28-9-2018: କେମିତି କଟିବ ଆଜି? ଦୈନିକ ରାଶିଫଳ (ଶୁକ୍ରବାର)

ମେଷ : ଆଜି କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଭ୍ରମଣରେ ବୁଲି ଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ । ଲେଖକଙ୍କୁ ପୁରସ୍କାର ମିଳିପାରେ । ପାରିବାରିକ ଜୀବନ ସୁଖମୟ ହେବ ।

ବୃଷ: ଅଧିକ ଚିନ୍ତିତ ରହିବେ। ତେଣୁ ଅସୁସ୍ଥ ବି ଅନୁଭବ କରିପାରନ୍ତି। ନୂଆ କାର୍ଯ୍ୟ ଆରମ୍ଭ ନକଲେ ଭଲ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଇବା-ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ବ୍ୟବସାୟିକ କାର୍ଯ୍ୟରେ ବାଧା ଉପୁଜିପାରେ।

ମିଥୁନ: ମନୋରଞ୍ଜନରେ ଅଧିକ ସମୟ କାଟିବେ। ସୁସ୍ୱାଦୁ ଭୋଜନ ଖାଇବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। କୌଣସି ପ୍ରସଙ୍ଗକୁ ନେଇ ଭାବୁକ ହେବେ।

କର୍କଟ : ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ । କୌଣସି ନୂଆ ବିଚାରକୁ କାର୍ଯ୍ୟରେ ପରିଣତ କରିବେ । ଆପଣଙ୍କ ସହିତ ମିଶିବା ଲୋକେ ପ୍ରଭାବିତ ହେବେ । ନୂଆ ଜମି କିଣିବା ପାଇଁ ଦିନଟି ଭଲ । ପରିବାରରେ କୌଣସି ନୂଆ ଦାୟିତ୍ଵ ମିଳିପାରେ । ସମାଜରେ ସମ୍ମାନ ଓ ପ୍ରତିଷ୍ଠା ବଢିବ ।

ସିଂହ : ଆଜି ଆପଣଙ୍କ ଦିନଟି ଶୁଭମୟ ରହିବ । ଜୀବନସାଥୀଙ୍କ ସହଯୋଗ ମିଳିବ । ଉନ୍ନତିର ନୂଆ ରାସ୍ତା ଖୋଲିବ ।  କର୍ମକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହୋଇପାରେ । ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ । ଅଚାନକ ଆର୍ଥିକ ଲାଭର ସୁଯୋଗ ରହିଛି ।

କନ୍ୟା: ଫୂର୍ତ୍ତି ଅନୁଭବ କରିବେ। କାମ କରିବାକୁ ଉତ୍ସାହ ବଢ଼ିବ। କାହା ଦ୍ୱାରା ଅପମାନିତ ହୋଇପାରନ୍ତି। ତେଣୁ ଟିକେ ସତର୍କ ରହିଲେ ଭଲ। ଧନହାନି ଆଶଙ୍କା ରହିଛି।

ତୁଳା: ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଦିନଟି ଭଲ ଅଛି। ପ୍ରିୟଜନଙ୍କ ସହିତ ଭେଟ ହେବ। ଭାଗ୍ୟବୃଦ୍ଧି ହେବ। ମାନ-ସମ୍ମାନ ପାଇବେ।

ବିଛା: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅତ୍ୟଧିକ କାର୍ଯ୍ୟ ହେତୁ ଥକି ଯିବେ। ଭାଇଭଉଣୀ ଓ ଜୀବନସାଥୀଙ୍କ ସହଯୋଗ ମିଳିବ।

ଧନୁ : ଆଜି ଆପଣ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ଯୋଗୁଁ ଅନେକ କାର୍ଯ୍ୟ ଖୁସିରେ ସମାପ୍ତ କରିବେ । ଲକ୍ଷ୍ୟକୁ ନେଇ ଯାତ୍ରା ପୂରା କରିବାରେ ସଫଳ ହେବେ । ଆପଣଙ୍କ ବିନମ୍ର ବ୍ୟବହାର ଲୋକଙ୍କୁ ଆକର୍ଷିତ କରିବ । ବ୍ୟବସାୟରୁ ମନ ଚାହୁଁଥିବା ସଫଳତା ଓ ଲାଭ ପାଇବେ । ଅଫିସରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ ।

ମକର : ଆଜି ଆପଣଙ୍କ ଭାଗ୍ୟ ଉଜ୍ଜ୍ଵଳ ରହିବ । ଯାହା କାମ କରିବେ, ଆପଣଙ୍କୁ ସଫଳତା ମିଳିବ । ସାଙ୍ଗସାଥୀଙ୍କଠାରୁ ଭଲ ଖବର ପାଇବେ । ନୂଆ ଗାଡି କିଣିବା ପାଇଁ ମନ ବଳାଇପାରନ୍ତି । ଜୀବନସାଥୀଙ୍କ ଠାରୁ ଖୁସି ପାଇବେ ।

କୁମ୍ଭ : ଆଜି ଆପଣଙ୍କ ଭାଗ୍ୟରେ ବହୁତ ସୁଖଦ ଓ ମଧୁର ବାତାବରଣ ରହିବ । ଆଧ୍ୟାତ୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହେବ । ମହତ୍ତ୍ଵପୂର୍ଣ୍ଣ ବ୍ୟାପାରରେ ସମାଧାନ ବାହାର ହେବ । ଅଫିସ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମୀନ : ଆଜି ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ । ପଦ ପ୍ରତିଷ୍ଠା ବଢିପାରେ । ଅଚାନକ ଆର୍ଥିକ ଲାଭ ହେବ । ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ ।

Leave a Reply

Your email address will not be published. Required fields are marked *