ଏହି 25ଟି ଦେଶକୁ ବ୍ୟାପି ସାରିଲାଣି କୋରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ’,

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ୨୦୨୦ ମସିହାରୁ କୋରୋନା ମାହାମାରୀ ପୁରା ବିଶ୍ବରେ ବ୍ୟାପିବାରେ ଲାଗିଛି । ଏଥିପାଇଁ କେତେ ଯେ ଲୋକଙ୍କର ଜୀବନ ହାନି ହେଲାଣି ତାହା ଗଣନା କରିବା ସମ୍ଭବ ନୁହେଁ । ବର୍ତ୍ତମାନ କୋରୋନା ମହାମାରୀ ର ଆଉ ଏକ ଭାଇରସ ପୁରା ଦେଶରେ ଦିନକୁ ଦିନ ମାତିବାରେ ଲାଗିଛି । ସେହି ନୂଆ ଭ୍ୟାରିଆଣ୍ଟ ର ନାଁ ହେଉଛି ଓମିକ୍ରନ । ଦେଶରୁ ଦେଶକୁ ଡେଉଁଛି କୋରୋନାର ନୂଆ ପ୍ରଗତି ଓମିକ୍ରନ ।

ଏ ଯାଏଁ ସମୁଦାୟ ୨୫ଟି ଦେଶରୁ ୨୦୦ ରୁ ଅଧିକ ଓମିକ୍ରନ ରେ ସଂକ୍ରମିତ ହୋଇ ଚିହନ୍ତା ହୋଇ ସାରିଲେଣି । ବୁଧବାର ଦିନ ଆମେରିକାର କାର୍ଲିଫର୍ନିୟାର ଜଣେ ବ୍ୟକ୍ତି ଏହି ମହାମାରୀର ଶିକାର ହୋଇ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ ଚିହ୍ନଟ ବ୍ୟକ୍ତି ଜଣକ ଗତ କିଛି ଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ କୋରୋନା ପଜେଟିଭ ଚିହ୍ନଟ ହୋଇଥିଲେ ।

ଜିନମ ସିକ୍ଯୁନ୍ସି ପରେ ସେ ଓମିକ୍ରନ ପ୍ରଜାତି ଦ୍ଵାରା ସଂକ୍ରମିତ ହୋଇ ଥିବାର ଜଣା ପଡିଥିଲା । ସେହି ସଂକ୍ରମିତ ବ୍ୟକ୍ତି ଜଣକ ଆଫ୍ରିକିୟ ନାଗରିକ ବୋଲି ସୂତ୍ର ରୁ ଜଣା ପଡିଛି । ସେ ନିକଟରେ ଆମେରିକାକୁ ଆସି ଥିବାର ସୂଚନା ରହିଛି ।

ଆଗାମୀ ସମୟରେ ଓମିକ୍ରନ ଅଧିକ ମାତ୍ରା ରେ ବୃଦ୍ଧି ପାଇବାର ଆଶଙ୍କା କରା ଯାଉଛି ବୋଲି WHO ର ମୁଖ୍ୟ ସୂଚନା ଦେଇଛନ୍ତି । ତେବେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କର ବର୍ତ୍ତମାନ ଚିକିତ୍ସା ଆରମ୍ଭ ହୋଇଛି । କିନ୍ତୁ ଏ ଯାଏଁ ଏହି ନୂଆ ଭାଇରସର କୌଣସି ସଠିକ ମେଡିସିନ ବା ଟ୍ରିଟମେଣ୍ଟ ବାହାରି ନାହି ।

ତେବେ କୋରୋନା ରେ ଆକ୍ରାନ୍ତ ହେଲେ ଯେଉଁ ଭଳି ଚିକିତ୍ସା କରାଯାଉ ଥିଲା ସେହିପରି କରା ଯାଉଛି । ଆଗକୁ ଦେଶରେ ଏହି ଓମିକ୍ରନ ପ୍ରଜାତିର ଭାଇରସ ବୃଦ୍ଧି ପାଇବା ଯୋଗୁ ଲୋକ ମାନଙ୍କ ପାଇଁ ଚିନ୍ତା ର ବିଷୟ ବସ୍ତୁ ହୋଇ ପଡିଛି । କୋରୋନା ମହାମାରୀ ର ଭୟ ଲୋକଙ୍କ ମନରେ ଏବେ ବି ଘର କରି ରହିଥିବା ବେଳେ ଏବେ ଏହି ନୂଆ ଭ୍ୟାରିଆଣ୍ଟ ଲୋକଙ୍କ ମନରେ ଆହୁରି ଅଧିକ ଆତଙ୍କ ସୃଷ୍ଟି କରିଛି ।

ତେବେ ଏଥିପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ସୂଚନା ଦିଆ ଯାଇଛି । ପୂର୍ବ ଭଳି ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରଖା କରିବା ପାଇଁ କୁହା ଯାଇଛି । ତେବେ ଏହି ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଆଗକୁ କେଉଁ ଭଳି ସ୍ଥିତି ସୃଷ୍ଟି କରିବା ତାହା କିଛି କହି ହେଉ ନାହି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ନୂଆ ଭ୍ୟାରିଆଣ୍ଟକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *