5 ଫେବୃୟାରୀ (ମାଘ ପୂର୍ଣ୍ଣିମା) ରାତିରେ ଘରର ଏହି ସ୍ଥାନରେ ଜାଳନ୍ତୁ1 ଦୀପ, ମା ଲକ୍ଷ୍ମୀ କରିବେ ଧନର ବର୍ଷା

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ପ୍ରତେକ ମାସର ପୂର୍ଣ୍ଣିମା ତିଥିକୁ ଶୁଭ ଓ ମଙ୍ଗଳଦାୟକ ମାନା ଯାଇଥାଏ । କିନ୍ତୁ ବର୍ଷର କିଛି ଖାସ ପୂର୍ଣ୍ଣିମା ତିଥିକୁ ସବୁଠୁ ଶୁଭ ଓ ସମୃଦ୍ଧିଶାଳୀ ମାନାଯାଏ । ପୁରାଣରେ ପୂର୍ଣ୍ଣିମା ଦିନକୁ ବହୁତ ପବିତ୍ର ମାନଯାଏ । ଏହି ଦିନ ଆମିଷ ସେବନ କରନ୍ତୁ ନାହି । କାହାକୁ ବି ଅପଶବ୍ଦ କୁହନ୍ତୁ ନାହି । ଗଙ୍ଗା ସ୍ନାନ କରିବାରେ ଯେତିକି ପୂଣ୍ୟ ମିଳିଥାଏ ମାତ୍ର ମାଘ ପୂର୍ଣ୍ଣିମା ଦିନ ଏହି ଉପାୟ କରିବା ଦ୍ଵାରା ସେତିକି ପୂଣ୍ୟ ପ୍ରାପ୍ତି ହୋଇଥାଏ ।

ଫେବୃଆରି ୫ ତାରିଖ ରବିବାର ଦିନ ପଡୁଛି ପବିତ୍ର ମାଘ ପୂର୍ଣ୍ଣିମା । ତେବେ ଆସନ୍ତୁ ସେହି ଉପାୟ ବିଷୟରେ ଯାହା ଦ୍ଵାରା ଧନର ବର୍ଷା ହୋଇଥାଏ । ୧- ମାଘ ପୁର୍ଣ୍ଣିମା ଦିନ ସ୍ନାନ କରିବା ସମୟରେ ପାଣିରେ ଗଙ୍ଗା ଜଳ ଓ ଦୁବ ଘାସ କିଛି ପକାଇବେ । ଯଦି ଦୁବ ଘାସ ନ ମିଇବ ତେବେ ତୁଳସୀ ପତ୍ର ନିଶ୍ଚୟ ପକାଇ ସ୍ନାନ କରନ୍ତୁ । ନଚେତ ଘରର ଆଖପାଖରେ ଥିବା ନଦୀରେ ସ୍ନାନ କରିପାରିବେ । ଏହା ଦ୍ଵାରା ଜୀବନର ଚିନ୍ତା ସବୁ କମ ହେବାରେ ଲାଗିବ ।

୨- ମାଘ ପୂର୍ଣ୍ଣିମା ଦିନ ସକାଳୁ ଉଠିବା ପରେ ମୁଖ୍ୟ ଦ୍ଵାରା ଆଗରେ ଏକ ଢାଳ ପାଣି ଢାଳି ଦିଅନ୍ତୁ । ମୁଖ୍ୟଦ୍ଵାର ସଫା କରିବା ପୂର୍ବରୁ ପାଣି ସିଂଚନ କରନ୍ତୁ । ଏହା ସହ ମୁଖ୍ୟଦ୍ଵାରକୁ ଆମ୍ବ ଡାଳ ବା ଫୁଲରେ ସଜାଇ ଦିଅନ୍ତୁ । ଘରେ ଆଗରେ ସ୍ଵସ୍ତିକ ଚିହ୍ନ ହଲଦିରେ ବନାନ୍ତୁ । ଏପରି କରିଲେ ଆପଣଙ୍କ ଚିନ୍ତା ସବୁ ଦୂର ହୋଇଯାଏ ଓ ଘରକୁ ପଜେଟିଭ ଊର୍ଜା ପ୍ରବେଶ କରିଥାଏ ।

୩- ଘର ପୋଛା ମାରିବା ସମୟରେ ପାଣିରେ ଫିଟିକିରି ବା ଲୁଣ ପକାଇ ପୋଛା ମାରନ୍ତୁ । ଘରର ଭିତର ପଟୁ ବାହନ ପାଟ ତଳେ ସେଠାରେ କିଛି ଗେଣ୍ଡୁ, ମଣ୍ଡା, କୁସୁମ ଓ ଗୋଲାପ ଫୁଲ ରଖନ୍ତୁ । ଏହି ସବୁ ଫୁଲ ପାଣିରେ ପକାଇ ରଖନ୍ତୁ । ତା ପରେ ଦିନ ଏହି ପାଣିକୁ ଗଛ ମୂଳେ ଢାଳି ଦିଅନ୍ତୁ । ଏମିତି କରିଲେ ଘରେ ନେଗେଟିଭ ଶକ୍ତି ଦୂର ହୋଇଥାଏ ।

୫- ଏହି ପୂର୍ଣ୍ଣିମାର ପୁରା ବର୍ଷ ଉତ୍ତମ ସ୍ୱାସ୍ଥ୍ୟ ଓ ସମ୍ମାନ ପ୍ରାପ୍ତି ପାଇଁ ମନା ଯାଇଥାଏ । ଏହି ଦିନ ୪ଟି ଲବଙ୍ଗ, ନାଲି କପାଡା ନେଇ ମା ଲକ୍ଷ୍ମୀ ଙ୍କ ଆଗରେ ରଖନ୍ତୁ । ଏକ ଦୀପ ଜଳାଇ ଆପଣ ଏହି ଉପାୟ କେତେବେଳେ ବି କରି ପାରିବେ । ଯଦି ସନ୍ଧ୍ୟାରେ କରିବେ ତେବେ ଅଧିକ ଭଲ ହୋଇଥାଏ । ଦୀପରେ ୨ଟି ଲବଙ୍ଗ ପକାନ୍ତୁ । ଆଉ ୨ଟି ଲବଙ୍ଗକୁ ନାଲି କପଡାରେ ବାନ୍ଧି ମା ଲକ୍ଷ୍ମୀ ଙ୍କ ଆଗରେ ରଖି ଦିଅନ୍ତୁ ।

ଏହାକୁ କିଛି ସମୟ ପରେ ଉଠାଇ ଆପଣଙ୍କ ଘରର ଧନ ରଖୁଥିବା ଜାଗାରେ ରଖି ଦିଅନ୍ତୁ । ଏହା ଦ୍ଵାରା କରଜ ରୁ ମୁକ୍ତି ମିଳିବା ସହ ଧନ ଜନିତ ସମସ୍ଯା ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *