ବାହାଘର ପରେ ପ୍ରଥମଥର Jhilik Bhattacharya ଶାଶୁଘରେ ନିଆରା ଢଙ୍ଗରେ ପାଳନ କରିଲେ ରଥଯାତ୍ରା, ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ “ଝିଲିକ ଭଟ୍ଟାଚାର୍ଜ୍ୟ” ଙ୍କୁ ତ ଅନେକ ଓଡିଆ ଚଳଚ୍ଚିତ୍ର ମାନଙ୍କରେ ଦେଖିଥିବେ । ଗତ କିଛି ବର୍ଷ ପୂର୍ବେ ସେ ସୁକିନ୍ଦ ର ବିଧାୟକ “ଦୀପ୍ତି ରଞ୍ଜନ ଢଳେଇ” ଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ବର୍ତ୍ତମାନ ଦୂରେଇ ଯାଇଛନ୍ତି ।

ବର୍ତ୍ତମାନ ସେ ନିଜର ଶାଶୁଘରେ ଗୋଟିଏ ଓଡିଆ ଘରର ବୋହୂ ଭାବରେ ଜୀବନ ଜାପନ କରୁଥିବାର ନଜର ଆସୁଛନ୍ତି । ସେ ନିଜ ଶାଶୁଘରେ ପୂଜାର୍ଚ୍ଚନା ସହିତ ଘରର ସମସ୍ତ କାର୍ଯ୍ୟ କରୁଥିବାର ନଜର ଆସୁଛନ୍ତି । ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ନିଜ ଘରେ ସେ ଏକ ଛୋଟ ରଥ ନିର୍ମାଣ କରିଥିଲେ ।

ଏହାପରେ ସେ ପ୍ରଭୁ ଜଗନ୍ନାଥ ଙ୍କୁ ରଥ ରେ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ଝିଲିକ ଶ୍ରଦ୍ଧା ଏବଂ ଭକ୍ତି ର ସହିତ ନିଜ ଘରେ ରହି ରଥଯାତ୍ରା ପାଳନ କରିଥିଲେ । ଅଭିନେତ୍ରୀ “ଝିଲିକ ଭଟ୍ଟାଚାର୍ଜ୍ୟ” ଗୋଟିଏ ବଙ୍ଗାଳୀ ଘରର ଝିଅ ହୋଇଥିଲେ ମଧ୍ୟ ଓଡିଆ ଘରର ବୋହୂ ଭାବରେ ସେ ଘରର ସମସ୍ତ କାର୍ଯ୍ୟ କରୁଥିବାର ନଜର ଆସିଛନ୍ତି । ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଏହି ବଙ୍ଗୀୟ ଅଭିନେତ୍ରୀ ଜଣକ ନିଜର ଚମତ୍କାରୀ ଅଭିନୟ ଦ୍ଵାରା ଲକ୍ଷାଧିକ ଦର୍ଶକ ଙ୍କ ହୃଦୟକୁ ମୋହୀ ନେଇଥିଲେ ।

ଝିଲିକ କହିଥିଲେ ଯେ ମୋ ସ୍ଵାମୀ ଙ୍କ ବାପା ମା’ ଙ୍କର ଆଶୀର୍ବାଦ ଏବଂ ମୋ ବାପା ମା’ ଙ୍କ ଆଶୀର୍ବାଦ ନେଇ ଆମେ ବିବାହ କରିଥିଲୁ । ମାତ୍ର ବିବାହ ପରେ ମୁଁ ବହୁତ ଖୁସିରେ ଅଛି । ଆପଣ ମାନେ ମଧ୍ୟ ଆଶୀର୍ବାଦ କରନ୍ତୁ ଯେ ଆମ୍ଭର ଆଗାମୀ ଜୀବନ ଯେପରି ସୁଖମୟ ଏବଂ ଶାନ୍ତିମୟ ହେବ । ଝିଲିକ ଏହା ମଧ୍ୟ କହିଥିଲେ ଯେ, ଗୋଟେ ନାରୀ ର ୩ ଜୀବନ ଶୈଳୀ ଅଛି ।

ଅର୍ଥାତ ଜଣେ ନାରୀ ୩ ପାହାଚ ଅତିକ୍ରମ କରି ଆସିଥାଏ । ପ୍ରଥମେ ଯେତେବେଳେ ସେ ଯାହାର ଝିଅ ଥାଏ, ଦ୍ଵିତୀୟ ରେ ସେ କାହାର ସ୍ତ୍ରୀ ଥାଏ, ଏବଂ ୩ ୟ ରେ ସେ ମା ହେଲେ । ଏଣୁ ମୁଁ ବର୍ତ୍ତମାନ ୨ ୟ ସ୍ଟେପ ରେ ଅଛି । ଏବଂ ମୁଁ ବହୁତ ଖୁସି ଅଛି । ଦିନେ ନା ଦିନେ ପ୍ରତ୍ୟକ ଝିଅ ଙ୍କୁ ବିବାହ କରିବାକୁ ହେବ ମୋର ମଧ୍ୟ ବିବାହ ହେଲା ।

ଦିନ ଥିଲା ମୁଁ ଅଭିନୟ କରୁଥିଲି ମାତ୍ର ବର୍ତ୍ତମାନ ମୁଁ ଶାଶୁଘର ର ବୋହୂ ଭାବରେ ସମସ୍ତ ଦାଇତ୍ଵ ତୁଲାଇବାରେ ସକ୍ଷମ ହୋଇଛି । “ଝିଲିକ ଭଟ୍ଟାଚାର୍ଜ୍ୟ” ଙ୍କର ଅନେକ ଫ୍ୟାନ୍ସ ଫଲୋଇଙ୍ଗ ରହିଥିବା ବେଳେ ସେ ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଦେଖା ନଯାଉଥିବା ସମୟରେ ତାଙ୍କ ଫ୍ୟାନ୍ସ ମାନେ ବହୁଳ ଭାବରେ ନିରାଶ ହୋଇଛନ୍ତି ।

ଦର୍ଶକେ ବର୍ତ୍ତମାନ ମଧ୍ୟ ଝିଲିକ ଙ୍କର ଚୂଲବୁଲି ଅଭିନୟ କୁ ଭୁଲି ପରି ନାହାନ୍ତି । ମାତ୍ର ବର୍ତ୍ତମାନ ଅପେକ୍ଷାରେ “ଝିଲିକ ଭଟ୍ଟାଚାର୍ଜ୍ୟ” ପୁନ୍ନର୍ବାର ଓଡିଆ ଇଣ୍ଡଷ୍ଟ୍ରୀ କୁ ଫେରି ଆସୁଛନ୍ତି କି ନା ? ବନ୍ଧୁଗଣ ଏହି ପ୍ରସଙ୍ଗରେ ଆପଣଙ୍କ ମତାମତ କଣ ଅଟେ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *