ଉନ୍ମୋଚିତ ହେଲା ୧୦୦ ଟଙ୍କିଆ, ପ୍ରଥମଥର ଭାରତୀୟ ଟଙ୍କାରେ ଛପା ହେଲା ଅଟଳବିହାରୀ ବାଜପେୟୀ ଙ୍କ ଫଟୋ– ଦେଖିନିୟନ୍ତୁ ପ୍ରଥମେ

୨୫ ଡିସେମ୍ବରକୁ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିନ ଥିଲା । ତାଙ୍କ ଜନ୍ମଦିନ ଓ ତାଙ୍କ ସ୍ମୃତିରେ ପିଏମ୍ ମୋଦୀ ଅଟଳଜୀଙ୍କ ଫଟୋଥିବା ୧୦୦ ଟଙ୍କିଆ ମୁଦ୍ରା ଉନ୍ମୋଚିତ କରିଛନ୍ତି ।  ଏହି ମୁଦ୍ରାର ଓଜନ ୩୫ ଗ୍ରାମ ଅଟେ । ଏଥିରେ ୫୦ ପ୍ରତିଶତ ଚାନ୍ଦୀ । ୪୦ ପ୍ରତିଶତ ତମ୍ବା । ପାଞ୍ଚ ପ୍ରତିଶତ ନିକେଲ୍  ଓ ପାଞ୍ଚ ପ୍ରତିଶତ ଜସ୍ତାରୁ ହୋଇଛି । ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ସୋମବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦୦ ଟଙ୍କିଆ ସ୍ମାରକ ମୁଦ୍ରା ଉନ୍ମୋଚନ କରିଛନ୍ତି ।

ମୁଦ୍ରାର ପଛ ପଟେ ଅଟଳ ଜୀଙ୍କ ଫଟୋ ଅଛି । ଉପର ବାମ କଡେ ଦେବନାଗରୀ ଓ ଡାହାଣପଟେ ଇଂର୍ଜୀରେ ଅଟଳ ବିହାରି ବାଜପେୟୀ ଲେଖା ହୋଇଛି । ତଳ ଭାଗରେ ୧୯୨୪ ରୁ ୨୦୧୮ ଲେଖା ହୋଇଛି । କହିଦେବୁ କି ପୂର୍ବ ପ୍ରଧାନମନ୍ତ୍ରି ଅଟଳ ବିହାରୀ ବାଜପେୟୀ ଏହି ବର୍ଷ ୧୬ ଅଗଷ୍ଟକୁ ୯୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଥିଲା । ସେ ତିନିଥର ଦେଶର ପ୍ରଧାନମନ୍ତ୍ରୀ ହିସାବରେ ଦେଶର ସେବା କରିଥିଲେ ।

ଏହି ମୁଦ୍ରାର ମଝିରେ ଅଶୋକ ସ୍ତମ୍ଭ ରହିବ । ଯାହାର ତଳେ ସତ୍ୟମେବ ଜୟତେ ଲେଖା ହେବ । ବାମ କଡ ଓ ଡାହାଣ କଡରେ ଇଂରାଜୀରେ ଇଣ୍ତିଆ ଲେଖାଯିବ । ଅଶୋକ ସ୍ତମ୍ଭର ତଳେ ଟଙ୍କାର ପ୍ରତୀକ ଚିହ୍ନ ଓ ଇଂରାଜୀରେ ୧୦୦ ଲେଖା ହେବ ।

ଉତ୍ତରାଖଣ୍ତ ସରକାର ପୂର୍ବରୁ ଡେରାଡୁନ୍ ଏୟାରପୋର୍ଟରେ ନାଁ ବଦଳାଇକରି ପୁର୍ବ ପ୍ରଧାନମନ୍ତ୍ରୀଙ୍କ ନାଁରେ ଘୋଷଣା କରାଯାଇଛି । ଏହା ପୁର୍ବରୁ ଲକ୍ଷ୍ନୌର ପ୍ରସିଦ୍ଧ ହଜରତ ଗଂଜ ରେ ନାଁ ବଦଲାଇକରି ଅଟଳ ଚୌକ କରାଯାଇଛି ।

ମଧ୍ୟ ପ୍ରଦେଶର ସରକାର ବଦଳିବାର ପୂର୍ବ ପ୍ରଧାନମନ୍ତ୍ରି ଅଟଳ ବିହାରି ବାଜପେୟୀକୁ ନିଜର ନାଁ ବନାଇବା ପାଇଁ ହୋଡ୍ ଜାରି ହୋଇଥିଲା । ଗୋଟେ ତରଫରୁ କମଳନାଥ ସରକାର ଅଟଳ ବିହାରୀଙ୍କ ଜନ୍ମଦିନକୁ ସୁଶାସନ ଦିବସ ଭାବେ ପାଳିବା ପାଈଁ ଫଇସଲା ନେଇଛନ୍ତି । ସେମିତି ବିଜେପି ୨୫ ଡିସେମ୍ବରକୁ ସୁଶାସନ ଦିବସ ରୁପେ ଏହାକୁ ପାଳୁଛନ୍ତି ।

Leave a Reply

Your email address will not be published. Required fields are marked *