Papu Pam Pamଙ୍କ ଉପରକୁ ହେଲା ଟେକା ପଥର ମାଡ, କହିଲେ ଏମିତି ବ୍ୟବହାର…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆମ ଓଡିଆ ସିନେ ଜଗତର ବର୍ତ୍ତମାନ ସମମୟର ପ୍ରମୁଖ କମେଡିଆନ ପପୁ ପମପମ । ତାଙ୍କ କମେଡି ଶୁଣିଲେ ନ ହସିବା ଲୋକ ମଧ୍ୟ ହସିବ । ତାଙ୍କୁ ଆମ ଓଡିଶାର ଅଗଣିତ ଦର୍ଶକ ଭଲ ପାଇଥାନ୍ତି ଆଉ ସେମାନଙ୍କ ମଧ୍ୟରୁ କିଛି ଦର୍ଶକ ତାଙ୍କୁ ପସନ୍ଦ ମଧ୍ୟ କରନ୍ତି ନାହିଁ ହୁଏତ । ସେଥିପାଇଁ ତ ବର୍ତ୍ତମାନ ଖବର ଅନୁଯାୟୀ ତାଙ୍କୁ କିଛି ଲୋକ ଷ୍ଟେଜ ପ୍ରୋଗ୍ରାମ ହେଉଥିବା ବେଳେ ଟେକା ପଥର ମାରିବା ଆରମ୍ଭ କରିଦେଇଥିବାର ସୂଚନା ଆସି ପହଞ୍ଚିଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ସମ୍ପର୍କରେ ।

ସୂଚନା ଅନୁଯାୟୀ ସରଳା ଠାରେ ଏକ ବଡ ଷ୍ଟେଜ ପ୍ରୋଗ୍ରାମର ଆୟୋଜନ କରାଯାଇଥିଲା । ସେଠାକୁ ପପୁ ପମପମଙ୍କୁ ମଧ୍ୟ ଡକାଯାଇଥିଲା । ପ୍ରୋଗ୍ରାମ ଭଲ ଭାବରେ ଚାଲିଥିଲା କିନ୍ତୁ ପପୁ ପମପମ ଷ୍ଟେଜ ଉପରକୁ ଆସିବା ପରେ ଦର୍ଶକଙ୍କ ଭିଡ ଭିତରେ କିଏ ଜଣେ ପଥର ଫୋପାଡିଲେ । ତାହା ଯାଇ ସିଧା ଷ୍ଟେଜରେ ଥିବା ଡିସପ୍ଲେ ଉପରେ ବାଜିଲା । ଆଉ ଦେଢ ଲକ୍ଷ ଟଙ୍କାର ଡିସପ୍ଲେ ନଷ୍ଟ ହୋଇଗଲା । ତଥାପି ପ୍ରୋଗ୍ରାମ ବନ୍ଦ ନ କରାଯାଇ କରିବାର ନିସ୍ପତି ନିଆଗଲା ।

ହେଲେ ପୁଣି ଥରେ କିଏ ଟେକା ମାଡ କଲେ ତାହା ଆସି ଷ୍ଟେଜ ଉପରେ ଥିବା ଜଣଙ୍କ ହାତରେ ବାଜିଲା । ତଥାପି ପ୍ରୋଗ୍ରାମ ଚାଲିଥାଏ ପପୁ ପମପମ ଲୋକଙ୍କୁ ବୁଝାଉଥାନ୍ତି ଶାନ୍ତ ଭାବରେ । କହୁଥାନ୍ତି ଯାହା ଲାଗୁଛି ଆପଣ ମାନେ ପ୍ରୋଗ୍ରାମ କରେଇ ଦେବେନି ଆଉ । ଏଭଳି ପରସ୍ତିତିରେ ଡରି ନ ଯାଇ ନିଜ କମେଡି ଜାଦୁ ଦେଖାଇବା ଚେଷ୍ଟା କରୁଥାନ୍ତି ପପୁ । ହେଲେ ମଝିରେ ମଝିରେ କିଏ ଜଣେ ଟେକା ମାରୁଥାଏ । ଏହାପରେ ପପୁ କହିଲେ ଆଜ୍ଞା ଆମେ ବାହାରୁ ଆସିଛୁ ୪୦ ଜଣ ଆପଣଙ୍କ ସ୍ଥାନକୁ ପ୍ରୋଗ୍ରାମ କରିବା ପାଇଁ ।

ପ୍ରୋଗ୍ରାମରେ ଏହିଭଳି ଆପଣ ବାହାରୁ ଆସିଥିବା ଲୋକଙ୍କୁ ଅସମ୍ମାନ କରିବା ଫଳରେ ଆମେ ଯାଇ କଣ କହିବୁ ସେହି ସ୍ଥାନକୁ ଯାଇଥିଲୁ କିନ୍ତୁ ସେଠିକା ଦର୍ଶକ ଏଭଳି ବ୍ୟବହାର ଦେଖାଇଲେ ।  ପପୁ ଏହା ମଧ୍ୟ କହି ବୁଝାଇଲେ କି ଆମ ପରିଚୟ ଆମ ବ୍ୟବହାର । ତେଣୁ ଆପଣ ସେଭଳି କିଛି କରନ୍ତୁ ନାହିଁ ଏଠାରେ ଏକ ଏତେ ବଡ ସୁନ୍ଦର କାର୍ଯ୍ୟକ୍ରମର ଆୟୋଜନ ହୋଇଛି ତାହା କରିବାକୁ ଦିଅନ୍ତୁ ।

ସରଳା ପଞ୍ଚାୟତର ଇଜ୍ଜତ ଏହା । ତେଣୁ ଏଭଳି ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକଙ୍କୁ ନହଲେ ଆପଣ ଖୋଜି ବାହାର କରନ୍ତୁ । ଏହାପରେ ପପୁ କହିଥିଲେ ଯଦି ଆପଣ ଶାନ୍ତ ପଡିବେ ତେବେ ମୁଁ ଆଉ ଥରେ ଷ୍ଟେଜ ଉପରକୁ ଆସିବି । ସେବେ ଯାଏ ସଂଗୀତ ଶୁଣୁଥାନ୍ତୁ । ଯଦି ଆପଣ ମାନଙ୍କୁ ଆମମାର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *