TV ସିରିୟଲ Sri Krishnaରେ କୃଷ୍ଣଙ୍କ ପିଲାଦିନର ଅଭିନୟ କରିଥିବା ଅଭିନେତା ଆଜି ଦେଖା ଯାଉଛନ୍ତି ଏମିତି

ବନ୍ଧୁଗଣ ‘ରାମାନନ୍ଦ ସାଗର’ଙ୍କ ଦ୍ଵାରା ଲିଖିତ ଶ୍ରୀ କୃଷ୍ଣ ଧାରାବାହିକ ସେତେ ଅଧିକ ପ୍ରସିଦ୍ଧ ହୋଇଥିଲା ଯେତିକି ପ୍ରସିଦ୍ଧ ରାମାୟଣ ହୋଇଥିଲା । ଏଥିରେ ଭଗବାନ ଶ୍ରୀ କୃଷ୍ଣଙ୍କ ଭୂମିକା ତାଙ୍କ ବୟସ ଅନୁସାରେ ଅଲଗା ଅଲଗା କଳାକାର ମାନେ ଅଭିନୟ କରିଥଲେ । ଆଜି ଆମେ ଭଗବାନ ଶ୍ରୀ କୃଷ୍ଣଙ୍କ ରୋଲରେ ଅଭିନୟ କରିଥିବା ଅଭିନେତା ‘ସ୍ଵୋପ୍ନୀଲ ଜୋଷି’ ବିଷୟରେ କହିବାକୁ ଯାଉଅଛୁ ।

ବନ୍ଧୁଗଣ ‘ସ୍ଵୋପ୍ନୀଲ ଜୋଷି’ଙ୍କର ଜନ୍ମ ୧୮ ଅକ୍ଟୋବର ୧୯୭୭ ମସିହାରେ ମୁମ୍ବାଇରେ ହୋଇଥିଲା । ସେ ଜଣେ ମଧ୍ୟମ ବର୍ଗର ହିନ୍ଦୁ ପରିବାରରୁ ଅଟନ୍ତି । ତାଙ୍କ ମାତା-ପିତା ସରକାରୀ କର୍ମଚାରୀ ଥିଲେ । ସେ ତାଙ୍କ ମାତା-ପିତାଙ୍କର ଗୋଟିଏ ମାତ୍ର ସନ୍ତାନ ଅଟନ୍ତି । ସେ ତାଙ୍କର ସ୍କୁଲ ଶିକ୍ଷା ମୁମ୍ବାଇରୁ ପୂରଣ କରିଛନ୍ତି । ତାଙ୍କୁ ସଙ୍ଗୀତ ଶୁଣିବା ଏବଂ ଯାତ୍ରା କରିବା ବହୁତ ପସନ୍ଦ ଅଟେ ।

ଏହା ବ୍ଯତୀତ ସେ ‘ସାରୁଖ ଖାନ’ ଏବଂ ‘ହ୍ରୀତିକ ରୋଷନ’ ଭଳି ପ୍ରସିଦ୍ଧ ଅଭିନେତାଙ୍କ ଫ୍ୟାନ ଅଟନ୍ତି । ‘ସ୍ଵୋପ୍ନୀଲ’ଙ୍କୁ ପିଲାଦିନରୁହିଁ ଅଭିନୟ ଏବଂ ନୃତ୍ୟରେ ବହୁତ ରୁଚି ଥିଲା । ଫେସବୁକ, ଇନଷ୍ଟାଗ୍ରାମ ଏବଂ ଟ୍ଵିଟର ଭଳି ସୋସିଆଲ ମେଡିଆରେ ତାଙ୍କର ଲକ୍ଷାଧିକ ଫୋଲୋଅର ରହିଛନ୍ତି । ସେ କେତେ ଗୁଡିଏ ଟିଭି ବିଜ୍ଞାପନରେ ମଧ୍ୟ ଦେଖିବାକୁ ମିଳିଥିଲେ । ତାଙ୍କର ନିଜର ଗୋଟିଏ ରେଡିଓ ସୋ ମଧ୍ୟତା ରହିଅଛି ଯାହାର ନାମ ‘ଦ ସ୍ଵୋପ୍ନୀଲ ସୋ’ ଅଟେ ।

‘ସ୍ଵୋପ୍ନୀଲ’ ୧୯୯୭ ମସିହାରେ ଫିଲ୍ମ ‘ଗୁଲାମେ ମୁସ୍ତଫା’ରୁ ନିଜର କାରିୟରର ବଲିଉଡ ଫିଲ୍ମରେ ଆରମ୍ଭ କରିଥିଲେ । ସେମାନେ ‘ଦିଲ ଭିଲ ପ୍ୟାର ଭ୍ୟାର’, ‘ଦ ଲାଇକ ଦ ଲାଇଫ ଜିନ୍ଦଗୀ’, ଏବଂ ‘ପ୍ୟାର ୱାଲି ଲଭଷ୍ଟୋରି’ ଭଳି ଅନେକ ଫିଲ୍ମରେ ସେ ଅଭିନୟ କରିଛନ୍ତି । ଏହା ବ୍ଯତୀତ ସେ ଉତ୍ତର ରାମାୟଣରେ ‘କୁଷ’ଙ୍କର ଭୂମିକାରେ ଅଭିନୟ କରିଥିଲେ । ସେ ସେତେବେଳେ କେବଳ ୯ ବର୍ଷର ଥିଲେ ।

ତାଙ୍କ ଅଭିନୟକୁ ବହୁତ ଦର୍ଶକ ପସନ୍ଦ କରିଥିଲେ । ସେ ବହୁତ ଧାରାବାହିକ ଯଥା ‘ଦେଶ ମେ ନିକଲା ହୋଗା ଚାନ୍ଦ’, ‘ହରେ କାଞ୍ଚ କି ଚୁଡିୟା’, ଏବଂ ସାବୁଲିଙ୍ଗ ରାଥୋଡଙ୍କର ‘ରଙ୍ଗୀନ ଦୁନିଆ’ ଭଳି ଧାରାବାହିକରେ ଅଭିନୟ କରିଥିଲେ । ବନ୍ଧୁଗଣ ‘ସ୍ଵୋପ୍ନୀଲ ଜୋଷି’ ୨୦୦୫ ମସିହାରେ ‘ଅପର୍ଣା’ ସହିତ ବିବାହ କରିଥିଲେ । ମାତ୍ର ୪ ବର୍ଷ ପରେ ତାଙ୍କର ଛାଡପତ୍ର ହୋଇଯାଇଥିଲା ।

ଏହାପରେ ସେ ‘ଲୀନା ଆରାଧ୍ୟା’ ସାଙ୍ଗେ ବିବାହ କରିଥିଲେ । ଆଜିଭଳି ଦିନରେ ତାଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ରହିଅଛି । ସେ ତାଙ୍କ ପରିବାରକୁ ନେଇ ବହୁତ ଆନନ୍ଦର ସହିତ ଜୀବନ-ଜାପାନ କରୁଛନ୍ତି । ତାଙ୍କର ପତ୍ନୀ ତାଙ୍କର ପ୍ରତ୍ୟକ କ୍ଷେତ୍ରରେ ପାଦରେ ପାଦ ମିଶାଇ ଚାଲିଥାନ୍ତି । ବନ୍ଧୁଗଣ ସେ ଖୁବ କମ ବୟସରୁ ନିଜ କାରିୟରର ଆରମ୍ଭ କରିଥିଲେ । ତାଙ୍କର ବହୁତ ଶୁଭ ଚିନ୍ତକ ଅଛନ୍ତି । ସେ ନିଜ କାରିୟରରେ ବହୁତ ଭଲ କାମ ମଧ୍ୟ କରି ଆସିଛନ୍ତି । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *