ଏନ ଅମ୍ବିକା 14 ବର୍ଷରେ ବିବାହ କରି 18 ବର୍ଷରେ ଦୁଇଟି ପିଲାର ମା ହୋଇଥିଲେ ମଧ୍ୟ ନିଜ ଦୃଢ ମନୋବଳ ପାଇଁ ଆଜି ହୋଇପାରିଛନ୍ତି IPS, ଦୁନିଆ ପାଇଁ ସାଜିଛନ୍ତି ପ୍ରେରଣା

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଦୃଢ ଇଚ୍ଛା ଶକ୍ତି ଓ ଦୃଢ ମନୋବଳ ଦ୍ଵାରା ବ୍ୟକ୍ତି ନିଜ ଜୀବନରେ ସଫଳତା ହାସଲ କରି ପାରିବ । ଯଦି ବ୍ୟକ୍ତି ନିଜ ମନରେ କିଛି କରିବାର ଭାବନା ଆଣିଥାଏ ତେବେ ତାର ପରିଶ୍ରମ କେବେ ବି ବୃଥା ଯାଏ ନାହି । ଏହି କଥାର ସତ୍ୟତା କୁ ପ୍ରମାଣ କରି ଦେଖାଇଛନ୍ତି ଏନ ଅମ୍ବିକା । ଏନ ଅମ୍ବିକା ନିଜ ଘର ସଂସାର ମଧ୍ୟ ରେ ଅନେକ ଦୁଖ କଷ୍ଟର ସାମ୍ନା କରି ଆଜିକା ଡେଟରେ ଆପିଏସ ଅଫିସର ହୋଇ ପାରିଛନ୍ତି । ତାଙ୍କର ଟ୍ରେନିଂ ଶେଷ ହେବା ପରେ ତାଙ୍କୁ ମହାରାଷ୍ଟ୍ର ରେ ପୋଷ୍ଟିଂ କରା ଯାଇଥିଲା । ବର୍ତ୍ତମାନ ସେ ମୁମ୍ବାଇର ଲେଡି ସିଙ୍ଘମ ନାଁ ରେ ପରିଚିତ ଅଟନ୍ତି ।

ଏନ ଅମ୍ବିକା ଙ୍କ ଘର ହେଉଛି ତାମିଲନାଡୁରେ । ତାଙ୍କର ମାତ୍ର ୧୪ ବର୍ଷ ବୟସରେ ଜଣେ ପୋଲିସ କନେଷ୍ଟବଳଙ୍କ ସହ ବିବାହ କରିଦିଆ ଯାଇଥିଲା । ଯେତେବେଳେ ତାଙ୍କୁ ୧୮ ବର୍ଷ ହୋଇଥିଲା ସେ ଦୁଇଟି ପିଲାର ମା ହୋଇ ସାରିଥିଲେ । ସେ ତାଙ୍କ ସ୍ଵପ୍ନ ରେ ସୁଦ୍ଧା ଭାବି ନ ଥିଲେ କି ସେ ଆପିଏସ ଅଫିସର ହେବେ । ଦିନେ ସେ ତାଙ୍କ ସ୍ଵାମୀ ଙ୍କ ସହ ଗଣତନ୍ତ୍ର ଦିବସରେ ପୋଲିସ ପ୍ଯାରେଟ ଦେଖିବାକୁ ଯାଇଥିଲେ । ସେଟହରେ ସେ ତାଙ୍କ ସ୍ଵାମୀ ଙ୍କୁ ବଡ ପୋଲିସ ଅଧିକାରୀ ଙ୍କୁ ସାଲ୍ଯୁଟ କରିବାର ଦେଖିଲେ । ଏହି ଘଟଣା ପରେ ଅମ୍ବିକା ନିଜକୁ ଆପିଏସ ଅଫିସର ହେବା ପାଇଁ ନିଷ୍ପତି ନେଲେ ଓ ଏହି ସମ୍ମାନର ଅଧିକାରୀ ହେବା ପାଇଁ ସ୍ଥିର କରିଲେ ।

ପ୍ଯାରେଟ ଦେଖି ଫେରିବା ପରେ ଅମ୍ବିକା ନିଜ ସ୍ଵାମୀଙ୍କୁ ଆପିଏସ ହେବା କଥା ଜଣାଇଥିଲେ । କିନ୍ତୁ ଆପିଏସ ଅଫିସର ହେବା ସହଜ ନୁହେଁ ବୋଲି ତାଙ୍କ ସ୍ଵାମିତାଙ୍କୁ କହିଥିଲେ । ଆପିଏସ ହେବା ପାଇଁ କଠିନ ପରିଶ୍ରମ ଓ ଏକାଗ୍ରତା ରହିବା ନିହାତି ଜରୁରୀ ବୋଲି ଅମ୍ବିକାଙ୍କ ସ୍ଵାମି କହିଥିଲେ । ନିଜ ସ୍ଵାମୀଙ୍କ ଠାରୁ ୟୁପିଏସସିର ସବୁ ତଥ୍ୟ ନେବା ପରେ ଅଧାରେ ଛାଡିଥିବା ପାଠ ପଢାକୁ ପୁଣି ଠାରେ ଆରମ୍ଭ କରିବାକୁ ନିଷ୍ପତି ନେଲେ ଅମ୍ବିକା । ପ୍ରଥମେ ସେ ଦଶମ ଶ୍ରେଣୀରେ ପାସ କରିଲେ । ଏହା ପରେ ଡିଷ୍ଟାନ୍ସରେ ଯୁକ୍ତ ୩ରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ଏହା ପରେ ଅମ୍ବିକା ଯୁକ୍ତ ୩ ପାସ କରିବା ପରେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ସେ ତାଙ୍କ ପରିବାର ସହ ଛୋଟ ଘରେ ରହୁ ଥିବାରୁ ତାଙ୍କର ପାଠ ପଢା ପାଇଁ ଅଭୁତ ଅସୁବିଧା ହେଉଥିଲା । ଯାହା ପାଇଁ ତାଙ୍କ ସ୍ଵାମୀ ଅମ୍ବିକାଙ୍କୁ ପାଠ ପଢିବା ପାଇଁ ଚେନ୍ନାଇ ପଠାଇ ଦେଲେ । ଅମ୍ବିକାଙ୍କ ସ୍ଵାମୀ ନିଜେ ଚାକିରି କରିବା ସହ ପିଲାଙ୍କର ଧ୍ୟାନ ମଧ୍ୟ ରଖିଲେ । ୟୁପିଏସସି ପରୀକ୍ଷାରେ ଅମ୍ବିକା ୩ଥର ଫେଲ ହେବା ପରେ ତାଙ୍କ ସ୍ଵାମୀଙ୍କୁ ଶେଷଥର ପାଇଁ ସୁଯୋଗ ମାଗିଥିଲେ । ଶେଷରେ ୨୦୦୮ରେ ସେ ୟୁପିଏଏସସି ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହିପରି ଭାବେ ଅମ୍ବିକାଙ୍କ ଆପିଏସ ହେବାର ସ୍ଵପ୍ନ ପୁରା ହୋଇଥିଲା ।

ବନ୍ଧୁଗଣ ଆପଣଙ୍କୁ ଏହି ଆର୍ଟିକଲଟି ଭଲ ଲାଗିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *