ନୀଳ, ନାଲି କାହିଁକି ଏହି ଦୁଇ ରଙ୍ଗର ହୋଇଥାଏ ଟ୍ରେନର ଡବା ? 99% ଲୋକ ଜାଣି ନାହାଁନ୍ତି ଏହା ପଛରେ ଥିବା ରହସ୍ୟ

ନମସ୍କାର ବନ୍ଧୁଗଣ, ଟ୍ରେନରେ ଯାତ୍ରା କରି ଟ୍ରେନ ଯାତ୍ରାର ମଜା ତ ସମସ୍ତେ ଉଠାଇଥିବେ । କିନ୍ତୁ କଣ ଆପଣଙ୍କ ମନରେ କେବେ ଏହି ପ୍ରଶ୍ନ ଉଙ୍କି ମାରିଛି କି ଟ୍ରେନ ର ରଙ୍ଗ କେବଳ କାହିଁକି ନାଲି ଆଉ ନୀଳ ? କାହିଁକି ଆଉ କେଉଁ ରଙ୍ଗର ଟ୍ରେନ ନାହିଁ । ଗାଡି ମଟର ଭଳି ଟ୍ରେନର କାହିଁକି ନୂଆ ନୂଆ ଭିନ୍ନ ରଙ୍ଗ ନାହିଁ । ଯଦି ଆପଣଙ୍କ ମନରେ ଏହି ପ୍ରଶ୍ନ ରହିଛି ତେବେ ଆଜି ଆମେ ଆପଣଙ୍କ ମନରେ ଥିବା ସେହି ପ୍ରଶ୍ନର ଉତ୍ତର ଦେବା ପାଇଁ ଯାଉଛି ।

ନୀଳ ରଙ୍ଗର ଟ୍ରେନ ଡବାକୁ ଇନ୍ଟ୍ରଗର୍ଲ କୋଚ ବୋଲି କୁହାଯାଏ । ଏହା ପାରମ୍ପରିକ ରେଳବାଇ କୋଚ ଅଟେ । ଏହି କୋଚର ନିର୍ମାଣ ୧୯୫୨ ମସିହାରେ ତାମିଲନାଡୁର ଚେନ୍ନାଇରେ ହୋଇଥିଲା । ସେହିଭଳି ଟ୍ରେନର ଲାଲ ରଙ୍ଗର ଡବାକୁ LBH କୋଚ ବୋଲି କୁହାଯାଏ । ଏହି ଟ୍ରେନକି ତିଆରି କରିବାର କାମ ଭାରତରେ ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ।

ଏହାକୁ ଜର୍ମାନ କମ୍ପାନୀ ଲିଙ୍କ ହୋପ ମ୍ୟାନ ବୁସ ଡିଜାଇନ କରିଥିଲେ । ଦୁର୍ଘଟଣା ସମୟରେ ଲାଲ ରଙ୍ଗର ଡବା ପରସ୍ପର ଉପରେ ଚଢିଯାଇଥାନ୍ତି । ଡୁଆଲ ବଫର ସିଷ୍ଟମ କାରଣରୁ ଏପରି ହୋଇଥାଏ । କିନ୍ତୁ ନୀଳ ରଙ୍ଗର କୋଚ ପରସ୍ପର ଉପରେ ଚଢିନଥାନ୍ତି କାରଣ ସେମାନଙ୍କ ମଧ୍ୟରେ ସେଣ୍ଟର ବଫର କିଲିଙ୍ଗ ସିଷ୍ଟମ ରହିଥାଏ । ଏଥିରେ ଜୀବନ ଯିବାର ସମ୍ଭାବନା ବହୁତ କମ ରହିଥାଏ ।

ଲାଲ ରଙ୍ଗର କୋଚ ଷ୍ଟିଲରେ ତିଆରି ହୋଇଥାଏ । ଏହାର ଓଜନ ବହୁତ ଅଧିକ ହୋଇଥାଏ । ସେହିଭାଲି ନୀଳ ରଙ୍ଗର ଡବା ଷ୍ଟେନଲେସ ଷ୍ଟିଲରେ ତିଆରି ହୋଇଥାଏ । ଏହା ଓଜନରେ ହାଲୁକା ହୋଇଥାଏ । ନୀଳ ରଙ୍ଗ ଡବାର ଓଜନ ଲାଲ ରଙ୍ଗର ଡବା ଠାରୁ ଦଶ ପ୍ରତିଶତ କମ ହୋଇଥାଏ । ଲାଲ ରଙ୍ଗର ଟ୍ରେନର ସ୍ପିଡ କମ ହୋଇଥାଏ ।

ଏହି କୋଚ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଯାଇପାରେ । କିନ୍ତୁ ନୀଳ ରଙ୍ଗର ଡବା ଲାଲ ରଙ୍ଗର ଡବା ଠାରୁ ଆଧିକ ବେଗରେ ଯାଇପାରେ । ଏହା ୨୦୦ କିଲୋମିଟର ପ୍ରତି ଘଣ୍ଟା ପ୍ରତି ବେଗରେ ଯାଇପାରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *