ସିଙ୍ଗର ତପୁ ମିଶ୍ରଙ୍କ ଅବସ୍ଥା ଗୁରୁତ୍ଵର ସହାୟତାର ହାତ ବଢାଇଲେ Sonu Sood, ଟ୍ୱୀଟ କରି କହିଲେ ତପୁ…

“କ-ରୋ-ନା” ଏହି ନାମ ଶୁଣିଲେ ଯେମିତି ଶରୀରରେ ମୃ-ତ୍ୟୁର ଆତଙ୍କ ଖେଳି ଯାଉଛି । ବିଗତ ଏକ ବର୍ଷ ହେଲା ଏହି ମ-ହା-ମା-ରୀ ସାରା ବିଶ୍ବରେ ନିଜର ଆ-ତ-ଙ୍କି-ତ-ର ରାଜ୍ୟ ଚଲାଉଛି । ସାରା ବିଶ୍ଵ ଏବେ ଏହି ମ-ହା-ମା-ରୀ ପାଇଁ ଆତଙ୍କିତ ଓ ଭୟବିତ । ଆପଣ ସମସ୍ତେ ଓଡିଆ ଗାୟିକା ତପୁ ମିଶ୍ରଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । ସେ ଜଣେ ଗାୟିକା ଅଟନ୍ତି ।

ସେ ଆମ ଓଡିଶାର ଜଣେ ଜଣା ଶୁଣା କଣ୍ଠଶିଳ୍ପୀ । ତାଙ୍କର ସୁ ମଧୁର ଗୀତର ସମସ୍ତେ ଦିବାନା । ସେ ଓଡିଆ ଭାଷାରେ ବହୁତ ଗୀତ ଗାଇଛନ୍ତି ଓ ପ୍ରାୟତଃ ତାଙ୍କର ସମସ୍ତ ଗୀତ ବହୁତ ହିଟ ମଧ୍ୟ ହୋଇଥାଏ । ତପୁ ମିଶ୍ର ଓଲିଉଡର ପ୍ରାୟତଃ ଫିଲ୍ମରେ ତାଙ୍କର ଗୋଟିଏ କିମ୍ବା ଦୁଇଟି ଗୀତ ଥାଏ । ଏହା ସହିତ ସେ କେତେକ ଆଲବମ ଓ ଭଜନ ପାଇଁ ବି ଗୀତ ଗାଇଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କ ସହ ଜଡିତ ଗୋଟିଏ ବଡ ଦୁଃଖ ଖବର ସାମ୍ନାକୁ ଆସୁଛି ।

କୁହାଯାଉଛି କି ତପୁ ମିଶ୍ରଙ୍କୁ ଗୁରୁତ୍ଵର ଅବସ୍ଥାରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିକଟ ଅତୀତରେ କ-ରୋ-ନା ରୋ-ଗରେ ପୀଡିତ ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ତପୁ ମିଶ୍ର । ଏହା ପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଆଂଶିକ ଉନ୍ନତି ହୋଇଥିଲା କିନ୍ତୁ ଗତ କିଛି ଦିନ ହେବ ପୁଣିଥରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁଖର ଖବର ଏହା ଯେ ଗତ କିଛି ଦିନ ତଳେ ତପୁ ମିଶ୍ରଙ୍କ ବାପା କ-ରୋ-ନାରେ ପୀଡିତ ହୋଇ ମୃ-ତ୍ୟୁ ବରଣ କରିଥିଲେ ଓ ଏବେ ସେ ଏହି ରୋ-ଗରେ ନିଜ ଜୀବନ ସହ ସଂଗ୍ରାମ କରୁଛନ୍ତି ।

ଏମିତିରେ ତାଙ୍କର ପରିବାର ଲୋକମାନେ ଓ ତାଙ୍କର ଫ୍ୟାନମାନେ ତାଙ୍କର ଆରୋ-ଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । କହିଦେଉଛୁ କି ପ୍ରଖ୍ୟାତ ଓଡିଆ ଗାୟିକା ତପୁ ମିଶ୍ରଙ୍କୁ ୧୯ ମେ ସନ୍ଧ୍ୟା ସମୟରେ ଏକ ପ୍ରାଇବେଟ ହସ୍ପିଟାଲରେ ବହୁତ ଗୁରୁତ୍ଵର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ତାଙ୍କ କୋବିଡ – ୧୯ର ଚିକିତ୍ସା ଚାଲୁଥିଲା । ଏବେ ତାଙ୍କର ସ୍ଵାସ୍ଥ୍ୟାବସ୍ଥାରେ ଅବନତି ଘଟିଥିବାରୁ ତାଙ୍କ ପରିବାରରେ ଚିନ୍ତାର ଛାଯା ଖେଳି ଯାଇଛି ।

ତେବେ ଡାକ୍ତର ମାନେ ସବୁ ପ୍ରକାର ଚେଷ୍ଟା କରି ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିନି । କିନ୍ତୁ ଏହି ସମୟରେ ତପୁଙ୍କ ଜଣେ ସାଙ୍ଗ ଗୀତା ଦାଶ ସୋନୁ ସୂଦଙ୍କୁ ମେସେଜ କରିଥିଲେ ଓ କହିଥିଲେ କି ସାର ଆମକୁ 2DG ସଚେଟ୍ସର ବହୁତ ଆବଶ୍ୟକତା ଅଛି ଆମ ସାଙ୍ଗ ତପୁ ମିଶ୍ରଙ୍କ ପାଇଁ । ଯାହା ଏଠି ମିଳୁ ନାହିଁ, ଆମେ ବହୁତ ଚେଷ୍ଟା କରି ମଧ୍ୟ ମେଡିସିନ ପାଇ ପାରୁ ନାହୁଁ । ଯାହା ଫଳରେ ସମୟ ସହିତ ତପୁଙ୍କ ଜୀବନ ସଙ୍କଟା ପନ୍ନ ହୋଇଯାଉଛି । ଆପଣ ସାହାଯ୍ୟ କଲେ କିଛି ହୋଇ ପାରନ୍ତା ।

ଏହା ପରେ ସୋନୁ ମଧ୍ୟ ସଙ୍ଗେ ସଙ୍ଗେ ରିପ୍ଲାଇ ଦେଇଥିଲେ କି କିଛି ହେବନି ତପୁ ମିଶ୍ରଙ୍କର ଏବଂ ସେ ଭଲ ହୋଇଯିବେ । ଏଥିରୁ ଜଣା ପଡୁଛି କି ସୋନୁ ତପୁ ଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଓ ବୋଧହୁଏ ତପୁ ଶୀଘ୍ର ଭଲ ହୋଇ ଘରକୁ ଫେରି ପାରିବେ । ତେବେ ସୋନୁ ଦେଇଥିବା ପ୍ରତିସୂତି ପରେ ସମସ୍ତେ ଏବେ ଆଶ୍ଵସ୍ତି ଅନୁଭବ କରୁଛନ୍ତି ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *