ବନ୍ଧୁଗଣ ଟଙ୍କା ଧନ ସମ୍ପତି ପାଇଁ ବାପା ପୁଅ ଆଉ ଭାଇ ଭାଇ ମଧ୍ୟରେ କଳହ ହେବା କିଛି ନୂଆ କଥା ନୁହେଁ ତାହା ଆପଣ ମାନେ ଜାଣିଥିବେ । ସମ୍ପତି ପାଇଁ ପୁଅ ବାପାଙ୍କୁ ମଧ୍ୟ ଭୁଲିଯାଏ । ଧନୀ ଗରିବ ସମସ୍ତେ ଏଠାରେ ଟଙ୍କା ପାଇଁ ଦିନ ରାତି ପରିଶ୍ରମ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଆଧ୍ୟାତ୍ମିକ ପରିବେଶରେ ରହିବା ପାଇଁ ଭଗବାନ ଙ୍କ ନିକଟରେ ନିଜକୁ ସମର୍ପଣ କରି ଦେଇଛନ୍ତି ଏକ ପରିବାର ।
ଆଉ କୋଟି କୋଟି ଟଙ୍କା ର ସମ୍ପତିକୁ ଗରିବ ଓ ଗୋ ଶାଳାକୁ ଦାନ କରି ଦିକ୍ଷା ନେଇ ଯାଇଛନ୍ତି । ମଧ୍ୟ ପ୍ରଦେଶର ବାଲାଘାଟ ର ସୁନା ବେପାରୀ ରାକେଶ ସୁରାନା ଓ ତାଙ୍କ ସ୍ତ୍ରୀ ଆଉ ୧୧ ବର୍ଷୀୟ ପୁଅ ସହ ପାଖାପାଖି ୧୧ କୋଟିର ସମ୍ପତି ଛାଡି ଦିକ୍ଷା ନେବାକୁ ଯାଉଛନ୍ତି । ସେ ତାଙ୍କ ସମ୍ପତି ଗରିବ ଓ ଗୋ-ଶାଳାକୁ ଦାନ କରି ଦେଇଛନ୍ତି ।
ପୁରା ପରିବାର ଗୁରୁ ମହେନ୍ଦର ଙ୍କ ଠାରୁ ପ୍ରେରିତ ହୋଇ ସାଂସାରିକ ମୋହମାୟାକୁ ତ୍ୟାଗ କରି ଦେଇଛନ୍ତି । ଆଉ ଆଧ୍ୟାତ୍ମିକ ରାସ୍ତାରେ ଯିବାକୁ ନିସ୍ପତି ନେଇଛନ୍ତି । ରାକେଶ ସୁରାନା ଙ୍କ ସ୍ତ୍ରୀ ଲୀନା ସୁରାନା ପିଲା ଦିନୁ ଏହି ଦିକ୍ଷା ନେବାକୁ ଆଗ୍ରହୀ ଥିଲେ । ସେ ନିଜର ପ୍ରାରମ୍ଭିକ ଶିକ୍ଷା ଆମେରିକାରେ କରିବା ପରେ ବାଙ୍ଗାଲୋର ୟୁନିଭର୍ସିଟି ରେ ମଧ୍ୟ ପଢିଥିଲେ ।
ସୁରାନା ଙ୍କ ପୁଅ ଅଭୟ ସୁରାନା ୪ ବର୍ଷରୁ ହିଁ ଏହି ଦିକ୍ଷା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ହେଲେ ବୟସ କମ ଥିବାରୁ ତାଙ୍କୁ ୭ ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ୨୦୧୭ ରେ ରାକେଶ ଙ୍କ ଆମ ଏହି ଦିକ୍ଷା ନେଇଥିଲେ । ତାଙ୍କ ବ୍ଯତୀତ ତାଙ୍କ ଭଉଣୀ ମଧ୍ୟ ୨୦୦୮ ରେ ଏହି ଦିକ୍ଷା ଗ୍ରହଣ କରିଥିଲେ ।
ରାକେଶ ସୁରାନା ବାଲାଘାଟ ଅଞ୍ଚଳର ସୁନା ଚାନ୍ଦି ବ୍ୟବସାୟୀ ଅଟନ୍ତି । ଏକ ଛୋଟ ସୁନା ଦୋକାନରୁ ନିଜର ବ୍ୟବସାୟ ଆରମ୍ଭ କରିଥିବା ରାକେଶ ଏବେ ନାଁ କମାଇବା ସହ ଟଙ୍କା ମଧ୍ୟ ରୋଜଗାର କରିଛନ୍ତି । କିନ୍ତୁ ଏବେ ସେ ସବୁକୁ ତୁଚ୍ଛ କରି ଆଧ୍ୟାତ୍ମିକ ରାସ୍ତାରେ ଯିବା ପାଇଁ ନିସ୍ପତି ନେଇଛନ୍ତି । ଆଧୁନିକତାର ଏହି ସମାଜରେ ସୁଖମୟ ଜୀବନ ବିତାଇବା ପାଇଁ ରାକେଶଙ୍କର ଏହି ପରିବାର ପାଖରେ ସବୁ କିଛି ଥିଲା ।
ସେ କୋଟି କୋଟି ଟଙ୍କା ଅର୍ଜନ କରିଥିଲେ । ସେ ଚାହିଁଥିଲେ ସାରା ଜୀବନ ଖୁସି ରେ ବ୍ଯତୀତ କରିପାରି ଥାନ୍ତେ । କିନ୍ତୁ ବାକି ଜୀବନ ଭଗବାନ ଙ୍କ ନିକଟରେ ସମର୍ପି ଦେବାକୁ ନିସ୍ପତି ନେଲେ । ଆଉ ନିଜର ସବୁ ଧନ ଦାନ କରି ଆଧ୍ୟାତ୍ମିକ ରାସ୍ତା ରେ ଚାଲିବାକୁ ବାଛି ନେଇଛନ୍ତି ରାକେଶ ସୁରାନା ଓ ତାଙ୍କ ପରିବାର । ବନ୍ଧୁଗଣ ଆପଣ ମାନଙ୍କର ରାକେଶ ସୁରାନାଙ୍କ ଏଭଳି ଚିନ୍ତାଧାରା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।