ଶାସ୍ତ୍ରରେ ଲେଖା ହୋଇଛି ଯେ ମଣିଷ ଲୋଭ କରିବା ଉଚିତ ନୁହଁ, କିନ୍ତୁ ଆଜିର ସମାଜରେ ଏହାକୁ କିଏବା ମାନୁଛି । ଆଜିର ମଣିଷ ସମ୍ପତି ପାଇଁ ଲୋଭର ଶିକାର ହେଉଛି । ଏମିତିକି ଲୋଭ କାରଣରୁ ମଣିଷ ପାରିବାରିକ ସମ୍ପର୍କକୁ ମଧ୍ୟ ବାଜି ଲଗେଇ ଦଉଛି । ଏମିତି ଏକ ଘଟଣା ଚୀନରେ ଲୋକ ଲୋଚନକୁ ଆସିଛି । ଶୁଣିବାକୁ ମିଳିଛିକି ଏଠାରେ ଏକ ପରିବାରର ୧୧ ଜଣ ଲୋକ ନିଜ ମଧ୍ୟରେ ୨୩ ଥର ବିବାହ କରିଛନ୍ତି ଏବଂ ପରେ ପୁଣିଥରେ ଛାଡପତ୍ର ଦେଇଛନ୍ତି ।
ଆସନ୍ତୁ ଜାଣିବା ଏହି ବିଷୟରେ ବିସ୍ତୃତ ଭାବରେ । ସମ୍ବାଦ ଦାତାଙ୍କ ତଥ୍ୟ ଅନୁସାରେ, ସରକାରୀ ଯୋଜନା ପାଇବାର ଆଶାରେ ପରିବାରର ସଦସ୍ୟ ମାନେ ନିଜ ନିଜ ମଧ୍ୟରେ ବିବାହ ରଚାଇଥିଲେ ।
ଏହା ସେତେବେଳେ ଆରମ୍ଭହେଲା ଯେତେବେଳେ ଝେଜିୟାଙ୍ଗର ଲିସୁଇ ସହରର ଏକ ଛୋଟ ଗ୍ରାମର ଅଧିବାସି ପେନ୍ନ, ସରକାରଙ୍କ ସହରୀ ନବିନିକରଣ ମୁଆବଜା ଯୋଜନା ବିଷୟରେ ଜାଣିବାକୁ ପାଇଲେ । ଏହି ଜୋଜନା ଅନୁସାରେ ସ୍ଥାନୀୟ ଅଧିବାସୀଙ୍କୁ ଅତି କମରେ ୪୦ ବର୍ଗ ମିଟରର ଏକ ଏପାର୍ଟମେନ୍ଟ ଦିଆଯିବ, ତାହାର କୌଣସି ସମ୍ପତ୍ତି ଥାଉ ବା ନଥାଉ ।
ଏହି ଯୋଜନାକୁ ହାତେଇବା ପାଇଁ ପେନ୍ନ ଗୋଟେ ଯୋଜନା ରଚିଲା ଏବଂ ନିଜ ପୂର୍ବ ପତ୍ନୀ ସହ ପୁଣିଥରେ ବିବାହ କଲା ଯାହାକୁ ସେ ୨୦୧୧ ରେ ଛାଡପତ୍ର ଦେଇଥିଲା । ଏହାପରେ ସରକାରୀ ଯୋଜନା ମୁତବକ ତାକୁ ଏପାର୍ଟମେନ୍ଟ ମିଳିଗଲା । ପୁଣି ୬ ଦିନ ପରେ ସେ ତାର ପୂର୍ବ ପତ୍ନୀକୁ ଛାଡପତ୍ର ଦେଇଦେଲା । ପେନ୍ନର ଲୋଭ ଏତେ ବଢି ଯାଇଥିଲାକି ସେ ତାର ଶାଳି ଓ ନିଜ ଭଉଣୀ ସହ ମଧ୍ୟ ବିବାହ କଲା ।
ଚୀନର ଗୋଟେ ୱେବସାଇଟ ପିପିଲ୍ସ ଡେଲି ମୁତବକ, ପେନ୍ନର ଅନ୍ୟ ସମ୍ପର୍କୀୟ ମଧ୍ୟ ଏଥିରେ ଭାଗୀଦାରୀ ହେଇଗଲେ । ଏମିତିକି ତାର ବାପା ଓ ମା ମଧ୍ୟ ବିବାହ କଲେ । ଏମିତି କରିକି ସେମାନେ ଗ୍ରାମର ନିବାସୀ ଭାବେ ପଞ୍ଜୀକରଣ କରିନେଲେ, କିନ୍ତୁ ଆବାସ ଯୋଜନା ର ଅଧିକାରୀ ମାନଙ୍କୁ ଏହା ବିଷୟରେ ଜଣାପଡିଗଲା ।
ଅଧିକାରୀମାନେ ଏହାର ନିରୀକ୍ଷଣ କରିବାରୁ ଜଣାପଡିଲାଯେ ଯେଉଁ ୧୧ ଜଣ ଲୋକ ବିବାହ କରିଥିଲେ ସେମାନଙ୍କର ଠିକଣା ସମାନ ଥିଲା । ପରେ ସେମାନଙ୍କ ସମ୍ପର୍କୀୟ ମାନେ ମଧ୍ୟ ଧାରା ପଡିଲେ । ଏହାପରେ ସମସ୍ତଙ୍କୁ ପୁଲିସ ହାଜତକୁ ନେଆଗଲା । ଏବେ ପର୍ଯ୍ୟନ୍ତ ୪ ଜଣ ଲୋକ କାରାଗାରରେ ଅଛନ୍ତି ଓ ଅନ୍ୟ ମାନଙ୍କୁ ଜାମିନ ମିଳିଯାଇଛି ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।