ମା’ଙ୍କ ସହ ଇମୋସନାଲ ଡ୍ୟାନ୍ସ କଲେ ହିରୋଇନ Prakruti Mishra, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଶିଶୁ କଳାକାର ରୁ ଯାତ୍ରା ଆରମ୍ଭ କରିଥିବା ପ୍ରକୃତି ମିଶ୍ର ଙ୍କୁ କିଏ ବା ନ ଜାଣେ । ସେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ସଫଳ ଓ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି । ହିନ୍ଦୀ ଟେଲିଭିଜନ ରେ ବି ସେ ଜଣାଶୁଣା । ନିଜର ସ୍ୱତନ୍ତ୍ର ଅଭିନୟ ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି ।

ସେ ‘ଜୟ କହ୍ନେୟା ଲାଲ କି’ ଓ ହିନ୍ଦୀ ସିରିଆଲ ‘ବିଟି ବିଜନେସ ୱାଲି’ ବିଟାନି ଭୂମିକା ରେ ଅଭିନୟ କରିଥିଲେ । ସେ ଏହି ଧାରାବାହିକ ରେ ନିଜର ଅଭିନୟ ପାଇଁ ଦେଶବ୍ୟାପୀ ସ୍ୱୀକୃତି ଲାଭ କରିଛନ୍ତି ।
୨୦୧୪ ରେ ପ୍ରକୃତି ଭାରତର ଶ୍ରେଷ୍ଠ ସିନେଷ୍ଟାର କି ଖୋଜ ରେ ଭାଗ ନେଇଥିଲେ ।

ସେ ବିଭିନ୍ନ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ । ସେ ୨୦୧୮ ରେ ଏକ ଏପିସୋଡ଼ିକ ଭୂମିକା ରେ ‘ମଦୁରା ଇନ ଲାଲ ଇସ୍କ’ ରେ ଅଭିନୟ କରିଥିଲେ । ୨୦୧୯ ରେ ସେ ଫାଇନାଲିଷ୍ଟ ଭାବରେ ଉଭା ହୋଇଥିବା ଏମଟିଭି ଇଣ୍ଡିଆ ର ଏସ ଅଫ ସ୍ପେସ ରେ ଅଂଶ ଗ୍ରହଣ କରିଥିଲେ । ପ୍ରକୃତି ମିଶ୍ର ହେଉଛି ଓଡ଼ିଆ ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ର ଙ୍କ ଝିଅ ଏବଂ ସମ୍ବାଦ ପାଠିକା କୃଷ୍ଣପ୍ରିୟ ମିଶ୍ର ଙ୍କ ଦ୍ଵିତୀୟ ସନ୍ତାନ ।

ସେ ଗୁରୁ ଗଙ୍ଗାଧର ପ୍ରଧାନ ଙ୍କ ଠାରୁ ଓଡ଼ିଶୀ ନୃତ୍ୟ ଶିଖିଛନ୍ତି । ଫିଲ୍ମ ‘ସାବତ ମାଆ’ ରୁ ମାତ୍ର ୫ ବର୍ଷ ବୟସ ରେ ନିଜ ଫିଲ୍ମ କ୍ୟାରିଅର ର ଆରମ୍ଭ କରିଥିଲେ । ନେନା ଦାସ ଙ୍କ ସହିତ ଆଲବମ୍ ‘ଡେଉଁଛି ମୋ ବାଆଁ ଆଖି’ ରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ସେ ବାବୁସାନ ଙ୍କ ଫିଲ୍ମ ‘ଥୁକୁଲ’ ରୁ ଡେବ୍ୟୁ କରିଥିଲେ । ପରେ ସେ ୧୦୦ ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ।

ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ବାପା ମନ୍ମଥ ମିଶ୍ର ଭଜନ ଗାୟକ ଓ ମାଆ କୃଷ୍ନପ୍ରିୟା ମିଶ୍ର ସମ୍ବାଦ ପାଠିକା ଅଟନ୍ତି । ପ୍ରକୃତି ଜଣେ ଭଲ ଅଭିନେତ୍ରୀ ହେବା ସହିତ ଜଣେ ଭଲ ଡ୍ୟାନ୍ସର ମଧ୍ୟ ଅଟନ୍ତି । ତେବେ ସୋସିଆଲ ମିଡିଆ ରେ ପ୍ରକୃତି ଏବଂ ତାଙ୍କ ମାଆ ଙ୍କ ଏକ ଭିଡିଓ ଖୁବ ମାତ୍ରାରେ ଭାଇରାଲ ହୋଇଥିଲା ।

ଯେଉଁଥିରେ ଉଭୟ ଏକ ହିନ୍ଦୀ ଗୀତ ରେ ଡ୍ୟାନ୍ସ କରୁ ଥିବାର ନଜର ଆସିଥିଲେ । ଉଭୟ ଏହି ଭିଡିଓ ରେ ଖୁବ ସୁନ୍ଦର ଭାବରେ ନୃତ୍ୟ କରିଥିଲେ ଏବଂ ବହୁତ ଭଲ ଏକ୍ସପ୍ରେସନ ମଧ୍ୟ ଦେଇଥିଲେ । ପ୍ରକୃତି ଏବଂ ତାଙ୍କ ମାଆ ଙ୍କ ଏହି ଭିଡିଓ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରୁଛନ୍ତି ଏବଂ ନିଜର ଭଲ ପାଇବା କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *