Indira Gandhi ଙ୍କ ଲୁକ ରେ ଏହି ଅଭିନେତ୍ରୀ କିଏ କଣ ଆପଣ ଜାଣନ୍ତି ? ଯାହାଙ୍କ ପାଇଁ ଫ୍ୟାନ୍ସ କରୁଛନ୍ତି ଆୱାର୍ଡ ର ଡିମାଣ୍ଡ!

ଅକ୍ଷୟ କୁମାରଙ୍କ ଫିଲ୍ମ ବେଲ ବଟମର ଟ୍ରେଲର ରିଲିଜ ହୋଇଯାଇଛି । ଏହି ଫିଲ୍ମର ଟ୍ରେଲରକୁ ଲୋକମାନଙ୍କ ଦ୍ଵାରା ବହୁତ ପସନ୍ଦ ମଧ୍ୟ କରାଯାଉଛି । ଟ୍ରେଲର ଦେଖିବା ପରେ ସମସ୍ତେ ଅକ୍ଷୟ କୁମାରଙ୍କ ଠାରୁ ଅଧିକ ଅଭିନେତ୍ରୀ ଲାରା ଦତ୍ତାଙ୍କ ପ୍ରଶଂସା କରୁଛନ୍ତି ।

କାରଣ ଏହି ଫିଲ୍ମରେ ଲାରା ଦତ୍ତା ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କ ରୋଲରେ ନଜର ଆସୁଛନ୍ତି । ଏହି ରୋଲକୁ କରିବା ପାଇଁ ଲାରା ଦତ୍ତା ବହୁତ ପରିଶ୍ରମ ବି କରିଛନ୍ତି ଓ ତାଙ୍କର ପରିଶ୍ରମ ଟ୍ରେଲରରେ ନଜର ଆସୁଛି । ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କ ଭଳି ଦେଖାଯାଉଥିବା ଲାରା ଯେଉଁ ମେକଅପ ନେଇଛନ୍ତି ସେଥିରେ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । କାରଣ ମେକଅପ ପରେ ଲାରାଙ୍କୁ ଚିହ୍ନିବା ବହୁତ କଷ୍ଟ ହୋଇ ଯାଉଛି । ଯିଏବି ଏହି ଟ୍ରେଲରରକୁ ପ୍ରଥମ ଥର ଦେଖିଛି ।

ସେ ଲାରା ଦତ୍ତାଙ୍କୁ ଚିହ୍ନି ପାରି ନାହିଁ । ଲାରା ଦତ୍ତାଙ୍କ ମେକଅପ ଏତେ ସୁନ୍ଦର ହୋଇଛି କି ସେ ଏକଦମ ଭିନ୍ନ ନଜର ଆସୁଛନ୍ତି ଓ ବିଲକୁଲ ବି ଚିହ୍ନି ହେଉ ନାହିଁ । ଫିଲ୍ମର ଟ୍ରେଲରର ରିଲିଜ ହେବା ପରେ ଲାରା ଦତ୍ତା ଓ ତାଙ୍କ ମେକଅପ ଆର୍ଟିସ୍ଟଙ୍କ ସୋସିଆଲ ମିଡିଆ ଉପରେ ବହୁତ ପ୍ରଶଂସା କରାଯାଉଛି । ଲୋକମାନେ କହୁଛନ୍ତି କି ଲାରା ଦତ୍ତା ଇନ୍ଧିରା ଗାନ୍ଧୀଙ୍କ ରୂପରେ ଏକଦମ ଫିଟ ଲାଗୁଛନ୍ତି ଓ ସେ ପୂରାପୂରି ଇନ୍ଧିରା ଗାନ୍ଧୀ ଲାଗୁଛନ୍ତି ।

କହିଦେଉଛୁ କି ଏହି ରୋଲ ପାଇଁ ଲାରା ପ୍ରୋସ୍ଥେଟିକ୍ସ ମେକଅପର ସାହାର ନେଇଛନ୍ତି ଓ ଏହି ମେକଅପ ସାହାର୍ଯ୍ୟରେ ପୂରାପୂରି ସେ ଇନ୍ଧିରା ଗାନ୍ଧୀ ଲାଗୁଛନ୍ତି । ଏତିକି ନୁହେଁ ମେକଅପ ଆର୍ଟିସ୍ଟକୁ ପୁରଷ୍କାର ଦେବା ପାଇଁ ଲୋକମାନେ କହୁଛନ୍ତି । ଏହି ଫିଲ୍ମରେ ଅକ୍ଷୟ କୁମାର ଜଣେ ଅଣ୍ଡରକଭର ଅଧିକାରୀର ରୋଲରେ ନଜର ଆସୁଛନ୍ତି । ଯାହାଙ୍କୁ ଭାରତ ସରକାର ଦ୍ଵାରା ଚାରି ଜଣ ଆତଙ୍କବାଦୀଙ୍କ ଠାରୁ ୨୪୦ ଜଣ ଯାତ୍ରୀଙ୍କୁ ବଞ୍ଚାଇବାର କାମ ଦିଆ ଯାଉଛି ।

ଏହି ଫିଲ୍ମ ୮୦ ଦଶକ ଉପରେ ଆଧାରିତ ଅଟେ । ଏହି ଫିଲ୍ମ ବିମାନ ଅପହରଣର ସତ୍ୟ ଘଟଣା ଉପରେ ପ୍ରେରିତ ଅଟେ । ଏହି ଫିଲ୍ମରେ ଅକ୍ଷୟଙ୍କ ଛଡା ଲାରା ଦତ୍ତା, ବାଣୀ କପୁର ଓ ହୁମା କୁରୈଶୀ ଲୀଡ ରୋଲରେ ଅଛନ୍ତି । ଆପଣଙ୍କୁ କହିଦେଉଛୁ କି କରୋନା କାଳରେ ଯେଉଁଠି ବଡ ବଡ ଅଭିନେତା ନିଜର ଫିଲ୍ମ ରିଲିଜ କରିବା ପାଇଁ ବଞ୍ଚୁଛନ୍ତି ।

ଅନ୍ୟ ପଟେ ଅକ୍ଷୟ କୁମାର ଏହି ଫିଲ୍ମକୁ ଥିଏଟର ଉପରେ ରିଲିଜ କରିବା ପାଇଁ ନିଷ୍ପତି ନେଉଛନ୍ତି । ଏହି ଫିଲ୍ମ 3Dରେ ବି ରିଲିଜ କରାଯିବ । ଯଦି ଦେଶରେ କରୋନାର ସ୍ଥିତି ଠିକ ରହିବ ତେବେ ଏହି ଫିଲ୍ମକୁ ୧୯ ଅଗଷ୍ଟକୁ ସିନେମା ଘରେ ରିଲିଜ କରାଯିବ । ପ୍ରଥମେ ଏହି ଫିଲ୍ମକୁ ୨୭ ଜୁଲାଇକୁ ରିଲିଜ କରାଯିବାର ଥିଲା ।

Leave a Reply

Your email address will not be published. Required fields are marked *