ତୁଳସୀ ପତ୍ର ଚମତ୍କାରୀ ଉପାୟ ବଦଳାଇ ଦେବ ଆପଣଙ୍କ ଭାଗ୍ୟ | Ajira anuchinta

ହିନ୍ଦୁ ଧର୍ମ ରେ ତୁଳସୀ ଗଛର ବିଶେଷ ମହତ୍ଵ ରହିଛି । ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ । ଏହା ଏକ ପବିତ୍ର ବୃକ୍ଷ ଯାହା ଦେବାଦେବୀ ଙ୍କ ପୂଜାରେ ବ୍ୟବହାର କରାଯାଏ । ଏହି ଗଛ ପ୍ରତେକ ବ୍ୟକ୍ତି ଙ୍କ ଘରେ ରହିବା ଉଚିତ । ସକାଳେ ଓ ସନ୍ଧ୍ୟା ରେ ତୁଳସୀ ଗଛର ପୂଜା କରିଲେ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ତୁଳସୀ ଗଛର ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାର ପାଳନ କରିଲେ ଧନ ସହ ଜଡିତ ସମସ୍ଯା ଓ ପାରିବାରିକ ସମସ୍ଯା ଦୂର ହୋଇ ପାରିବ ।

ରବିବାର ଦିନ, ସୂର୍ଯ୍ୟ ଗ୍ରହଣ, ଚନ୍ଦ୍ରଗ୍ରହଣ ଓ ଅମାବାସ୍ୟା ଦିନ ତୁଳସୀ ଗଛ ରୁ ପତ୍ର ଛିଡାଇବା ଅଶୁଭ ବୋଲି ମାନାଯାଏ । ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପରେ ତୁଳସୀ ପତ୍ର ଛିଡାଇବା ଅଶୁଭ ବୋଲି ମାନା ଯାଇଥାଏ । ଏହି ସମୟ କୁ ବାଦ ଦେଇ ଆପଣ ଯେ କୌଣସି ସମୟରେ ତୁଳସୀ ଗଛ ରେ ଜଳ ଅର୍ପଣ କରନ୍ତୁ । ଏହା ପରେ ପବିତ୍ର ମନରେ କେବଳ ୫ ଗୋଟି ତୁଳସୀ ପତ୍ର ଛିଡାଇ ଆଣନ୍ତୁ । ଏହା ପରେ ଏକ ନାଲି ରଙ୍ଗର କପଡା ଆଣି ଏହି ୫ଟି ତୁଳସୀ ପତ୍ର କୁ ବାନ୍ଧି ରଖୀ ଦିଅନ୍ତୁ । ଏହି ନାଲି କପଡା କୁ ଆପଣ ଯେଉଁ ସ୍ଥାନରେ ଟଙ୍କା ରଖୁଛନ୍ତି ସେଠାରେ ରଖି ଦିଅନ୍ତୁ ।

ଏହି ଉପାୟ କରିବା ଦ୍ଵାରା ଅପାନଙ୍କର ଜେରୁନ ସବୁ ଧନ ସମସ୍ଯା ରହିଛି ତାହା ବହୁତ ଜଲ୍ଦି ସମାଧାନ ହୋଇଯିବ । ପ୍ରାୟତ ଅନେକ ଘରେ କୌଣସି ଅକରଣରୁ କଳହ ବା ବିବାଦ ଲାଗି ରହିଥାଏ । ଏଥିପାଇଁ ପାରିବାରିକ ବାତାବରଣ ଖରାପ ରହିଥାଏ । ଏହି ସମସ୍ୟାର ନିବାରଣ ପାଇଁ ଆପଣ ତୁଳସୀ ପତ୍ର ର ପ୍ରୟୋଗ କରି ପାରିବେ । ଏକ ତମ୍ବା ପତ୍ର ବା କାଚ ପତ୍ର ଆଣି ସେଥିରେ ପାଣି ଭର୍ତ୍ତି କରନ୍ତୁ । ଏହା ପରେ ଏହି ଜଳ ଭରା ପତ୍ର ରେ ୫ଟି ତୁଳସୀ ପତ୍ର ପକାନ୍ତୁ । ଏହା ପରେ ଏହି ପାତ୍ର କୁ ଆପଣ ଘର ମୁଖ୍ୟ ଦ୍ଵାରା ରେ ରଖି ଦିଅନ୍ତୁ ।

ଏହି ଉପାୟ କରିବା ଦ୍ଵାରା ଘର ବାତାବରଣ ଶାନ୍ତ ରହିବ । ଏହା ବ୍ୟତୀତ ପରିବାର ଲୋକଙ୍କ ମନରେ ପରସ୍ପର ପ୍ରତି ସ୍ନେହା, ପ୍ରେମ ଓ ଭାବ ଜାଗ୍ରତ ରହିବ । ଏହି ଜଳ ଭରା ପାତ୍ର କୁ ଆପଣ ସପ୍ତାହ କୁ ଠାରେ ବଦଳାଇ ଜଳ ଓ ତୁଳସୀ ପତ୍ର ରଖିବେ । ଏପରି କରିବା ଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତି ରହିବା ସହ ଧନର ମଧ୍ୟ ଅଭାବ ରହିବ ନାହି । ଏଥିରେ ଆପଣ ନିଚୟ ଭାବେ ଉପକୃତ ହେବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *