ହଟାତ ଶୁଭିଲା ଓଁ ଓଁ ର ଶବ୍ଦ ତ ଜୁଇରୁ ଉଠି ବସିଲେ ମୃତ ଯୁବକ, ଆଉ ତା ପରେ….

ଦେଶରେ ବର୍ତ୍ତମାନ ସ୍ଥିତି ବହୁତ ଖରାପ ଅଟେ । ଅର୍ଥାତ କରୋନା ଯୋଗୁ ସବୁଦିନ କୌଣସି ନା କୌଣସି ବ୍ୟକ୍ତିର ମୃତ୍ୟୁ ହେଉଛି । ଏମିତିରେ ସୁସ୍ଥ ସବଳ ବ୍ୟକ୍ତିକୁ ହରାଇ ପରିବାର ଲୋକମାନେ ବି ଆହୁରି ଅଧିକ ଭାଙ୍ଗି ଯାଉଛନ୍ତି । କେତେକ ପରିବାରର ଅଧା ରୁ ଅଧିକ ସଦସ୍ୟଙ୍କ ମୃତ୍ୟୁ ହୋଇ ଯାଉଛି ତ ଅନ୍ୟ ପଟେ କେତେକ ପରିବାରର ଯବାନ ଯବାନ ପୁଅ କିମ୍ବା ଝିଅର ମୃତ୍ୟୁ ହେଉଛି ।

ଏହିଭଳି ଖବର ଯେତେବେଳେ ସାମ୍ନାକୁ ଆସିଥାଏ ତେବେ ଏହା ବ୍ୟକ୍ତିକୁ ମନ ଭିତରୁ ଭାଙ୍ଗି ଦିଏ । କିନ୍ତୁ ଏହା ମଧ୍ୟରେ ଏମିତି ଏକ ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ଚିନ୍ତା କରିବାରେ ବାଧ୍ୟ କରି ଦେଇଛି କି ଏହା କେମିତି ସମ୍ଭବ । ଏହି ଘଟଣା ଟି ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲାର ଅଟେ । ଯେଉଁଠି ଜଣେ ଯୁବକର ମୃତ୍ୟୁ ପରେ ଯେତେବେଳେ ତାହାର ଅନ୍ତିମ ସଂସ୍କାର କରାଗଲା ତେବେ ଅଚାନକ ସେ ନିଜ ଜୁଇରୁ ଉଠି ବସିଲା ।

ଏହାକୁ ଦେଖି ସେଠି ଉପସ୍ଥିତ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ପରେ ପରିଜନମାନେ ଡାକ୍ତରଙ୍କୁ ଶ୍ମଶାନକୁ ଡାକିଲେ । ଯେଉଁଠି ଡାକ୍ତର ସେହି ଯୁବକକୁ ମୃତ ବୋଲି ଘୋଷିତ କରିଲେ । କିନ୍ତୁ ପରିବାର ଲୋକମାନଙ୍କ ମନ ମାନିଲା ନାହିଁ, ସେଥିପାଇଁ ସେମାନେ ସେହି ଯୁବକକୁ ଜିଲ୍ଲା ହସ୍ପିଟାଲକୁ ନେଇଗଲେ । କିନ୍ତୁ ଡାକ୍ତରମାନେ ପୁଣି ଥରେ ସେହି ଯୁବକକୁ ମୃତ ଘୋଷଣା କରିଲେ ।

ଏହି ଘଟଣା ପରେ ପୁରା ଅଶୋକନଗରରେ ଚାଞ୍ଚଲ୍ୟ ଖେଳି ଯାଇଛି । ଯେଉଁଠି ହର୍ଷିତ ଜୈନ କହିଲେ କି ତାଙ୍କର ମୃତ ଭାଇ ଅନୀଲ ଜୈନର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଗଲା । ଯେଉଁଠି ତାଙ୍କର କରୋନା ଚିକିତ୍ସା ଚାଲୁଥିଲା । ତାଙ୍କର ଭାଇ ଅନୀଲ ଜୈନ ପ୍ରାୟତଃ ୧୫ ଦିନ ହେବ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଗୁରୁବାର ଦିନ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଲେ ।

ସେମାନେ ତାଙ୍କର ଭାଇ ଶ୍ମଶାନକୁ ନେଇଗଲେ । କିନ୍ତୁ ଏହି ସମୟରେ ଏକ ଅଦ୍ଭୁତ ଜିନିଷ ଦେଖିବାକୁ ମିଳିଲା । ତାଙ୍କ ଭାଇଙ୍କ ଅନୁସାରେ ଯେତେବେଳେ ସେ ନିଜ ଭାଇର ମୃତ ଶରୀରକୁ ଶ୍ମଶାନକୁ ନେଇ ଯାଉଥିଲେ ତେବେ ସେହି ସମୟରେ ତାହାର ଶରୀରର ହଲଚଲ ହେଉଥିଲା ଓ ତାହାର ମୁହଁରୁ ଓଁ ଓଁ ସ୍ଵର ମଧ୍ୟ ଶୁଣାଯାଉଥିଲା । ଏହା ପରେ ଯେତେବେଳେ ତାକୁ ଜୁଇରେ ଶୁଆଇ ଡିଆଗଲା ତେବେ ଅଚାନକ ସେ ଉଠି ବସିଲା । କିନ୍ତୁ ପରବର୍ତ୍ତୀ ସମୟରେ ଡାକ୍ତରଙ୍କ ଟିମ ତାଙ୍କ ଭାଇକୁ ମୃତ ବୋଲି ଘୋଷଣା କରିଲେ ।

ମୃତକଙ୍କ ପରିବାର ଲୋକମାନେ ଅଭିଯୋଗ କରିଛନ୍ତି କି ଡାକ୍ତରଖାନରେ ତାଙ୍କର ଭାଇ ଜୀବିତ ଥିଲା ଓ ଶ୍ମଶାନରେ ଚିତା ଉପରେ ସେ ନିଜର ପ୍ରାଣ ହାରିଛି । ଏହା ସହିତ ସେ ଆଗକୁ କହିଲେ କି ଭଲ ଚିକିତ୍ସା ନ ମିଳିବାରୁ ତାଙ୍କ ଭାଇର ଏହିଭଳି ଅବସ୍ଥା ହୋଇଛି । ଅନ୍ୟ ପଟେ ଜିଲ୍ଲା ହସ୍ପିଟାଲର ଡାକ୍ତରଙ୍କ କହିବା ଅଟେ କି ଯୁବକ ଜଣକ ଜୀବିତ ଥିବା ଆରୋପ ଭୁଲ ଅଟେ । ମୃତ ବ୍ୟକ୍ତିକୁ ଶ୍ମଶାନରୁ ଆଣିବା ପରେ ବି ତାଙ୍କର ଭଲ ଭାବରେ ଯାଞ୍ଚ ହେଲା ଓ ତାଙ୍କୁ ପୁଣି ଥରେ ମୃତ ଘୋଷିତ କରାଯାଇଥିଲା । ପରିବାର ଲୋକମାନଙ୍କ ସମସ୍ତ ଅଭିଯୋଗ ମିଥ୍ୟା ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *