28 ଫେବୃୟାରୀ 2019 ଗୁରୁବାର – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ:-

ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ବ୍ୟବସାୟ କ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇ ଉନ୍ନତି ହେବ । ପରୀକ୍ଷା ପ୍ରତିଯୋଗିତାରେ ସଫଳତା ମିଳିବ । ସାଙ୍ଗସାଥିମାନେ ସାହାଯ୍ୟ କରିବେ । ଆୟ ବୃଦ୍ଧି ହେବା ଫଳରେ କ୍ଳାନ୍ତି ଓ ଅବସନ୍ନତା ଜନିତ ଆଳସ୍ୟଭାବ ଦୂରେଇଯିବ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ । ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ରାଜନୈତିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବା ସହସାମାଜିକ ପତିଆରା ଅମଳିନ ରହିବ ।

ବୃଷ:-

ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ । ପରୋକ୍ଷ ଶତୃଙ୍କୁ ପ୍ରତିହତ କରି ବହୁତ ଦିନରୁ ବାକି ରହିଥିବା ଟଙ୍କା ମିଳିଯିବା ଫଳରେ ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ । ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ । ମିତ୍ରଙ୍କ ସାହାଯ୍ୟ ଦ୍ଵାରା ସରକାରୀ କାର୍ଯ୍ୟରେ ସଫଳତା ମିଳିବ । ମାନସିକ ଶାନ୍ତି ଅନୁଭବ କରିବେ ।

ମିଥୁନ:-

ବୁଦ୍ଧିମତା କାରଣରୁ ପ୍ରତିଷ୍ଠା, ପ୍ରତିପତ୍ତି ମାନସମ୍ମାନ ଲାଭହେବ । କର୍ମ କ୍ଷେତ୍ରରେ ଶୁଭ ଖବର ପାଇ ଖୁସୀ ହେବେ । ମହିଳାମାନଙ୍କର ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ । ବିଦ୍ୟା କ୍ଷେତ୍ରରେ ପ୍ରତିଭାର ବିକାଶ ହେବ । ଅତୀତରେ ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍ ମିଳିଯିବ । ବନ୍ଧୁ ମିଳନରେ ମହିଳାମାନଙ୍କ ମନ ପ୍ରଫୁଲ୍ଲ ରହିବ । ପରିବା ଚାଷୀ ଓ ବ୍ୟବସାୟୀମାନେ ଆଶାତୀତ ଲାଭ ପାଇବେ । ସବୁଥିରେ ଥିଲେ ବି କେଉଁଥିରେ ନିଜର ପ୍ରତ୍ୟକ୍ଷ ସପୃକ୍ତିକୁ ନଦର୍ଶାଇବା ଉଚିତ୍ ହେବ ।

କର୍କଟ:-

ଅଚାନକ ଭାବରେ ଧନ ପ୍ରାପ୍ତି କରିବାର ସୁଯୋଗ ମିଳିବ । ପ୍ରତିଦ୍ୱନ୍ଦିତା ପରୀକ୍ଷା ରେ ସଫଳତା ଲାଭ କରିବେ । ବନ୍ଧୁ ମିତ୍ରମାନେ ସମର୍ଥନ ଓ ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ହେତୁ ଖୁସି ହେବେ । କୃଷିଜୀବିମାନେ ଆନନ୍ଦିତ ହେବେ । ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ । ଗୃହରେ କୌଣସି ଶୁଭକର୍ମ ସମ୍ପାଦନ କରିପାରନ୍ତି । ପାରିବାରିକ ଜୀବନ ଆନନ୍ଦମୟ ହେବ । ପିଲାମାନଙ୍କ ପ୍ରତି ବିଶେଷ ସତର୍କ ରହିବା ଉଚିତ୍ । ମହିଳାମାନେ ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ । ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ । ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ ।

ସିଂହ:-

ସହଯୋଗୀ, ସହକର୍ମୀ, ବରିଷ୍ଠ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । କର୍ମଜୀବୀ ମାନଙ୍କ ପାଇଁ ସହକର୍ମୀ ଓ ପଦାଧିକାରୀମାନେ ସହଯୋଗ କରିବେ । ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହେବ । ମହିଳାମାନେ ନିକଟରେ ଥିବା ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତି ହେବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ମିତ୍ର ଓ ସହଯୋଗୀଙ୍କ ଠାରୁ ଆଶାତୀତ ସହଯୋଗ ମିଳିବ ।

କନ୍ୟା:-

ଅଟକିଥିବା ବା ଉଧାର ଦେଇଥିବା ଟଙ୍କା ମିଳିଯିବ । ବନ୍ଧୁଙ୍କ ସମସ୍ୟା ସମାଧାନ କରିବା ପାଇଁ ଚିନ୍ତା କରିବେ । ଆର୍ଥିକସ୍ଥିତି ପୂର୍ବପରି ଠିକ୍ ରହିବ । ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କସ୍ଥାପନ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ଫସଲ ଆମଦାନୀରେ ଖୁସୀ ହେବେ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇ କାମ ହାସଲ କରିବେ । ରାଜନୀତିରେ ସୁନାମ ଅର୍ଜନ କରିବେ । ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ ।

ତୁଳା:-

କର୍ମ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ । ବନ୍ଧୁଙ୍କୁ ଦେଇଥିବା ପ୍ରତିସୂତି ରକ୍ଷାକରିବା ଫଳରେ ମନ ଭଲ ରହିବ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ଶୁଭଫଳ ପ୍ରାପ୍ତି ହେବ । ବିଦ୍ୟାର୍ଥିମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ । ମହିଳାମାନେ ଧର୍ମକ୍ଷେତ୍ରପ୍ରତି ମନ ବଳାଇବେ । ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ଖାଦ୍ୟପେୟର ଅନିୟମିତତା ସ୍ଵାସ୍ଥ୍ୟହାନିର କାରଣ ହୋଇପାରେ ।

ବିଚ୍ଛା:-

ସ୍ୱାସ୍ଥ୍ୟ ଠିକ୍ ରହିବ । ବ୍ୟବସାୟରେ ସାମଞ୍ଜସ୍ୟ ଓ ସମନ୍ଵୟ ଦ୍ଵାରା କାମ ହାସିଲ କରିପାରିବେ । ପରିବାରରେ ସୁଖ-ଶାନ୍ତି ଆସିବ । ଶତୃମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ । କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ରାଜନୀତିରେ ସମାଜ ସେବା ଦ୍ଵାରା ସ୍ଵନାମ ଅର୍ଜନ କରିପାରିବେ । କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ଦେଇ ଚାଲିବା ଉଚିତ୍ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ପ୍ରତିକାର-ଅସହାୟକୁ ଖାଇବାକୁ ଦିଅନ୍ତୁ ।

ଧନୁ:-

ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ପ୍ରବାସ ଯାତ୍ରାରେ ଲାଭବାନ ହେବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ପୁରାତନରୋଗର ଉପଶମ ମିଳିବ । ବ୍ୟବସାୟ ଦିଗରୁ ପ୍ରାୟତଃ ଅନୁକୂଳ ରହିବା ଫଳରେ ଆଶାତୀତ ଲାଭ ପାଇବାର ରାସ୍ତା ପରିସ୍କାର ହୋଇଯିବ । ପୂର୍ବରୁ ଲାଗିରହିଥିବା ଅଫିସରେ ଟେନସନ୍ ଦୂର ହୋଇ ସୁସମ୍ବାଦ ପ୍ରାପ୍ତି ହେବ । କଚେରୀ ମାମଲାର ଶୁଣାଣି ନିଜ ସପକ୍ଷରେ ଘଟିବ ।

ମକର:-

ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ । ପାରିବାରିକ ସମସ୍ୟା ସହଜ ସରଳରେ ସମାଧାନ ହୋଇଯିବା ଫଳରେ ମନ ଶାନ୍ତିହେବ । ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ । ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ବ୍ୟବସାୟରେ  ଉଧାର ଦେଇ ଫେରି ପାଇବା ସହଜ ହେବ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ମହିଳାମାନେ ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରତିକାର-କାହାରିଠାରୁ ମାଗଣା ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ ।

କୁମ୍ଭ:-

ସନ୍ତାନ କଥା ଚିନ୍ତା କରି ମନରେ ସନ୍ତୋଷ ଦେଖାଦେବ । ହାତ ପାହାନ୍ତାରେ ଥିବା ସୁଯୋଗ ଆପେ ଆପେ ଆସିଯିବ । ବ୍ୟବସାୟ ପାଇଁ ଯୋଗାଯୋଗ କରିଥିବା କ୍ଷେତ୍ରରୁ ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ । ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । କଳା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ । ମହିଳାମାନେ ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । ପ୍ରତିକାର-ଅସହାୟକୁ ଖାଇବାକୁ ଦିଅନ୍ତୁ ।

ମୀନ:-

ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ । କର୍ମକ୍ଷେତ୍ରରେ ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ରାଜନୈତିକ କ୍ଷେତ୍ରରେ ବିପଦ ସଙ୍କୁଳ ଦେଖାଦେଇ ଟଳିଯିବ । ବନ୍ଧୁଙ୍କ ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ କିନ୍ତୁ ଯାତ୍ରାରେ ସଫଳତା ଲାଭ ହେବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ମହିଳାମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ମିଳିବ । ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ । ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *