ଆପଣ ମାନେ ସମସ୍ତେ ଯେତେବେଳେ କୌଣସି ଅସୁବିଧା ସମୁଖୀନ ହୋଇଥାନ୍ତି ସେତେବେଳେ ଆପଣଙ୍କ ମନରେ ଏହି ଭାବନା ଆସିଥାଏ ଯେ ଆମ ଘରେ କୌଣସି ନକାରାତ୍ମକ ଊର୍ଜା ପ୍ରବେଶ କରିଛି ନଚେତ କିଛି ନଜର ଲାଗି ଯାଇଛି ବା ଏମିତି କିଛି ହେଇଛି ଯାହା ପାଇଁ ଆମେ ଏତୀ ଅସୁବିଧା ସମ୍ମୁଖୀନ ହେଉଛୁ ।
କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଏମିତି କିଛି ଜିନିଷ ହୋଇଥାଏ ଯାହା ସାମନ୍ୟତଃ ଆପଣଙ୍କ ଘରେ ହୋଇଥାଏ ଓ ଆପଣ ଏହା ବ୍ୟବହାର କରି ନିଜ ଘରୁ ନକାରାତ୍ମକ ଊର୍ଜା ବାହାର କରି ପାରିବେ ବା କିଛି ଏମିତି ଜିନିଷ ଘର କବାଟ ଆଗରେ ଲଗାନ୍ତୁ ଯାହା ଦ୍ଵାରା ଆପଣଙ୍କ ଘରେ କୌଣସି ନକରାତ୍ମକ ଊର୍ଜା ପ୍ରବେଶ ନ କରୁ ଓ ଆପଣଙ୍କ ଘରେ ସବୁ କିଛି ଶୁଭ ହେଉ ।
୧. ଯଦି ଆପଣ ନିଜ ଘରେ କୌଣସି ପ୍ରକାର ନକାରାତ୍ମକ ଊର୍ଜା ପ୍ରବେଶ ନିଷେଧ କରିବାକୁ ଚାହନ୍ତି ତେବେ ଆପଣଙ୍କୁ ଏହି ସହଜ ଉପାୟ କରିବାକୁ ହବ ଆପଣ ସାମୁଦ୍ରି ଲୁଣ, ବା କଳା ଲୁଣ ବା ସାମାନ୍ଯ ଲୁଣ ଗୋଟେ କାଚ ତାଟିଆରେ ନିଅନ୍ତୁ ଓ ସେଥିରେ କିଛି କର୍ପୁର ପକାନ୍ତୁ ଓ ନିଜ ବାଥରୁମରେ ରଖନ୍ତୁ ଏହା ପରେ ଆପଣ ଗୋଟେ ମାସରେ ଥରେ ଏହାକୁ ଫିଙ୍ଗି ଆଉଥରେ ନୂଆ ରଖନ୍ତୁ ।
ମନେ ରଖିବେ ଯେଉଁ ଲୁଣ ଆପଣ ଫିଙ୍ଗିବେ ତାକୁ ପାଣିରେ ପ୍ରବାହିତ କରିବେ ସେ ଯେଉଁ ପାଣି ହେଲେ ଚାଲିବ କିନ୍ତୁ ଜମିରେ ଫିଙ୍ଗିବେ ନାହିଁ । ଏମିତି କରିବା ଦ୍ଵାରା ଆପଣଙ୍କ ଘରେ କୌଣସି ପ୍ରକାର ଖରାପ ଶକ୍ତି ଆସିବ ନାହିଁ ଓ ଆସିଲେ ମଧ୍ୟ ଦୂରେଇଯିବ ।
୨. ଯଦି ଆପପଣଙ୍କ ଘରେ ଆର୍ଥିକ ସମସ୍ଯା ଅଛି ତେବେ ଆପଣଙ୍କୁ ସପ୍ତାହରେ ଥରେ ଲୁଣ ପାଣି ଦ୍ଵାରା ଘର ପୋଛା ମାରିବା ଉଚିତ କିନ୍ତୁ ତା ବିଧି ମଧ୍ୟ ଜାଣିବା ଉଚିତ ନଚେତ ଧନ ଆସିବା ଜାଗାରେ ଘରୁ ଧାନ ପଳାଇ ଯିବ । ଏଥି ପାଇଁ ଆପଣଙ୍କୁ କୌଣସି ଶନିବାର ବା ମଙ୍ଗଳବାର ଦିନ ଘରକୁ] ପୋଛା ମାରିବାକୁ ହବ ।
ତେବେ ଏହା ଆଗ ଦିନ ଆପଣଙ୍କୁ ଗୋଟେ ତାଟିଆରେ କିଛି ପାଣିରେ ଲେମ୍ବୁ ଓ ଲୁଣ ଭେଦେଇବାକୁ ହବ ଓ ସକାଳେ ଏହାକୁ ଚାନ୍ଦି ସେହି ପାଣି ନିଜ ଅନ୍ୟ ପାଣି ସହ ମିଶାଇ ନିଅନ୍ତୁ ଓ ସେହି ପାଣିରେ ଘର ପୋଛା ମାରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ପ୍ରାପ୍ତି ହବ ।
୩. ଆପଣଙ୍କୁ କଳା ନଚେତ ଧଳା ରଙ୍ଗ ସୂତା କପଡା ନବାର ଅଛି ଏହାକୁ ଗୋଟେ ପୋଟଳି କରି ଦିଅନ୍ତୁ ଏହା ପରେ ଏଥିରେ ସାମୁଦ୍ରି ବା କଳା ବା ସାମାନ୍ଯ ଲୁଙ୍ଗ ନିଅନ୍ତୁ, କର୍ପୁର ନିଅନ୍ତୁ ଓ ଫିଟିକିରି ନିଅନ୍ତୁ ଓ ପୋଟଳି ବନ୍ଦ କରି ଯଦି କଳା କପଡା ନେଇଛନ୍ତି ତେବେ କଳା ସୂତାରେ ବାନ୍ଧନ୍ତୁ ।
ନଚେତ ଧଳା କପଡା ନେଲେ ଧଳା ସୂତାରେ କବାଟ କେନ୍ଦ୍ରରେ ଭିତରୁକୁ ବାନ୍ଧି ଦିଅନ୍ତୁ ଓ ପ୍ରାଥନା କରନ୍ତୁ ଯେ ଯେଉଁ ନକାରାତ୍ମକ ଊର୍ଜା ଆପଣଙ୍କୁ ପାର କରି ଆସିବ ଆପଣ ତା ନକାରାତ୍ମକତା ନିଜ ପାଖରେ ରଖିବେ ଏହି ଘର ଭିତରକୁ ଆସିବାକୁ ଦେବେ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।