ଧରେ ବିଚାର କରିବା ଲାଗି ଦିନଟି ଭଲ ରହିଛି । ସାମାଜିକ କାର୍ଯ୍ୟରେ ଆପଣଙ୍କର ଭୂମିକା ପାଇଁ ମାନ ଓ ପ୍ରତିଷ୍ଠା ବଢିବ । ଛାତ୍ରଛାତ୍ରୀଙ୍କ ଆଜି କିଛି ନୂଆ ଶିକ୍ଷା ଲାଭ କରିବେ । ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଏହାସହ ଶାରୀରିକ ସ୍ତରରେ ସୁସ୍ଥତା ଅନୁଭବ କରିବେ । ସଂପୂର୍ଣ୍ଣ ଦିନଟି ଭଲରେ ଅତିବାହିତ ହେବ ।

କର୍କଟ: କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ; କିନ୍ତୁ ସୁଖଭୋଗ କରିବା କଷ୍ଟସାଧ୍ୟ ହୋଇପାରେ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବାକୁ ପଡ଼ିବ। ଶତ୍ରୁମାନଙ୍କ ଠାରୁ ଦୂରେଇ ରହିବେ। ଅଯଥା ଖର୍ଚ୍ଚାନ୍ତ ହେବେ।

ସିଂହ: ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ଲାଭ କରିବେ। ସ୍ନେହ, ଶ୍ରଦ୍ଧାର ପାତ୍ର ହେବେ। ପରିବାରରେ ଆନନ୍ଦର ଲହରି ପ୍ରବାହିତ ହୋଇପାରେ। କର୍ମକ୍ଷେତ୍ର ସହଜ, ସରଳ ଓ ଆନନ୍ଦଦାୟକ ହୋଇପାରେ। ପାରିବାରିକ ଶାନ୍ତି ମିଳିବ।

କନ୍ୟା: ପ୍ରଥମେ ଅପ୍ରିୟ ପରିସ୍ଥିତି ଉପୁଜି ପାରେ। ଈର୍ଷା ପରାୟଣ ହୋଇପାରନ୍ତି। କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ଶୁଭକାର୍ଯ୍ୟରେ ଯୋଗ ଦେବେ।

ତୁଳା: ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଉପକୃତ ହେବେ। ବ୍ୟବହାର କୁଶଳତା ଯୋଗୁଁ ଜନ ସମାଜରେ ଆଦର ଲାଭ କରିବେ। ଅସୁସ୍ଥତାରୁ ଧୀରେ ଆରୋଗ୍ୟ ହେବେ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି।

ବିଛା : ଆଜି ଆପଣ ନିଜ ଉପରେ ଭରସା ରଖନ୍ତୁ । ନିଜ ବୁଦ୍ଧିରେ ଆଗକୁ ବଢନ୍ତୁ । ଅଫିସରେ କୌଣସି ନୂଆ ଯୋଜନାରେ କାମ କରିବେ । କୌଣସି ପୁରୁଣା ବନ୍ଧୁଙ୍କ ସହିତ ମିଶିବେ । ଆର୍ଥିକ ଖର୍ଚ୍ଚ ବଢିବାର ଆଶଙ୍କା ରହିଛି । ସାମାଜିକ କାମରେ ଆପଣଙ୍କର ଯୋଗଦାନ ରହିବ । ମହିଳାମାନେ ଜୀବନରେ ଆଗକୁ ବଢିବେ । ବିଦ୍ୟାର୍ଥୀଙ୍କ ପାଇଁ ସମୟଟି ଅନୁକୂଳ ରହିବ ନାହିଁ । ନକାରାତ୍ମକ ଭାବନାଠୁ ଦୂରେଇ ରହନ୍ତୁ ।

ଧନୁ : ଆଜି ଆପଣଙ୍କର ସାମ୍ଭାବ୍ୟ ସଂକଟ ଦୂର ହେବ । ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ । ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ଯୋଗ ଦେବା ପାଇଁ ସୁଯୋଗ ଆସିବ । ବାହାରକୁ ଗଲାବେଳେ ସାବଧାନତାର ସହ ଯାଆନ୍ତୁ । ଆର୍ଥିକ ଲାଭର ସୁଯୋଗ ମଧ୍ୟ ରହିଛି । ରୁଚିକର ଭୋଜନ ମିଳିବାର ଆଶା ରହିଛି । ଶାରୀରିକ ଓ ମାନସିକ ସ୍ତରରେ ନିଜର ଧ୍ୟାନ ରଖନ୍ତୁ ।

ମକର: ଆଳସ୍ୟ ପରାୟଣ ହୋଇପାରନ୍ତି। ସାଧନାରେ ସିଦ୍ଧି ଲାଭ କରିବେ। ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ସୁଖ-ସମ୍ଭୋଗର ଦିନଟି ଆଜି। ଉନ୍ନତି ପଥରେ ଆଗକୁ ବଢ଼ିବେ। ଚିନ୍ତାଧାରା ଉନ୍ନତମାନର ହେବ। କୌଣସି କାରଣରୁ ବିବ୍ରତ ହେବେ।

କୁମ୍ଭ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ମନରେ ପ୍ରସନ୍ନତା ଆସିବ। ମାନ୍ୟତା ପ୍ରାପ୍ତ ହେବେ। ଆର୍ଥିକ ଅଭିବୃଦ୍ଧି ଘଟିବ। ଦ୍ରବ୍ୟ ଲାଭର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିବ। ଶାନ୍ତି ବିରାଜମାନ ହେବ।

ମୀନ : ଆଜି ଅଫିସରେ ନୂଆ ଯୋଜନାରେ କାମ କରିପାରନ୍ତି । ସହକର୍ମୀଙ୍କ ସହଯୋଗ ପାଇବେ । ବ୍ୟବସାୟରେ ନୂଆ ପ୍ରସ୍ତାବ ଲାଭଦାୟକ ହେବ । ପାରିବାରିକ କାର୍ଯ୍ୟରେ ପରିବାର ଲୋକଙ୍କ ସହଯୋଗ ମିଳିବ । ରାଜନୀତିରେ ସୀମା ବଢାଇବେ ।  ଆର୍ଥିକ ସ୍ଥିତିରେ ସୁଧାର ହେବ । ପୁରୁଣା ଭୂସଂପତ୍ତି ମାମଲାରେ ସ୍ଥଗିତ ଥିବା କାମ ପୂରା ହେବ । ବ୍ୟବସାୟରେ ଫାଇଦା ମିଳିବ।  ପ୍ରେମୀଜନଙ୍କ ଠାରୁ ସୁଖ ଓ ସନ୍ତୋଷ ମିଳିବ ।

Leave a Reply

Your email address will not be published. Required fields are marked *