ଆଜି ଆମେ ଆପଣଙ୍କୁ ଶୁଖିଲା କାସ, ପୁରୁଣା କାସ, ଛାତିରେ କଫ ଜମିବା, ବହୁତ ଦିନ ହେବ ଆପଣ ଥଣ୍ଡା ଓ କାସରେ ପୀଡିତ ଅଛନ୍ତି କିମ୍ବା ଆପଣଙ୍କୁ ଆସ୍ଥାମା ଅଛି । ଯଦି ଆପଣଙ୍କୁ ଏହା ମଧ୍ୟରୁ କୌଣସି ଗୋଟିଏ ବି ସମସ୍ୟା ଅଛି ତେବେ ଆଜି ଆମେ ଆପଣଙ୍କ ପାଇଁ ଗୋଟିଏ ଆୟୁର୍ବେଦ ଉପାୟ ନେଇ ଆସିଛୁ ।
ଏହି ଉପାୟକୁ ତିଆରି କରିବା ପାଇଁ ଆପଣଙ୍କୁ ଦୁଇଟି ଔଷଧୀର ପ୍ରୟୋଗ କରିବାର ଅଛି । ଗୋଟିଏ ହେଉଛି ଗୋଲମରୀଚ ଓ ଦ୍ଵିତୀୟ ପିପ୍ପଲୀ । ଏହି ଦୁଇଟି ଜିନିଷ ଶରୀରରେ ଥିବା କଫକୁ ବାହାର କରନ୍ତି । ଆୟୁର୍ବେଦ ଅନୁସାରେ ସମସ୍ତ ଜିନିଷର ପ୍ରୟୋଗ କରିବାର ଏକ ଉପାୟ ଥାଏ । ପ୍ରଥମେ ଆପଣ ଗୋଲୋମରିଚ ଓ ପିପ୍ପଲୀକୁ କଞ୍ଚା ଆଣି ତାକୁ ହେମଦସ୍ତା ସାହାର୍ଯ୍ୟରେ ପାଉଡର କରି ଦିଅନ୍ତୁ ।
କହିଦେଉଛୁ କି ପିପ୍ପଲୀକୁ ଆସ୍ଥାମ ସମୟରେ ସେବନ କରାଯାଏ । ଏହା ସହିତ କାସ ହେଉଥିବା ସମୟରେ, ଛାତିରେ କଫ ଯଦି ଜମି ଯାଉଛି, ମୋଟାପାକୁ କମ କରିବା ପାଇଁ ବହୁତ ସାହାର୍ଯ୍ୟ କରିଥାଏ । ଯଦି ଆପଣ ୩୦ ଗ୍ରାମ ଗୋଲୋମରିଚ ନେଇଛନ୍ତି ତେବେ ୩୦ ଗ୍ରାମ ପିପ୍ପଲୀ ନିଅନ୍ତୁ ଓ ଏହି ଦୁଇଟି ପାଉଡର କରି ଏହାକୁ ମିଶ୍ରଣ କରି ଦିଅନ୍ତୁ । ଏହା ପରେ ଆପଣ ଏହି ପାଉଡରକୁ ଅଧ ଚାମଚ ଓ ମହୁର ଅଧ ଚାମଚ ନେଇ ଖାଇ ଦିଅନ୍ତୁ ।
ଏହାକୁ ସେବନ କରିବା ପରେ ଆପଣ ଅଧ ଘଣ୍ଟା ପର୍ଯ୍ୟନ୍ତ କିଛି ବି ସେବନ କରନ୍ତୁ ନାହିଁ । ଏହିଭଳି ଆପଣ ଦିନକୁ ଦୁଇ ଥର ଏହାର ସେବନ କରି ପାରିବେ । ସକାଳେ ଓ ସନ୍ଧ୍ୟା ସମୟରେ ଏହାକୁ ସେବନ କରନ୍ତୁ । ଯଦି ଆପଣଙ୍କୁ କୌଣସି ସମୟରେ ଥଣ୍ଡା ଓ କାସ ହେଉଛି ତେବେ ସେହି ସମୟରେ ବି ଆପଣ ଏହାର ସେବନ କରି ପାରିବେ । କିନ୍ତୁ ଧ୍ୟାନ ରଖିବେ କି ପୁରା ଦିନରେ ମାତ୍ର ଦୁଇରୁ ତିନି ଥର ହିଁ ଏହାକୁ ସେବନ କରିବେ ।
ଅତ୍ୟଧିକ ସେବନ କରିବେ ନାହିଁ । କାରଣ ଏହା ବହୁତ ଗରମ ପଦାର୍ଥ ଅଟେ ସେଥିପାଇଁ ଗରମ ଦିନରେ ଅଧିକ ସେବନ କରିବା ଉଚିତ ନୁହେଁ । କିନ୍ତୁ ଏହା ସହିତ ଶରୀରରେ ପାଣିର ଅଭାବ ହେବାକୁ ଦିଅନ୍ତୁ ନାହିଁ । ଏହି କଥାର ଧ୍ୟାନ ରଖନ୍ତୁ । ଏହି ଔଷଧୀକୁ ଆପଣ ସେହି ସମୟ ପର୍ଯ୍ୟନ୍ତ ନେଇ ପାରିବେ ଯେତେ ସମୟ ପର୍ଯ୍ୟନ୍ତ ଆପଣଙ୍କର କାସ ଭଲ ନ ହୋଇଯିବ । ଏହି ଔଷଧୀର ସେବନ ଦ୍ଵାରା ଆପଣଙ୍କ ଶରୀରକୁ ରୋଗ ପ୍ରତିରୋଧକ ଶକ୍ତି ମିଳିବ ।
କିନ୍ତୁ ଯଦି ଆପଣ ଏହାକୁ ପିଲାମାନଙ୍କୁ ଦେଉଛନ୍ତି ତେବେ ବହୁତ କମ ପରିମାଣରେ ଏହାକୁ ଦାନ୍ତୁ । ଏହା ସହିତ ଆପଣଙ୍କୁ ଧ୍ୟାନ ରଖିବାର ଅଛି ଥଣ୍ଡା ଜିନିଷର ସେବନ କରିବେ ନାହିଁ । ବ୍ୟର୍ଜିତ ରୁହନ୍ତୁ । ଥଣ୍ଡା ପାଣି ପିଇବେ ନାହିଁ ଓ ସାଧା ପାଣି ପିଇବେ ।