ଆଗାମୀ 24 ଘଣ୍ଟା ମଧ୍ୟରେ 8 ଟି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା, 27 ପର୍ଯ୍ୟନ୍ତ ଛେଚିବ- Weather Update

ବନ୍ଧୁଗଣ, ରାଜ୍ୟରେ ପ୍ରବଳ ବର୍ଷା ର ସମ୍ଭାବନା । ବନ୍ଧୁଗଣ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ର ସୁଚାନ ଅନୁଯାୟୀ ରାଜ୍ୟର ସ୍ଥାନେ ସ୍ଥାନେ ବିଜୁଳି ତଥା ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଅଛି । ବନ୍ଧୁଗଣ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହିଭଳି ପାଗ ଲାଗି ରହିବ । ବନ୍ଧୁଗଣ ଆସନ୍ତୁ ବର୍ତମାନ ଜାଣିବା ଏହି ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ବନ୍ଧୁଗଣ, ବଙ୍ଗୋପ ସାଗର ଏବଂ ବାଙ୍ଗଲାଦେଶ ଉପକୂଳ କୁ

ଲାଗି ଏକ ଘୂର୍ଣ୍ଣୀ ବଳୟ ସୃଷ୍ଟି ହୋଇଅଛି । ଏହା ସହିତ ରାଜ୍ୟ ର ଦକ୍ଷିଣ ପଶ୍ଚିମ ମୌସୁମୀ ମଧ୍ୟ ସକ୍ରିୟ ରହିଅଛି । ବନ୍ଧୁଗଣ ଏହାର ପ୍ରଭାବ ରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟ ର ବିଭିନ୍ନ ସ୍ଥାନରେ ଘଡ ଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଅଛି ବୋଲି ପାଣିପାଗ ବିଭାଗରୁ ସୂଚନା ଦିଆ ଯାଇଛି ।

ବନ୍ଧୁଗଣ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ର ଉତ୍ତର-ପୂର୍ବ ଅଞ୍ଚଳର କେନ୍ଧୁଝର, ମୟୂରଭଞ୍ଜ, ଯାଜପୁର, କଟକ, କେନ୍ଦ୍ରପଡା, ଢେଙ୍କାନାଳ ଆଦି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବ ବୋଲି ୟେଲ୍ଲୋୱାର୍ନିଙ୍ଗ ଜାରି କରାଯାଇଛି । ବନ୍ଧୁଗଣ ନବରଂଗ ପୁର, କଳାହାଣ୍ଡି, ରାୟଗଡା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, ଜଗସିଂହ ପୁର, ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲାରେ ବଜ୍ରପାତ ସହିତ ହାଲ୍କା ବର୍ଷା ର ସମ୍ଭାବନା ରହିଅଛି ।

ବନ୍ଧୁଗଣ ସେହିପରି ୨୪ ତାରିଖରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଝାରସୁଗୁଡା, ସମ୍ବଲପୁର, ବରଗଡ, ସୁନ୍ଦରଗଡ, ଏବଂ ଦେବଗଡ ଜିଲ୍ଲାରେ ପ୍ରବଳ ବର୍ଷା ର ସମ୍ଭାବନା ରହିଅଛି । ଏହା ବ୍ୟତୀତ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗସିଂହ ପୁର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଧୁଝର, ମୟୂରଭଞ୍ଜ, ବଲାଙ୍ଗିର, ସୁବର୍ଣ୍ଣ ପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ତଥା ଦୁଇଟି ସ୍ଥାନରେ ବଜ୍ରପାତ ର ସମ୍ଭାବନା ରହିଅଛି ।

ବନ୍ଧୁଗଣ ଏହି ଜିଲ୍ଲା ଗୁଡିକୁ ୟେଲ୍ଲୋ ୱାର୍ନିଙ୍ଗ ଜାରି କରିଅଛି ପାଣିପାଗ ବିଭାଗ । ବନ୍ଧୁଗଣ ଏଥି ସହିତ ୨୭ ତାରିଖ ମଧ୍ୟରେ ରାଜ୍ୟ ର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ର ସମ୍ଭାବନା ଥିବା ନେଇ ପୂର୍ବା ଅନୁମାନ କରାଯାଉଛି । ତେବେ ପାଣିପାଗ ବିଶେଷଜ୍ଞ ଆକଳନ ଅନୁଯାୟୀ ୨୩ ରୁ ୨୭ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ପୂର୍ବା ଅନୁମାନ କରାଯାଉଅଛି ।

ବନ୍ଧୁଗଣ ବର୍ତ୍ତମାନ ସୁଦ୍ଧା ଭବାନୀ ପାଟଣା ରେ ମୋଟ ୩୭.୦୬ ଡିଗ୍ରୀ ସେଲସିୟସ ସର୍ବାଧିକ ତାପମାତ୍ରା ଥିବା ବେଳେ ଫୁଲବାଣୀ ରେ ସର୍ବ ନିମ୍ନ ୧୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଅଛି । ବନ୍ଧୁଗଣ ଆପଣ ମାନେ ସତର୍କ ରୁହନ୍ତୁ । କାରଣ ପ୍ରକୃତିକ ବିପର୍ଜ୍ୟାୟ କେତେବେଳେ କେଉଁ ମୋଡ ନେବ ତାହା ପୂର୍ବରୁ ନିର୍ଦ୍ଧାରିତ ନଥାଏ । ଆପଣ ମାନଙ୍କର ଏହି ସବୁ ଜିଲ୍ଲା ହୋଇଥିଲେ ସତର୍କ ରୁହନ୍ତୁ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *