ପାଖରେ ଅଛି କି ଚିରାଫଟା ନୋଟ ? ଜାଣନ୍ତୁ କାହାକୁ ଫେରାଇବେ ଚିରା-ଫଟା ନୋଟ

ନମସ୍କାର ବନ୍ଧୁଗଣ, ବିନା ପଇସାରେ ବର୍ତ୍ତମାନ ଦୁନିଆ ଚାଲିବା ଅସମ୍ଭବ ତେଣୁ ଟଙ୍କାଟିଏର ବି ମୂଲ୍ୟ ରହିଛି । ଏହି ପରିସ୍ଥିତିରେ ଯଦି କୌଣସି କାରଣ ପାଇଁ କାଗଜ ନୋଟର ପଇସାଟିଏ ଚିରି ଯାଏ ତେବେ ମଣିଷ ପାଗଳ ସଦୃଶ ହୋଇଯିବା ସ୍ଵାଭାବିକ । କିନ୍ତୁ କଣ ଆପଣ ଜାଣନ୍ତି ସେହି ଚିରି ଯାଇଥିବା ନୋଟ ବଦଳରେ ଆପଣ ପାଇପାରିବେ ନୂଆ ନୋଟ । ଆପଣଙ୍କୁ ଏହି ଚିରା-ଫଟା ନୋଟ ବଦଳରେ କିଏ ଦେବ ନୂଆ ନୋଟ ଏଥିପାଇଁ ଆପଣଙ୍କୁ କଣ କରିବା ପାଇଁ ପଡିବ ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଚିରା-ଫଟା ନୋଟ ନେବା ପାଇଁ ଦୋକାନୀ ମନା କରିଦେଇଥାଏ । ତେଣୁ ଚିରା-ଫଟା ନୋଟ ଅଚଳ ହୋଇଯାଏ । ଆପଣ ଚିରି ଯାଇଥିବା ଟଙ୍କାର ସଠିକ ମୂଲ୍ୟ ପାଇପାରିବେ ସେଥିପାଇଁ ଆପଣଙ୍କୁ ରିଜର୍ଭ ବ୍ୟାଙ୍କର ଗାଇଡ ଲାଇନକୁ ମାନିବା ପାଇଁ ପଡିବ । ଯଦି ଆପଣଙ୍କ ପାଖରେ ଚିରା ଫଟା ନୋଟ ରହିଛି ତେବେ ଆପଣ ତାହାକୁ ବ୍ୟାଙ୍କରେ ଜମା କରି ସହଜରେ ବଦଳାଇ ପାରିବେ ।

RBI ବ୍ୟାଙ୍କ ନିୟମ ଅନୁଯାୟୀ ଯଦି କୌଣସି ବ୍ୟାଙ୍କ ଚିରା ଫଟା ନୋଟ ବଦଳାଇବା ପାଇଁ ମନା କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ବ୍ୟାଙ୍କ ଚିରା ନୋଟ ନେବା ପାଇଁ ମନା କରିଦିଏ ତେବେ ଆପଣ RBIର ୱେବ ସାଇଟକୁ ଯାଇ ଏହାର ଅନଲାଇନ ଅଭିଯୋଗ କରିପାରିବେ । ଚିରା ଫଟା ନୋଟ ବଦଳାଇବା ପାଇଁ ଏକ ନିର୍ଦ୍ଧିଷ୍ଟ ସୀମା ନିର୍ଧାରିତ କରାଯାଇଛି ।

ଜଣେ ବ୍ୟକ୍ତି ଗୋଟିଏ ଥରରେ ଅତି ବେଶିରେ ୨୦ ଟି ଚିରା ନୋଟ ବଦଳାଇ ପାରିବେ । କିନ୍ତୁ ତାହାର ସମୁଦାୟ ମୂଲ୍ୟ ୫୦୦୦  ଟଙ୍କାରୁ ଅଧିକ ନ ହେବା ଉଚିତ । ସେହିଭଳି ଯଦି ଅଧିକାଂଶ ଭାଗ ନୋଟ ଜଳିଯାଇଥାଏ ତାହାକୁ ବ୍ୟାଙ୍କରେ ବଦଳାଇ ଯାଇ ପାରିବ ନାହିଁ । କାରଣ ତାହା କେବଳ RBI  ଦ୍ଵାରା ଇସୁ କରାଯାଇଥିବା ଅଫିସରେ ହିଁ ବଦଳାଇ ଦିଆ ଯାଇପାରିବ ।

୨୦୦୦ ଟଙ୍କିଆ ନୋଟର ଯଦି ୮୮ ବର୍ଗ ସେଣ୍ଟିମିଟର ଥିବ ତେବେ ତାହାର ସମ୍ପୂର୍ଣ ମୂଲ୍ୟ ମିଳିବ । ୪୪ ସେଣ୍ଟିମିଟର ଥିଲେ ମିଳିଥାଏ ଅଧା ମୂଲ୍ୟ । ୨୦୦ ଟଙ୍କିଆ ନୋଟର ୭୮ ବର୍ଗ ସେଣ୍ଟିମିଟର ଥିଲେ ମିଳିଥାଏ ପୁରା ଟଙ୍କା । ଖଣ୍ଡ ଖଣ୍ଡ ହୋଇଯାଇଥିବା ନୋଟକୁ ବ୍ୟାଙ୍କ ବଦଳାଇ ନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *