“11 ଛୁଆର ମାଆ ହେଲେଣି, ସ୍ଵାମୀ କହୁଛି ଆଉ କର”… ସ୍ଵାମିକୁ ନ ଜଣେଇ ସ୍ତ୍ରୀ କଲା କିଛି ଏମିତି, ଜାଣିବା ପରେ ସ୍ଵାମୀ ସ୍ତ୍ରୀ ସହ ଯାହା କଲା ଜାଣି ଆପଣଙ୍କ ରକ୍ତ ଗରମ ହୋଇଯିବ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଖବର ଅନୁଯାୟୀ ଜଣେ ମହିଳା ୧୧ଟି ଛୁଆର ମାଆ ହୋଇସାରିଲେଣି । ପ୍ରତିବର୍ଷ ଗୋଟିଏ ଗୋଟିଏ ସନ୍ତାନ ଜନ୍ମ କରୁଛନ୍ତି । ଛୁଆ ଜନ୍ମ କରି ସ୍ତ୍ରୀ ଦୁର୍ବଳ ହୋଇଗଲେଣି ପଛେ କିନ୍ତୁ ସ୍ଵାମୀ ନାରାଜ କହୁଛି ମୋର ଆହୁରି ଛୁଆ ଦରକାର ତୁ ଆହୁରି ଛୁଆ କର । ଛୁଆ ନ କଲେ ତୁ ଘରେ ପଶିପାରିବୁନି ବୋଲି ଧମକ ଦେଉଛି ସ୍ଵାମୀ । ତେବେ କେଉଁଠାରେ ଘଟିଛି ଏହି ଘଟଣା କଣ ରହିଛି ପୁରା ଖବର ଆସନ୍ତୁ ଜାଣିବା ।

ସୂଚନା ଅନୁଯାୟୀ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ତେଲକୋଇ ବ୍ଲକ ସଲେଇକନା ପଞ୍ଚାୟତ ଡିମିରିଆ ଅଞ୍ଚଳରେ । ଗ୍ରାମର ରବି ଦେହୁରି ସ୍ତ୍ରୀ ଜାନକୀଙ୍କର ୧୧ଟି ସନ୍ତାନ ରହିଛି । ଗୋଟିଏ ପିଲାର ମୃ-ତ୍ୟୁ ପରେ ଏବେ ଦଶ ଜଣ ପିଲା ରହିଛନ୍ତି । କୋଳରେ ଏବେ ଏକ ମାସ ଶିଶୁ ମଧ୍ୟ ରହିଛି । ଜାନକୀ ପ୍ରତ୍ୟକ ବର୍ଷ ଗୋଟିଏ ଲେଖାଏ ସନ୍ତାନ ଜନ୍ମ କରି ବହୁତ ଅଧିକ ଦୁର୍ବଳ ହୋଇପଡିଛନ୍ତି ।

ସେଥିପାଇଁ ତାଙ୍କୁ ବହୁତ କଷ୍ଟ ମଧ୍ୟ ଅନୁଭୂତ ହେଉଥିଲା । ତେଣୁ ଶିବିରକୁ ଯାଇ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଦେଲେ । ଏହା କରିସାରିବା ପରେ ଯେତେବେଳେ ଜାନକୀ ଘରକୁ ଆସିଲେ ସ୍ଵାମୀ ତାହା ଜାଣିବା ପରେ ତାଙ୍କୁ ଆଉ ଘରେ ପୁରାଇଲେ ନାହିଁ । ସ୍ଵାମୀ କହୁଛନ୍ତି ଅସ୍ତ୍ରୋପଚାର କରି ତୁ ମାରା ହୋଇଗଲୁ ତୁ ଆଉ ଆମ ପିତୃ ପୁରୁଷଙ୍କୁ ପାଣି ଦେଇପାରିବୁନି । ତେଣୁ ତୁ ଆଉ ମୋ ଘରେ ପଶିବୁନି ନଚେତ ତତେ ମାରିଦେବି ବୋଲି ଧମକ ଦେଉଛନ୍ତି ଜାନକୀଙ୍କର ସ୍ଵାମୀ ।

ଘରେ ନ ପଶିପାରିବାରୁ ଉପାୟ ହିନ ହୋଇ ଜାନକୀ ତାଙ୍କ ଘର ପାଖରେ ଥିବା ଆମ୍ବ ଗଛ ମୂଳରେ ତାଙ୍କ ଦଶଟି ପିଲାଙ୍କ ସହ ବସି ରହିଛନ୍ତି । ଜାନକୀଙ୍କ ସ୍ଵାମୀକୁ ଯିଏ ବୁଝାଇବାକୁ ଗଲେ ମଧ୍ୟ ସେ ବୁଝିବା ପାଇଁ ନାରାଜ । ଆଉ କହୁଛନ୍ତି ଯଦି ମୋ ପାଖକୁ ଆଉ କେହି ବୁଝାଇବା ପାଇଁ ଆସ ତେବେ ମୁଁ ଧନୁ ସରରେ ତାକୁ ମା-ରି-ଦେବି ।

ଏଭଳି ଏକ ସଂବେଦନଶୀଳ ଘଟଣା ପରେ ତେଲକୋଇ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ତାଙ୍କ ରହିବା ଏବଂ ଖାଇବା ବ୍ୟବସ୍ତା ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କରାଯାଉଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *