24 ଘଣ୍ଟା ମଧ୍ୟରେ ଓଡିଶାକୁ ପ୍ରବଳ ବର୍ଷା, IMDର 8 ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ…. ଦେଖନ୍ତୁ ଆପଣଙ୍କ ଜିଲ୍ଲା ନାହିଁ ତ

ନମସ୍କାର ବନ୍ଧୁଗଣ, ଆଜି ୮ ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭାରତୀୟ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଏହି ୮ଟି ଜିଲ୍ଲା ରେ ଆଜି ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗର ରେ ଅବପାତ ଦୁର୍ବଳ ହୋଇ ଲୋ ପ୍ରେସର ରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୧୪ ତାରିଖ ଯାଏଁ ବର୍ଷା ଲାଗି ରହିଛି । ସେପ୍ଟେମ୍ବର ୧୮ ବେଳକୁ ଉତ୍ତମ ବଙ୍ଗୋପସାଗର ର ବାୟୁମଣ୍ଡଳର ଉପର ଭାଗରେ ଏକ ଘୂର୍ଣ୍ଣୀ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ମୌସୁମୀ ପୁଣି ସକ୍ରିୟ ହେବ ।

ବଢିବ ବର୍ଷାର ପରିମାଣ । ବର୍ତ୍ତମାନ ସୁଧା ଚଳିତ ମୌସୁମୀ ଋତୁରେ ୧୦୮୪.୩ ମିଲିମିଟର ବର୍ଷା ରେକର୍ଡ କରା ଯାଇଛି । ଯାହାକି ସ୍ଵାଭାବିକ ବର୍ଷା ତୁଳନାରେ ୫% ଅଧିକ ରହିଛି । ବର୍ଷାର ପ୍ରଭାବ ବିଶେଷ କରି ଦକ୍ଷିଣ ଓଡିଶାରେ ଅଧିକ ରହିବ । ଲଘୁଚାପ କ୍ଷେତ୍ର ଅବପାତ ହେବା ଓ ମୌସୁମ ସକ୍ରିୟ ହେବ ଆ କାରଣରୁ ବିଶେଷ ଭାବରେ ପରିବର୍ତ୍ତନ ଘଟି ନାହି । ଯଦି ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲା କଥା କହିବା କିମ୍ବା ଓଡିଶାର ଆଭ୍ୟନ୍ତରଣୀୟ ଜିଲା ଓ ଉତ୍ତର ଓଡିଶାର ଜିଲ୍ଲା କଥା କହିବାକୁ ଗଲେ ଟିକେ କୋହଲା ପାଗ ରହିଛି । ବ୍ରହ୍ମପୁର ସହରରେ ବର୍ଷା ଲାଗି ରହିଛି ।

ଗତ କାଲି ସକାଳେ ମଧ୍ୟ ଏହି ପ୍ରକାରର ସ୍ଥିତି ଜାରି ରହିଥିଲା କିନ୍ତୁ ପରେ ପାଗ ଶୁଖିଲା ହୋଇଥିଲା । ଗତ କାଲି ଆକାଶରେ ସୂର୍ଯ୍ୟଙ୍କର ଦୃଶ୍ୟମାନ ମଧ୍ୟ ହୋଇଥିଲା । ଆଜି ମଧ୍ୟ ଆଶା ଅରା ଯାଇପାରେ କି ପାଗ ଧୀରେ ଧୀରେ ପରିବର୍ତ୍ତନ ହେବ । କିନ୍ତୁ ଯେଉଁ ୮ଟି ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ ସେଠାରେ ମଧ୍ୟମ ଧାରଣ ବର୍ଷା ହୋଇପାରେ । ତେଣୁ ଏହି ସବୁ ଜିଲ୍ଲା ଗୁଡିକରେ ପ୍ରଶାସନ ଅଧିକ ସଜାଗ ରହିବାର ଆବଶ୍ୟକତା ରହିଛି ।

ସେପ୍ଟେମ୍ବର ୧୮ ରେ ଘୂର୍ଣ୍ଣୀ ବଳୟ ସୃଷ୍ଟି ହେବ କାରଣରୁ ହୁଏ ତ ପୁଣି ଥରେ ଲଘୁଚାପ ସୃଷ୍ଟି ହୋଇପାରେ କିମ୍ବା ବର୍ଷା ସକ୍ରିୟ ହୋଇପାରେ । ତେବେ ଏ ନେଇ ଏହି ୮ ଜିଲ୍ଲାର ସତର୍କ ସୂଚନା ଜାରି ହେବା ସହ ମଶ୍ଚ୍ୟ ଜୀବି ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆ ଯାଇଛି । ତେବେ ବର୍ଷା ଅଧିକ ହେବ କାରଣରୁ ପବନ ର ପରିମାଣ ମଧ୍ୟ ରହିପାରେ ବୋଲି ଅନୁମାନ କରା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *