ଲିଭର ସିରୋସିସ୍ କ’ଣ ? ଦେଖନ୍ତୁ କଣ ପାଇଁ ଏ ରୋଗ ହୁଏ, ଦେଖନ୍ତୁ ସବୁ ପ୍ରଶ୍ନର ଉତ୍ତର

ବନ୍ଧୁଗଣ ବର୍ତ୍ତମାନ ସମୟରେ ଲିଭର ଶିରୋଷିସ ରୋଗ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ନିକଟରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଏହି ରୋଗରେ ପୀଡିତ ଅଛନ୍ତି ଆଉ ତାଙ୍କୁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ତେବେ ଲିଭର ଶିରୋସିସ ରୋଗର କାରଣ କଣ, ଏହାର ଲକ୍ଷଣ କଣ ଆସନ୍ତୁ ଜାଣିବା । ପ୍ରଥମେ ଆସନ୍ତୁ ଜାଣିବା ଲିଭର ଶିରୋଇସ ରୋଗ କଣ । ପ୍ରଥମେ ଯେବେ ଲିଭର ଛୁଇଁବେ ନରମ ଲାଗିବ ।

କିନ୍ତୁ ଯେବେ ନରମ ଲିଭରଟି ଟାଣ ହୋଇଯାଏ ସେହି ଅବସ୍ଥାକୁ ଲିଭର ଖରାପ ହେବାର କୁହାଯାଏ । ଲିଭର ଖରାପ ହେବାର 3ଟି ପର୍ଯ୍ୟାୟ ଥାଏ । ପ୍ରଥମଟି ଲିଭର ଉପରେ ଚର୍ବି ଜମା ହୋଇଥାଏ ଯାହାକୁ ଫ୍ୟାଟି ଲିଭର କୁହାଯାଏ । ଦ୍ଵିତୀୟ ପର୍ଯ୍ୟାୟରେ ଲିଭର ଭିତରେ ଅଳ୍ପ ପରିମାଣରେ ଚର୍ବି ରହିଲେ ତାହାକୁ ହେପାଟାଇଟିସ କୁହାଯାଏ ।

ଶେଷରେ ଲିଭର ଭିତରେ ଚର୍ବି ପଶି ଲିଭରକୁ ଟାଣ କରିଦେଲେ ତାକୁ ଲିଭର ଶିରୋଷିସ କୁହାଯାଏ । ଭାରତରେ ଏହି ରୋଗର ମୁଖ୍ୟ କାରଣ ହେଉଛି ମ-ଦ୍ୟପାନ । ଦ୍ଵିତୀୟ କାରଣ ହେଉଛି ମ-ଦ ନ ପିଇ ମଧ୍ୟ ଡାଇବେଟିସ, ମୋଟାପଣ ସମସ୍ଯା କାରଣରୁ ଏହି ରୋଗ ହୋଇଥାଏ । ତୃତୀୟ କାରଣ ହେଉଛି ନିଜ ଶରୀର ନିଜ ଲିଭରକୁ ଚିହ୍ନିବା ବନ୍ଦ କରି ଦେଉଛି ।

ପ୍ରତିରୋଧକ ଶକ୍ତି କମିଯାଇ ଧିରେ ଧୀରେ ଲିଭର ନଷ୍ଟ ହୋଇ ଏହା ଖରାପ ହୋଇଛି । ଏହି ରୋଗର ଚତୁର୍ଥ କାରଣ ହେଉଛି ହେପାଟାଇଟିସ-ବି ବା ଶିର ସଂକ୍ରମଣ । ଶେଷ କାରଣ ପିଲାଙ୍କ ଠାରେ ଅଧିକ ଦେଖାଯାଏ । ଏହି ରୋଗ ହେଲେ ସ୍ନାୟୁ ଓ ଲିଭର ସମସ୍ଯା ଦେଖାଯାଏ । ତେଣୁ ପତଳା ଲୋକଙ୍କୁ ବି ଲିଭର ଶିରୋସିସ ରୋଗ ହୋଇପାରେ ।

ଯଦି ଆପଣଙ୍କର ଏହା ଜେନେଟିକ ବା ପୂର୍ବ ପିଢୀ ରେ କାହାର ଲିଭର ଜନିତ ସମସ୍ଯା ଥାଏ ତେବେ ନିୟମିତ ଭାବେ ପରୀକ୍ଷା କରିବା ଆଉଚିତ । ଏହି ରୋଗର ଲକ୍ଷଣକୁ 2 ଭାଗରେ ବିଭକ୍ତ କରା ଯାଇଛି । ପ୍ରଥମରେ ଜଣ୍ଡିସ ହେବା ଯାହା ଦ୍ଵାରା ହଳଦିଆ ପରିସ୍ରା ହୁଏ । ପେଟରେ ପାଣି ଜମିବା ଦ୍ଵାରା ଗୋଡ ହାତ ଫୁଲିଯାଏ, ଲୋକଙ୍କୁ ଚିହ୍ନି ନ ପାରିବା, ଏଣୁତେଣୁ କଥା ହେବା, ମନେ ନ ରଖିବା, ରକ୍ତ ବାନ୍ତି ହେବା ।

ସାମାନ୍ଯ ଲକ୍ଷଣ ହେଉଛି ଯାହା ଆମେ ଖାଦ୍ଯ ଖାଉଛୁ ତାହା ହଜମ ହେବା ପରେ ଯେଉଁ ବର୍ଜ୍ୟ ବସ୍ତୁ ବାହାରେ ତାହା ଲିଭରକୁ ଆସେ ଆଉ ଲିଭର ତାକୁ ଫିଲଟର କରି ହାର୍ଟକୁ ଦେଇଥାଏ ଓ ହାର୍ଟ ପମ୍ପ କରି ଶରୀରକୁ ଦିଏ । ବର୍ଜ୍ୟ ବସ୍ତୁ ଛାଣି ନ ହେଲେ ଲିଭରରେ ଜମା ହୋଇ ରୁହେ ଯେଉଁଥି ପାଇଁ ହାଲିଆ ଲାଗିବା, କାମ କରିବାକୁ ଇଚ୍ଛା ନ ହେବା, ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖାଯାଏ । ଯଦି ଲିଭର ଖରାପ ଥାଏ ଶର୍କରା କମ ହୁଏ ଯାହା ଦ୍ଵାରା ରକ୍ତର ସ୍ତର କମିଯାଏ । ଯଦି ଚେହେରା ବଦଳିଯାଏ ତେବେ ଲିଭର ସମସ୍ଯା ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *