8 ଫେବୃୟାରୀ 2019 ଶୁକ୍ରବାର – କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ

ଆଜି ଆପଣ ନରମ ମନୋଭାବ ପୋଷଣ କରି କାହାକୁ ସାହାଯ୍ୟ କରିବେ । ନିଜର ନକାରାତ୍ମକ ଭାବନାକୁ ଦୂରେଇ ଦିଅନ୍ତୁ ଏବଂ ନିଜ ସମ୍ପର୍କକୁ ଅନ୍ୟମାନଙ୍କ ସହ ମଜବୁତ କରନ୍ତୁ । ଏହା ଆପଣଙ୍କୁ ଖୁସି ଆଣି ଦେବ । ବାଣୀ ତଥା ବ୍ୟାବହାର ଉପରେ ନିୟନ୍ତ୍ରଣ ନ ରଖିଲେ ଆଜି ଅସୁବିଧାର ସାମନା କରିବାକୁ ପଡ଼ିପାରେ । କ୍ରୋଧ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବେ ନହେଲେ କାହା ସହିତ ବାଦ-ବିବାଦ ହୋଇପାରେ । କୌଣସି କଥାକୁ ନେଇକରି ଚିନ୍ତିତ ହୋଇପାରନ୍ତି । ଅଚାନକ ହେବାକୁଥିବା ଘଟଣାରେ ନିୟନ୍ତ୍ରଣ ରଖିବେ | ବ୍ୟାପାରୀବର୍ଗଙ୍କୁ ବ୍ୟାପାରରେ ବାଧା ଆସିପାରେ । ନକାରାତ୍ମକତାକୁ ମହତ୍ଵ ଦିଅନ୍ତୁ ନାହିଁ । ପ୍ରତିକାର:- କୁକୁରକୁ କିଛି ଖାଦ୍ୟ ଦିଅନ୍ତୁ ।

ବୃଷ

ଆପଣ କିଛି ଦିନ ହେଲା ଯାଣିପାରୁନାହାନ୍ତି ଯେ ଆପଣଙ୍କର କଣ କରିବା ଉଚ଼ିତ୍ । କିନ୍ତୁ ଆପଣଙ୍କର ଚ଼ିନ୍ତାଧାରାରେ ସ୍ପଷ୍ଟତା ଆସିଯିବ । ଏହି ସମୟର ଲାଭ ଉଠାନ୍ତୁ ଏବଂ ଅଟକି ଯାଉଥିବା ସମସ୍ତ କାର୍ଯ୍ୟ କରିବାକୁ ଚ଼େଷ୍ଟା କରନ୍ତୁ । କୌଣସି ନିର୍ଣ୍ଣୟକୁ କରିବା ସମୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିପାରନ୍ତି । ଆଜି ଆବଶ୍ୟକ କାର୍ଯ୍ୟ ପ୍ରାରମ୍ଭ ପାଇଁ ସମୟ ଉଚିତ ନୁହେଁ । ବସ୍ତୁକୁ ନେଇ କରି ବ୍ୟବହାରିକ ମନୋଭାବ ରଖିବେ । ବ୍ୟବହାରରେ ଅଲଗାପଣ ଛାଡ଼ି ସ୍ନେହଭାବ ରଖିଲେ ପରିଣାମ ସକାରାତ୍ମକ ଆସିବ । ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ ।

ମିଥୁନ

ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ । ଆଜି ଶାରୀରିକ ଏବଂ ମାନସିକରୂପରେ ଆପଣଙ୍କୁ ପ୍ରସନ୍ନତା ଅନୁଭବ ହେବ । ପରିବାର ସୁଖ-ଶାନ୍ତିର ବାତାବରଣ ରହିବ । ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ସାକ୍ଷାତକରି ଆନନ୍ଦ ଲାଭ ହେବ,ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରି ଆଶୀର୍ବାଦ ଭିକ୍ଷା କରନ୍ତୁ ।

କର୍କଟ

ଛୋଟ ଛୋଟ କଥାରେ ଆଜି ଆପଣଙ୍କର ପରିବାର ଲୋକଙ୍କ ସହିତ ମତାନ୍ତର ହୋଇପାରେ । ଆଜି ଆପଣ ନିଜକୁ ବୋଧହୁଏ ଏକା ଅନୁଭବ କରିପାରନ୍ତି । ନିଜ ପରିବାରର ପସନ୍ଦ ଆପଣଙ୍କୁ ସମ୍ପୂର୍ଣ୍ଣ ଅଲଗା ବୋଲି ଆଜି ଆପଣ ମନେ କରିବେ । ଆଜି ସାଂସାରିକ ବିଷୟଗୁଡ଼ିକରୁ ଦୂରରେ ରହିକରି ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଗଭୀର ଚିନ୍ତନଶକ୍ତି ଏହି ବିଷୟରେ ଆପଣଙ୍କୁ ସହାୟତା କରିବ । ଗୂଢ଼ ଏବଂ ରହସ୍ୟମୟ ବିଦ୍ୟା ପ୍ରତି ଆଜି ଆପଣଙ୍କର ଅଧିକ ଆକର୍ଷଣ ରହିବ । ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ ହେବାର ମଧ୍ୟ ଯୋଗ ଅଛି । ତଥାପି ମଧ୍ୟ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ହେବ, ତେବେ ବିପତ୍ତିଗୁଡ଼ିକରୁ ଦୂରରେ ରହି ପାରିବେ । ପ୍ରତିକାର– ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ ।

ସିଂହ

ଆପଣତ ସେ କଳିକଜିଆର ଭାଗିଦାର ନୁହଁନ୍ତି କିନ୍ତୁ ସମାଧାନ କରିବା ପାଇଁ ଆପଣଙ୍କୁ ସାକ୍ଷୀ ରୂପରେ ଡ଼କା ଯାଇ ପାରେ, ଆପଣ କାହା ପକ୍ଷରେ ନ ଯାଇ ସତ୍ୟ ସାଙ୍ଗରେ ରହିବେ, ଏଥିରୁ ଆପଣଙ୍କ ସହକର୍ମୀ ଆପଣଙ୍କ ଠାରୁ ବହୁତ ପ୍ରଭାବିତ ହେବେ । ଆଜି ଶାରୀରିକ ସୁସ୍ଥତା ଏବଂ ମାନସିକ ପ୍ରସନ୍ନତା ଅନୁଭବ କରିବେ । କାର୍ଯ୍ୟଗୁଡ଼ିକରେ ମଧ୍ୟ ସଫଳତା ପ୍ରାପ୍ତ ହେବ । ପରିଜନମାନଙ୍କର ଏବଂ ସ୍ନେହୀଜନମାନଙ୍କର ସହିତ ସମ୍ବନ୍ଧରେ ମଧୁରତା ରହିବ । ତାଙ୍କର ସହକାର ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ,ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

କନ୍ୟା

ବହୁତ ଗୁଡିଏ ସ୍ଥାନକୁ ଯାତ୍ରାକରିବାର ସୁଯୋଗ ଆସିପାରେ ଏବଂ ଏହା ମଧ୍ୟରୁ ଗୋଟିଏ ଆପଣ ବାଛିବେ । ଭିନ୍ନ ପ୍ରକାର ଦ୍ୱନ୍ଦ ମଧ୍ୟରେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଏବଂ ଆପଣଙ୍କ ସହ ଯାତ୍ରା ନିଷ୍ପତ୍ତି ବାହାରେ କିଛି ଯୋଜନା କରିପାରନ୍ତି । ଆଜିର ଦିନ ଲାଭଦାୟୀ ଅଟେ । ସମ୍ବନ୍ଧିମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଆନନ୍ଦଦାୟୀ ଭେଟ ହେବ । ବିବାହୋତ୍ସୁକଙ୍କୁ ଉଚିତ ପାତ୍ର ମିଳିବାରରୁ ଆନନ୍ଦରେ ବୃଦ୍ଧି ହେବ । ବ୍ୟାପାର ଦୃଷ୍ଟିରୁ ମଧ୍ୟ ଲାଭଦାୟୀ ଦିନ ଅଟେ । ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ ।

ତୁଳା

ଆଜି ଆପଣ ଅଧିକ ସମୟ ପରିବାର ଲୋକଙ୍କ ସହିତ କଟାଇବେ । ନିଜ ଲୋକଙ୍କ ସହିତ ରହିଲେ ଆପଣଙ୍କୁ ବହୁତ ଖୁସି ଲାଗିବ । ନିଜ ପ୍ରତି ପରିବାର ଲୋକଙ୍କ ସ୍ନେହ ଓ ସମ୍ମାନ ଦେଖି ଆପଣ ବହୁତ ଖୁସି ହେବେ । ଆଜି ଆପଣଙ୍କୁ ଶାରୀରିକ ଶିଥିଲତା ଏବଂ ମାନସିକ ବ୍ୟଗ୍ରତା ଅନୁଭବ ହୋଇପାରେ । ମିତ୍ରମାନଙ୍କ ଏବଂ ସନ୍ତାନମାନଙ୍କ ସମ୍ବନ୍ଧିତ କୌଣସି କଥାର ଚିନ୍ତା ଗ୍ରାସ କରିପାରେ । ଆକସ୍ମିକ ଧନଖର୍ଚ୍ଚର ଯୋଗ ଅଛି । କୌଣସି ଭାବରେ ବିବାଦରୁ ଆଜି ଆପଣ ଦୂରରେ ରୁହନ୍ତୁ,ପ୍ରତିକାର– ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ ।

ବିଛା

ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ ମିଳିଯିବ । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ । ପରିଜନମାନଙ୍କର ସହିତ ସାମାଜିକ କାର୍ଯ୍ୟ ଗୁଡ଼ିକରେ ବ୍ୟସ୍ତ ରହିବେ ଅଥବା କୌଣସି ପର୍ଯ୍ୟଟନ-ସ୍ଥଳକୁ ଯାତ୍ରାର ଆନନ୍ଦ ପ୍ରାପ୍ତ କରି ପାରିବେ । ବ୍ୟାପାରୀଗଣଙ୍କୁ ବ୍ୟାପାରରେ ବୃଦ୍ଧି ହେବାର ସମ୍ଭାବନା ଅଛି ।  ପ୍ରତିକାର– ଚଣାଡାଲି ଓ ଗୁଡ ମନ୍ଦିରରେ ଦାନ କରନ୍ତୁ ।

ଧନୁ

ଆପଣ ଏଭଳି ଜଣେ ବ୍ୟକ୍ତି ଯାହାକୁ ନିଜ ଆଖପାଖ ଲୋକଙ୍କ ସାହାଯ୍ୟ ସହଯରେ ମିଳିଯାଏ । ଆପଣଙ୍କୁ ହୁଏତ ଏହା ଜଣା ନାହିଁ ଯେ ବହୁତ ଲୋକ ଆପଣଙ୍କ ବ୍ୟକ୍ତିତ୍ତ୍ୱ ଦ୍ୱାରା ପ୍ରଭାବିତ । ଆପଣ କେବେ ମଧ୍ୟ ନିଜର ଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ । ଆଜିର ଦିନ ଆପଣ ସାବଧାନ ଏବଂ ସତର୍କତାରେ କଟାଇବାକୁ ଚେଷ୍ଟା କରନ୍ତୁ । ବାଣୀ ବା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବେ ଏବଂ କୌଣସି ଭାବରେ ବିବାଦରୁ ଦୂରରେ ରୁହନ୍ତୁ । ମାତାଙ୍କ ସହିତ ବିବାଦ ହେବାର ସମ୍ଭାବନା ଅଛି । ନକାରାତ୍ମକତା ନିଜର ମନରେ ଯେପରି ଚାପ ନ ପକାଇବ ସେଥିପାଇଁ ଚେଷ୍ଟା କରିବେ,ପ୍ରତିକାର– ମୁଗଡାଲି ମନ୍ଦିରରେ ଦାନ କରନ୍ତୁ ।

ମକର

ଆପଣ ଆଜି ବିଦେଶରୁ ଗୋଟିଏ ଖୁସି ଖବର ପାଇପାରନ୍ତି ଯଦି ଆପଣ ବିଦ୍ୟାର୍ଥି ହୋଇଥାନ୍ତି ତେବେ ଆପଣ ବୃତ୍ତି ପାଇପାରନ୍ତି କିମ୍ବା ଆପଣଙ୍କର ନାମ ଲେଖା ହୋଇପାରେ । ଏହା ମଧ୍ୟ କୌଣସି ଏକ ନୂଆ ଚ଼ାକିରି ହୋଇଥାଇପାରେ । ତେଣୁ ଇମେଲ ଲେଖନ୍ତୁ । ଆଜିର ଦିନ ଶୁଭ ଫଳଦାୟୀ ଅଟେ । ଆଜି ପ୍ରତ୍ୟେକ କାର୍ଯ୍ୟରେ ସରଳତାରେ ସଫଳତା ପ୍ରାପ୍ତି ହେବ । ପରିଣାମ ସ୍ଵରୂପ ଆପଣ ମାନସିକରୂପରେ ପ୍ରଫୁଲ୍ଲିତ ରହିବେ । ଚାକିରିରେ ଉଚ୍ଚାଧିକାରିମାନଙ୍କର ପ୍ରସନ୍ନତା କାରଣରୁ ପଦୋନ୍ନତିର ଯୋଗ ଅଛି|ପ୍ରତିକାର–ରୁଟିଗୁଡ ଗାଈକୁ ଖାଇବାକୁ ଦେବେ ।

କୁମ୍ଭ

ଆଜି ଆପଣ ନିଜ ପରିବାର ଲୋକଙ୍କ ସହିତ କୌଣସି କାର୍ଯ୍ୟରେ ଯୋଗଦେବେ ,ନହେଲେ ବାହାରକୁ ବୁଲିବାକୁ ଯାଇପାରନ୍ତି ଯାହା ଆପଣଙ୍କୁ ବହୁତ ଖୁସି ପ୍ରଦାନ କରିବ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ବଣଭୋଜିରେ ଯିବା ପାଇଁ ଉଚ଼ିତ୍ ହେବ । କାର୍ଯ୍ୟ-ସଫଳତା ଏବଂ ଯଶ-କୀର୍ତ୍ତି ପ୍ରାପ୍ତ ହେବା ପାଇଁ ଆଜିର ଦିନ ଶୁଭ ଅଟେ । ପରିଜନମାନଙ୍କ ସହିତ ଆପଣ ଆନନ୍ଦ-ଉଲ୍ଲାସପୂର୍ଣ୍ଣ ବାତାବରଣରେ ସୁଖଦପୂର୍ଣ୍ଣ ସମୟ ବିତାଇବେ । ଆର୍ଥିକ ଲାଭର ମଧ୍ୟ ଆଜି ସମ୍ଭାବନା ଅଧିକ ଅଛି । ଆବଶ୍ୟକ ବିଷୟଗୁଡ଼ିକ ପଛରେ ଖର୍ଚ୍ଚ ହେବ । ପ୍ରତିକାର:- ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ମୀନ

ଆପଣଙ୍କ ସାହସ ଏବଂ ଉପସ୍ତିତ ବୁଦ୍ଧି ଆପଣଙ୍କୁ ଅନ୍ୟମାନଙ୍କୁ ଠାରୁ ବହୁ ଆଗକୁ ନେଇ ଯିବ । ଆପଣଙ୍କ ଧୀଶକ୍ତି ଏବଂ ସଂପ୍ରେଷଣ କଳା ଆପଣଙ୍କୁ ଲକ୍ଷ୍ୟପ୍ରାପ୍ତି କରିବାରେ ସାହାଯ୍ୟ କରିବ । ମନର ଅସୁସ୍ଥତା କାରଣରୁ ଆପଣ ଆଜି ବ୍ୟଗ୍ର ହୋଇପାରନ୍ତି । ଶରୀରରେ ଆଲସ୍ୟ ଅନୁଭବ ହୋଇପାରେ । ଉଚ୍ଚାଧିକାରିମାନଙ୍କ ସହିତ ସାବଧାନପୂର୍ବକ କାର୍ଯ୍ୟ କରନ୍ତୁ । ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ । ଆବଶ୍ୟକ ନିର୍ଣ୍ଣୟ ନେବା ଆଜି ଉଚିତ ନୁହେଁ,ପ୍ରତିକାର– ଗ୍ରାମ୍ୟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

Leave a Reply

Your email address will not be published. Required fields are marked *