ଥରେ ନିଅନ୍ତୁ ଥଣ୍ଡା, କାଶ, ଛାତିରେ ଜମି ଥିବା କଫ ସବୁ ହୋଇଯିବ ଠିକ, ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ

ଆଜି ଆମେ ଆପଣଙ୍କୁ ଶୁଖିଲା କାସ, ପୁରୁଣା କାସ, ଛାତିରେ କଫ ଜମିବା, ବହୁତ ଦିନ ହେବ ଆପଣ ଥଣ୍ଡା ଓ କାସରେ ପୀଡିତ ଅଛନ୍ତି କିମ୍ବା ଆପଣଙ୍କୁ ଆସ୍ଥାମା ଅଛି । ଯଦି ଆପଣଙ୍କୁ  ଏହା ମଧ୍ୟରୁ କୌଣସି ଗୋଟିଏ ବି ସମସ୍ୟା ଅଛି ତେବେ ଆଜି ଆମେ ଆପଣଙ୍କ ପାଇଁ ଗୋଟିଏ ଆୟୁର୍ବେଦ ଉପାୟ ନେଇ ଆସିଛୁ ।

ଏହି ଉପାୟକୁ ତିଆରି କରିବା ପାଇଁ ଆପଣଙ୍କୁ ଦୁଇଟି ଔଷଧୀର ପ୍ରୟୋଗ କରିବାର ଅଛି । ଗୋଟିଏ ହେଉଛି ଗୋଲମରୀଚ ଓ ଦ୍ଵିତୀୟ ପିପ୍ପଲୀ । ଏହି ଦୁଇଟି ଜିନିଷ ଶରୀରରେ ଥିବା କଫକୁ ବାହାର କରନ୍ତି । ଆୟୁର୍ବେଦ ଅନୁସାରେ ସମସ୍ତ ଜିନିଷର ପ୍ରୟୋଗ କରିବାର ଏକ ଉପାୟ ଥାଏ । ପ୍ରଥମେ ଆପଣ ଗୋଲୋମରିଚ ଓ ପିପ୍ପଲୀକୁ କଞ୍ଚା ଆଣି ତାକୁ ହେମଦସ୍ତା ସାହାର୍ଯ୍ୟରେ ପାଉଡର କରି ଦିଅନ୍ତୁ ।

କହିଦେଉଛୁ କି ପିପ୍ପଲୀକୁ ଆସ୍ଥାମ ସମୟରେ ସେବନ କରାଯାଏ । ଏହା ସହିତ କାସ ହେଉଥିବା ସମୟରେ, ଛାତିରେ କଫ ଯଦି ଜମି ଯାଉଛି, ମୋଟାପାକୁ କମ କରିବା ପାଇଁ ବହୁତ ସାହାର୍ଯ୍ୟ କରିଥାଏ । ଯଦି ଆପଣ ୩୦ ଗ୍ରାମ ଗୋଲୋମରିଚ ନେଇଛନ୍ତି ତେବେ ୩୦ ଗ୍ରାମ ପିପ୍ପଲୀ ନିଅନ୍ତୁ ଓ ଏହି ଦୁଇଟି ପାଉଡର କରି ଏହାକୁ ମିଶ୍ରଣ କରି ଦିଅନ୍ତୁ । ଏହା ପରେ ଆପଣ ଏହି ପାଉଡରକୁ ଅଧ ଚାମଚ ଓ ମହୁର ଅଧ ଚାମଚ ନେଇ ଖାଇ ଦିଅନ୍ତୁ ।

ଏହାକୁ ସେବନ କରିବା ପରେ ଆପଣ ଅଧ ଘଣ୍ଟା ପର୍ଯ୍ୟନ୍ତ କିଛି ବି ସେବନ କରନ୍ତୁ ନାହିଁ । ଏହିଭଳି ଆପଣ ଦିନକୁ ଦୁଇ ଥର ଏହାର ସେବନ କରି ପାରିବେ । ସକାଳେ ଓ ସନ୍ଧ୍ୟା ସମୟରେ ଏହାକୁ ସେବନ କରନ୍ତୁ । ଯଦି ଆପଣଙ୍କୁ କୌଣସି ସମୟରେ ଥଣ୍ଡା ଓ କାସ ହେଉଛି ତେବେ ସେହି ସମୟରେ ବି ଆପଣ ଏହାର ସେବନ କରି ପାରିବେ । କିନ୍ତୁ ଧ୍ୟାନ ରଖିବେ କି ପୁରା ଦିନରେ ମାତ୍ର ଦୁଇରୁ ତିନି ଥର ହିଁ ଏହାକୁ ସେବନ କରିବେ ।

ଅତ୍ୟଧିକ ସେବନ କରିବେ ନାହିଁ । କାରଣ ଏହା ବହୁତ ଗରମ ପଦାର୍ଥ ଅଟେ ସେଥିପାଇଁ ଗରମ ଦିନରେ ଅଧିକ ସେବନ କରିବା ଉଚିତ ନୁହେଁ । କିନ୍ତୁ ଏହା ସହିତ ଶରୀରରେ ପାଣିର ଅଭାବ ହେବାକୁ ଦିଅନ୍ତୁ ନାହିଁ । ଏହି କଥାର ଧ୍ୟାନ ରଖନ୍ତୁ । ଏହି ଔଷଧୀକୁ ଆପଣ ସେହି ସମୟ ପର୍ଯ୍ୟନ୍ତ ନେଇ ପାରିବେ ଯେତେ ସମୟ ପର୍ଯ୍ୟନ୍ତ ଆପଣଙ୍କର କାସ ଭଲ ନ ହୋଇଯିବ । ଏହି ଔଷଧୀର ସେବନ ଦ୍ଵାରା ଆପଣଙ୍କ ଶରୀରକୁ ରୋଗ ପ୍ରତିରୋଧକ ଶକ୍ତି ମିଳିବ ।

କିନ୍ତୁ ଯଦି ଆପଣ ଏହାକୁ ପିଲାମାନଙ୍କୁ ଦେଉଛନ୍ତି ତେବେ ବହୁତ କମ ପରିମାଣରେ ଏହାକୁ ଦାନ୍ତୁ । ଏହା ସହିତ ଆପଣଙ୍କୁ ଧ୍ୟାନ ରଖିବାର ଅଛି ଥଣ୍ଡା ଜିନିଷର ସେବନ କରିବେ ନାହିଁ । ବ୍ୟର୍ଜିତ ରୁହନ୍ତୁ । ଥଣ୍ଡା ପାଣି ପିଇବେ ନାହିଁ ଓ ସାଧା ପାଣି ପିଇବେ ।

Leave a Reply

Your email address will not be published. Required fields are marked *