ବାପା ମା’ ନଥିଲେ କଣ ହେଲା ମୋ ଭାଇକୁ ମୁଁ ବଡ଼ କରିବି, କରୋନା କଷ୍ଟର ଏ ଘଟଣା ଆପଣଙ୍କୁ କନ୍ଦାଇ ଦେବ…

ବନ୍ଧୁଗଣ, ମହାମାରୀ କୋରୋନା କାଳର ଏହି ଦୁଖଦ ଘଟଣା । ଆଜି ଆମେ ଆପଣଙ୍କ ନିକଟରେ ଯେଉଁ ବିଷୟ ବସ୍ତୁ ଟି ନେଇ ଆସିଛୁ ତାହା ଅତ୍ୟନ୍ତ ମର୍ମାହାତ ର ବିଷୟ ବସ୍ତୁ ପାଲଟି ଯାଇଛି । ଏହି ଘଟଣା ଟି ହେଉଛି ବାଲେଶ୍ଵର ଜିଲ୍ଲାର ।

ଏ କେଉଁ ସିନେମା ର କାହାଣୀ ନୁହେଁ । ଏହା ବର୍ତ୍ତମାନ ବାସ୍ତବତା ପାଲଟି ଯାଇଛି । ବାପା ମା’ ସବୁଦିନ ନିମନ୍ତେ ଛାଡି ଚାଲି ଯାଇଛନ୍ତି । ପାଖରେ ମାତ୍ର ଦେଢ ମାସର ଭାଇ । ନିଜ ଦେଢ ମାସର ଭାଇ କୁ କୋଳରେ ଧରିଅଛି କ୍ରୀଷ୍ଣା । ପରିସ୍ଥିତି ବାଧ୍ୟ କରିଛି । ବିଧାତା ଦାଉ ସାଜିଛି ଏମାନଙ୍କ ଉପରେ । ଉଭୟ ଭାଇ ଭଉଣୀ ବାପା ମା’ ଛିଉଣ୍ଡ ହୋଇଯାଇଛନ୍ତି । ଉଭୟ ଏମାନଙ୍କୁ ଛାଡି ଚାଲି ଯାଇଛନ୍ତି । ମହାମାରୀ କୋରୋନା ଛଡେଇ ନେଇ ଯାଇଛି ଏହି କୁନି ପିଲାଙ୍କର ବାପା ମା’ କୁ ।

କୋରୋନା କାଳରେ ଏଭଳି ଅନେକ ଘଟଣା ମାନ ଘଟୁଅଛି । ମାତ୍ର ଏହି ଘଟଣା ଟି ବହୁତ ଦୁଖଦାୟିନୀ ଅଟେ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ନିମାତ ପୁର ଗାଁ । ଏହି ଗାଁ ର ରାମ ନାରାୟଣ ପଣ୍ଡା ଙ୍କ ସାନ ପୁଅ “କମଳେଶ” ଇଷ୍ଟକୋଷ୍ଟ ରେଳବାଇ ମୁଖ୍ୟାଳୟ ଭୁବନେଶ୍ଵର ଠାରେ କାମ କରୁଥିଲେ । ସେହିଭଳି ତାଙ୍କ ପତ୍ନୀ “ସ୍ମିତା ପଣ୍ଡା” କଟକ ଆଚାର୍ଜ୍ୟ ହରିହର କର୍କଟ ହସ୍ପିଟାଲ ରେ ଷ୍ଟାଫ ନର୍ସ ଭାବରେ କାମ କରୁଥିଲେ ।

ମାତ୍ରା ଉଭୟଙ୍କୁ କୋରୋନା ହୋଇଗଲା । ଉଭୟ ନିଜ ଜୀବନ କୁ ବାଜି ଲଗାଇ ମହାମାରୀ ସମୟରେ ଲୋକ ମାନଙ୍କୁ ସେବା ଯୋଗାଉଥିଲେ । ୭ ବର୍ଷ ର ଗୋଟିଏ ଝିଅ ପାଖରେ ଥିଲା ବେଳେ ସ୍ମିତା ୯ ମାସର ଗର୍ଭବତୀ ଥିଲେ । କମଳେଶ ଙ୍କ ବଡ ଭାଇ କହିଲେ, ଯେ ସାନ ବୋହୁ ଙ୍କର କୋରୋନା ପଜେଟିଭ ବାହାରିବା ସମୟରେ ତାଙ୍କୁ ମୋ ସାନ ଭାଇ ନେଇ ହସ୍ପିଟାଲ ରେ ଭର୍ତ୍ତି କରାଇଲେ ।

ଏହାପରେ ପିଲାଟି ସିଜରିଙ୍ଗ କରି ଜନ୍ମ ହୋଇଥିଲା । ହସ୍ପିଟାଲ ରୁ ସୁସ୍ଥ ହୋଇ ଉଭୟ ଘରକୁ ଆସିଥିଲେ, ମାତ୍ର ପରେ ବୋହୁମା ଙ୍କର ଶରୀରବସ୍ଥା ବିଗିଡିବାରୁ ତାଙ୍କୁ ପୁନ୍ନର୍ବାର ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଦେହତ୍ୟାଗ କରିଥିଲେ । ଏହାପରେ ସାନ ଭାଇ ମୋର ଦୁଖରେ ଭାଙ୍ଗି ହୋଇ ଘରକୁ ୨ ପିଲାଙ୍କୁ ଧରି ଆସିଲା । ମାତ୍ର ୨ ଦିନ ପରେ ତାକୁ ମଧ୍ୟ କୋରୋନା ର ଲକ୍ଷଣ ଦେଖାଯିବା ପରେ ସେ ଡାକ୍ତର ପାଖକୁ ଯାଇ ଟେଷ୍ଟ କରାଇଥିଲା । କମଳେଶ ର ମଧ୍ୟ ପଜେଟିଭ ରିପୋର୍ଟ ଆସିଲା ।

ଏହାପରେ ଚିକିତ୍ସ୍ୟାଧୀନ ଅବସ୍ଥାରେ କମଳେଶ ର ମୃ-ତ୍ୟୁ ହେଲା । ମାତ୍ର ପିଲା ଦୁଇଟି ବର୍ତ୍ତମାନ ନିଜ ବଡବାପା ପାଖରେ ରହୁଛନ୍ତି । କିନ୍ତୁ ବଡ ବାପା ଙ୍କର ଆର୍ଥିକ ସ୍ଥିତି ଭଲ ନଥିବା ବେଳେ ସେ ସଂପୂର୍ଣ୍ଣ ଭାବେ ଦାଇତ୍ଵ ତୁଲାଇ ପାରିବେ ନାହିଁ । ଏଣୁ କୁନି ଝିଅ ଟି ସମେତ ଗ୍ରାମବାସୀ ମାନେ ମଧ୍ୟ ସରକାର ଙ୍କ ନିକଟରେ ନିବେଦନ କରିଛନ୍ତି ଯେ, କୁନି ପିଲାଙ୍କର ଆଗାମୀ ଭବିଷ୍ୟତ କୁ ନେଇ କିଛି ସହାୟତା କରନ୍ତୁ । ବନ୍ଧୁଗଣ ଏହି ମର୍ମାହତ ପ୍ରସଙ୍ଗରେ ଆପଣ ମାନଙ୍କର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *