ଯଦି ଆପଣଙ୍କୁ ମିଳୁଛି ଏହି 5ଟି ସଙ୍କେତ, ତେବେ ଆପଣ କୌଣସି ସାଧାରଣ ମନୁଷ୍ୟ ନୁହନ୍ତି- Krishna Vani

ବନ୍ଧୁଗଣ, ସଂପୂର୍ଣ୍ଣ ବିଶ୍ଵ ରେ ସର୍ବ-ଶକ୍ତିମାନ ଇଶ୍ଵର ଅଟନ୍ତି । ତାଙ୍କର ଆଜ୍ଞା ନଥିଲେ, ଗୋଟିଏ ପତ୍ର ମଧ୍ୟ ହଲି ନଥାଏ । ବନ୍ଧୁଗଣ ଇଶ୍ଵର ପ୍ରତ୍ୟକ୍ଷ ଭାବରେ ଦେଖା ନଯାଇଥିଲେ ମଧ୍ୟ ଅପ୍ରତ୍ୟକ୍ଷ ସମଗ୍ର କୋଣ କୋଣ ରେ ଉପସ୍ଥିତ ଅଟନ୍ତି । ବନ୍ଧୁଗଣ ଆମ୍ଭ ମାନଙ୍କ ମଧ୍ୟରୁ କିଛି ଲୋକ ବହୁତ ଭାଗ୍ୟଶାଳୀ ଅଟନ୍ତି । କାରଣ ସେମାନଙ୍କ ଉପରେ ଇଶ୍ଵରଙ୍କର ବିଶେଷ କୃପା ରହିଥାଏ । ସେମାନଙ୍କ ଆଖ ପାଖରେ କିଛି ବିଶେଷ ଶକ୍ତି ବିଦ୍ୟମାନ ହୋଇଥାନ୍ତି ଯାହାକି ସେମାନଙ୍କୁ ଉଚିତ ମାର୍ଗ ଦେଖାଇଥାନ୍ତି ।

ବନ୍ଧୁଗଣ ଏହି ଈଶ୍ଵରୀୟ ଶକ୍ତି କିଛି ଏଭଳି ବ୍ୟକ୍ତିଙ୍କୁ ବାଛିଥାନ୍ତି ଯେଉଁମାନେ ନିଜେ ଉଚିତ ମାର୍ଗ ରେ ଚାଲିବା ସହିତ ଅନ୍ୟ ଅସହାୟ ବ୍ୟକ୍ତିଙ୍କର ମଧ୍ୟ ସହାୟତା କରିପାରିଥାନ୍ତି । ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନଙ୍କ ମଧ୍ୟରେ ଏହି ୫ ଟି ଲକ୍ଷଣ ଦେଖାଯାଇଥାଏ, ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି ।

ବନ୍ଧୁଗଣ ପ୍ରାଚୀନ କାଳର ଗ୍ରନ୍ଥ ମାନଙ୍କରେ କିଛି ଏଭଳି ସଙ୍କେତ ମାନଙ୍କ ସମ୍ବନ୍ଧରେ କୁହାଯାଇଅଛି ଯେ, ଯାହା ଦ୍ଵାରା ଆମ୍ଭେ ଜାଣିପାରିବା ଯେ, ସେହି ବ୍ୟକ୍ତି ଉପରେ ଈଶ୍ଵରଙ୍କ କୃପା ରହିଅଛି । ଏହା ସହିତ ଅଲୌକିକ ଶକ୍ତି ମଧ୍ୟ ସେମାନଙ୍କ ସହିତ ରହିଥାଏ ।

୧- ଯେଉଁ ବ୍ୟକ୍ତିମାନଙ୍କର କାମ, କ୍ରୋଧ, ଈର୍ଷା, ଲୋଭ, ମୋହ-ମାୟା, ଅହଂକାର ଭଳି ଭାବନା ରହିନଥାଏ । ଏହିଭଳି ବ୍ୟକ୍ତି ମାନଙ୍କ ଠାରେ ଈଶ୍ଵରଙ୍କ ବିଶେଷ କୃପା ରହିଥାଏ । ଏହିଭଳି ବ୍ୟକ୍ତିମାନେ ନିଜକୁ ଆୟତରେ ରଖିଥାନ୍ତି ଅର୍ଥାତ ସେମାନେ କାହାର ନିନ୍ଦା କରିନଥାନ୍ତି ।

୨- ଯଦି କୌଣସି ବ୍ୟକ୍ତି ଙ୍କୁ ସ୍ଵୋପ୍ନ ରେ ମନ୍ଦିର ଅଥବା ତାହାର ଆଖାପାଖି ର ପରିସର ଦେଖା ଯାଇଥାଏ, ତେବେ ଶାସ୍ତ୍ର ରେ ଏହି ବ୍ୟକ୍ତି ମାନଙ୍କୁ ଭାଗ୍ୟଶାଳୀ ମାନାଯାଇଅଛି ।

୩- ଯେଉଁ ବ୍ୟକ୍ତି ନିଜ ଦୈନିକ କାର୍ଯ୍ୟରୁ ସମୟ ବାହାର କରି ଈଶ୍ଵରଙ୍କ ଭକ୍ତି ତଥା ଆରାଧାନ ତଥା ନାମ ସ୍ମରଣ ରେ ବ୍ୟତୀତ କରିଥାଏ । ଏହା ସହିତ ଈଶ୍ଵରଙ୍କୁ ସତ୍ୟ ମାନି ତାଙ୍କ ଅନୁଭୂତି କରିବାକୁ ସମର୍ଥ ହୋଇଥାଏ । ବାସ୍ତବରେ ସେହି ବ୍ୟକ୍ତି ମାନଙ୍କ ଠାରେ ଈଶ୍ଵରୀୟ ଶକ୍ତି ର ବାସ ହୋଇଥାଏ ।

୪- ଯେଉଁ ବ୍ୟକ୍ତି ସମାଜ ପ୍ରତି ନିଜର କର୍ତବ୍ୟ ତଥା ଦାଇତ୍ଵ ଭାବି ସତକାର୍ଯ୍ୟ ତଥା ପୂଣ୍ୟକାର୍ଯ୍ୟ କରିଥାଏ, ଅସୁବିଧା ରେ ଫସିଥିବା ଲୋକ ମାନଙ୍କର ସାହାର୍ଯ୍ୟ କରିଥାଏ । ବିପଦ ସମୟରେ ମନୁଷ୍ୟ ତଥା ପଶୁପକ୍ଷୀ ଙ୍କର ସବୁପ୍ରକାର ସାହାର୍ଯ୍ୟ କରିଥାନ୍ତି । ଇଶ୍ଵର ତାଙ୍କ ଉପରେ ବହୁତ ପ୍ରସନ୍ନ ରହିଥାନ୍ତି ।

୫- ବନ୍ଧୁଗଣ ଈଶ୍ଵରୀୟ କୃପା ପ୍ରାପ୍ତ ବ୍ୟକ୍ତି ମାନଙ୍କ ମଧ୍ୟରେ ଏକ ଅନୋଖି ଶକ୍ତି ରହିଥାଏ । ସେହି ଶକ୍ତି ଟି ହେଉଛି ପୂର୍ବାଭାସ ର ଅର୍ଥାତ ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣାର ପୂର୍ବରୁ ଆଭାସ ହୋଇଯିବା । ବନ୍ଧୁଗଣ ଏହି ୫ ବିଶେଷ ବିବରଣୀ ସମ୍ବନ୍ଧରେ ଜାଣି ଆପଣଙ୍କୁ ଭଲ ଲାଗୁଥିଲେ, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *