ଏହି ମା’ ନିଜ 1 ବର୍ଷର ପିଲାକୁ ଘରେ ବନ୍ଦ କରି ଚାଲିଗଲା, କିନ୍ତୁ 10 ବର୍ଷ ପରେ ଯେବେ ଫେରିଲା ତ, ଯାହା ଦେଖିଲା ଉଡିଗଲା ହୋସ

ଆପଣ ମାନେ ଜାଣିଥିବେ ମା ଓ ଛୁଆ ମଧ୍ୟରେ କେତେ ଗଭୀର ସମ୍ପର୍କ ରହିଥାଏ । ଗୋଟେ ମା ନିଜ ଛୁଆକୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଥାଏ । ଯଦି ପିଲା ଆଘାତ ହୋଇଥାଏ ତେବେ ସବୁଠାରୁ ଅଧିକ କଷ୍ଟ ମାକୁ ହୋଇଥାଏ । କିନ୍ତୁ ଆଜିର ଆମର ଏହି ଲେଖାରେ ଏହାର କିଛି ବିପରୀତ ଫଳ ଦେଖିବାକୁ ମିଳିବ । ଏମିତି ଏକ ମା ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଛୁଆକୁ ମାରିବା ପାଇଁ ଛାଡି ଦେଇ ଯାଇଥିଲା । ଏହି ଘଟଣାଟି ରୁଶିୟାରୁ ଆରମ୍ଭ ହୋଇଥିଲା ।

ସେଠାରେ ଗୋଟେ ଘରେ ବର୍ଷକର ଝିଅକୁ ନିଜ ମା ତା ଘରେ ବନ୍ଦ କରି କୁଆଡେ ପଳାଇ ଯାଇଥିଲା । କିଛି ଦିନ ପରେ ଜେଣ ବ୍ୟକ୍ତି ସେହି ବାଟରେ ଯାଉଥିବା ସମୟରେ କିଛି ଶବ୍ଦ ଶୁଣିବାକୁ ଲାଗିଲା । ଏହା ପରେ ସେହି ବ୍ୟକ୍ତିଟି ଘର ଭିତରକୁ ଯାଇ ଦେଖିବାକୁ ପାଇଲା ଯେ କେହି ସେଠାରେ ନାହାନ୍ତି । ଏହା ପରେ ସେ ପୋଲିସକୁ ସୂଚନା ଦେବା ପରେ ପୋଲିସ ସେଠାରେ ପହଞ୍ଚି ପିଲାଟିକୁ ଉଦ୍ଧାର କରିଥିଲେ ।

ଏହା ପରେ ପିଲାକୁ ତୁରନ୍ତ ହସପିଟାଲ ନେବା ପରେ ତାର ଅବସ୍ଥା ଗୁରୁତର ଥିଲା । କିନ୍ତୁ ଡାକ୍ତରଙ୍କ ଚେଷ୍ଟା ପରେ ସେହି ପିଲାଟିର ଅବସ୍ଥାରେ ସୁଧାର ଆସିବାକୁ ଲାଗିଲା । କିନ୍ତୁ ମାର ମମତା କମ ହେବା ଯୋଗୁ ସେହି ଝିଅ ଲିଜାର ସ୍ୱାସ୍ଥ୍ୟରେ ଏତେ ବି ସୁଧା ଆସି ନ ଥିଲା । ଏହା ପରେ ସେହି ହସ୍ପିଟାଲରେ ଥିବା ଜଣେ ମହିଳା ନେକି ଲିଜାଙ୍କର କେୟାର କରିବାକୁ ଲାଗିଲେ ।

ଲିଜାଙ୍କୁ ନେକି ମା ଭଳି ସ୍ନେହ ଦେବାକୁ ଲାଗିଲେ ଯାହା ଦ୍ଵାରା ଲିଜା ସୁସ୍ଥ ହୋଇଥିଲେ । ଦିନେ ନେକି ଲିଜାଙ୍କୁ ହସ୍ପିଟାଲରେ ନ ପାଇ ଚିନ୍ତିନ୍ତ ହୋଇଥିଲେ । ପରେ ଜାଣିବାକୁ ପାଇଲେ ଲିଜାଙ୍କୁ ଅନାଥ ଆଶ୍ରମରେ ପଠାଇ ଦିଆଯାଇଛି । ଏହା ଶୁଣିବା ପରେ ନେକି ଲିଜାଙ୍କୁ ଅନାଥ ଆଶ୍ରମରୁ ଆଡ଼ପ୍ଟ କରି ନିଜ ଘରେ ଆଣି ଝିଅ ଭଳି ରଖିବାକୁ ଲାଗିଲେ ।

ଏହା ପରେ ଲିଜାଙ୍କର ଚାଲିବାକୁ ଅସୁବିଧା ହେବାରୁ ନେକି ତାଙ୍କୁ ଡ୍ୟାନ୍ସ କ୍ଳାସ ପଠାଇଥିଲେ ଯାହା ଦ୍ଵାରା ଲିଜା ବହୁତ ଜଲ୍ଦି ରିକଭର କରିଲେ । ନେକି ନିଜ ମା ଠାରୁ ବି ଅଧିକ ସ୍ନେହ ଓ ଭଲ ପାଇବା ଲିଜାକୁ ଦେଲେ ଯାହା ଦ୍ଵାରା ଦୁହିଙ୍କ ମଧ୍ୟରେ ଭଲ ବଣ୍ଡିଙ୍ଗ ରହିଥିଲା । ବର୍ତ୍ତମାନ ଲିଜା ଜଣେ ମଡ଼େଲର ହେବା ସହ ନିଜ କ୍ଯାରିୟରରେ ସଫଳ ଅଛନ୍ତି ।

ଯେବେ ଲିଜାଙ୍କ କାହାଣୀ ଖବର କାଗଜରେ ପ୍ରକାଶ ପାଇଥିଲା ସେହି ସମୟରେ ତାଙ୍କ ପ୍ରକୃତ ମା ତାଙ୍କ ସହ ଦେଖା କରିବାକୁ ଇଚ୍ଛା କରିଥିଲେ ମଧ୍ୟ ଲିଜା ଦେଖା କରିବାକୁ ମନା କରିଥିଲେ । ଲିଜା କହିଥିଲେ ତାଙ୍କ ମା ସେତେବେଳେ କେଉଁଠି ଥିଲେ ଯେତେବେଳେ ସେ ଭୋକ ଉପାସରେ ଗୋଟେ ବନ୍ଦ ଘରେ ତାଙ୍କୁ ଛାଡି ଚାଲି ଯାଇଥିଲେ । ଏହି ପରି ଭାବେ ନେକି ନିଜ ମା ନ ହୋଇଥିଲେ ମଧ୍ୟ ଲିଜାଙ୍କର ଏପରି ଲାଲାନପାଳନ କରିଛନ୍ତି ଯାହା ବାସ୍ତବରେ ପ୍ରଶଂସାଯୋଗ୍ୟ ଅଟେ ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣଙ୍କର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *