ମା ଲକ୍ଷ୍ମୀ କହିଛନ୍ତି, ଏହି ୫ ଟି ଜିନିଷ ହୋଇଥାଏ ଦାରିଦ୍ର୍ୟର ମୁଖ୍ୟ କାରଣ-

ବନ୍ଧୁଗଣ, ହିନ୍ଦୁ ଧର୍ମର ପୁରାଣ ଶାସ୍ତ୍ର ଅନୁଯାୟୀ ମାତା ଲକ୍ଷ୍ମୀ ଙ୍କୁ ଧନଦେବୀ ବୋଲି ମାନ୍ୟତା ଦିଆ ଯାଇଅଛି । ମାତା ଲକ୍ଷ୍ମୀ ହିଁ ଧନର ଦାତ୍ରୀ ଅଟନ୍ତି । ବନ୍ଧୁଗଣ ମାତା ଲକ୍ଷ୍ମୀଙ୍କର କୃପା ହେଲେ ସେ ଆମ୍ଭ ମାନଙ୍କର ବାସଗୃହ ଧନ-ଧାନ୍ୟ ତଥା ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ କରିଦେଇଥାନ୍ତି । ଏହା ସହିତ ଆମ୍ଭ ମାନଙ୍କର ଉନ୍ନତି ହୋଇଚାଲେ । ସମାଜରେ ଉଚ୍ଚ ମାନ ସନ୍ନମାନ ପ୍ରାପ୍ତି ହୋଇଥାଏ ।

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ମାତା ଲକ୍ଷ୍ମୀ ଏଭଳି କିଛି ବିଶେଷ କଥା ସମ୍ବନ୍ଧରେ କହିଛନ୍ତି ଯାହା ପାଳନ କରିବା ଦ୍ଵାରା ସେ ରାଜଗାଦି ରେ ବସିଥାଏ । ମାତ୍ର ସେ ସବୁ କଥାର ର ଅବମାନନା କରିଲେ ମଣିଷ ର ଆନନ୍ଦମାୟ ସ୍ଥିତି ଦୁଖ-ଦାରିଦ୍ର୍ୟ ରେ ପରିପୂର୍ଣ୍ଣ ହୋଇଥାଏ । ଆସନ୍ତୁ ଜାଣିବା ସେହିସବୁ ମହତ କଥା ମାନଙ୍କ ଭିତରୁ କେଉଁ ୫ ଟି ଜିନିଷ ହୋଇଥାଏ ବିନାଶ ର କାରଣ ।

୧- ବନ୍ଧୁଗଣ ମାତା ଲକ୍ଷ୍ମୀ ଏବଂ ସମସ୍ତ ଦିବ୍ୟ ଶକ୍ତି ସେଇ ଘରେ ବାସ କରିଥାଏ ଯେଉଁଠାରେ ସୁଗନ୍ଧିତ ବାତାବରଣ ହୋଇଥାଏ । ଅର୍ଥାତ ଯେଉଁ ଘରେ ସଫାସୁତରା ରହିଥାଏ ସେଠାରେ ମାତା ଲକ୍ଷ୍ମୀ ରହିଥାନ୍ତି । ମାତ୍ର ଯେଉଁ ଘରେ ସର୍ବଦା ଦୁର୍ଗନ୍ଧ ହୋଇଥାଏ ମାତା ଲକ୍ଷ୍ମୀ ସେଠାରେ କେବେ ବାସ କରନ୍ତି ନାହିଁ । ସେହି ଘରେ ଦାରିଦ୍ର୍ୟ ବାସ କରିଥାଏ । ସେହି ଘରେ କାର୍ଯ୍ୟ କରୁଥିବା ଲୋକ ମଧ୍ୟ ସବୁବେଳେ କାର୍ଯ୍ୟ ରେ ପଛୁଆ ରହିଥାଏ ।

୨- ବନ୍ଧୁଗଣ ପୂଜା କରିବା ସମୟରେ ମନ୍ଦିର ତଥା ଠାକୁର ଘର ସଫାସୁତରା ରଖନ୍ତୁ । ପୂଜା କରିବା ସମୟରେ କେବେ ମଧ୍ୟ ଆଲସ ନେବା ଉଚିତ ନୁହେଁ । ଏହାଦ୍ୱାରା ସବୁ ଦେବାଦେବୀ ମାନେ ଅପ୍ରସନ୍ନ ହୋଇଥାନ୍ତି ।

୩- ବନ୍ଧୁଗଣ ଘରକୁ ଫେରିଲା ସମୟରେ ଗୋଡ, ହାତ, ମୁହଁ ନଧୋଇ ଖଟରେ ଶୁଅନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଆପଣଙ୍କ ଉପରେ ଅନେକ ଦୋଷ ର ପ୍ରଭାବ ପଡିଥାଏ ।

୪- ଘରେ ନିଜର ଜୋତା ଚପଲ କୁ ସଜାଡି ରଖନ୍ତୁ, ତାହାକୁ ଏଣେ ତେଣେ ପକାଇ ରଖିଲେ ଅମଙ୍ଗଳ ହୋଇଥାଏ । ଅଗଣାରେ ହିଁ ଚପଲ କୁ ରଖନ୍ତୁ ।

୫- ବନ୍ଧୁଗଣ ସବୁବେଳେ ନିଜର ରୋଷେଇଘର ସଫାସୁତରା ରଖନ୍ତୁ । ରୋଷେଇଘର ସଫାସୁତରା ନ ରଖିଲେ ମାତା ଅନ୍ନପୂର୍ଣ୍ଣା ଅସନ୍ତୁଷ୍ଠ ରହିବେ । ଏହା ଫଳରେ ଆପଣ ଯେଉଁ ଖାଦ୍ୟ ଖାଉଥିଲେ ମଧ୍ୟ ଆପଣଙ୍କୁ ଶାନ୍ତି ଲାଗିବା ନାହିଁ । ବନ୍ଧୁଗଣ ଯଦି ଆପଣ ରୋଷେଇଘର ନୀତିଦିନ ସଫାସୁତରା ରଖନ୍ତି ତେବେ, ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କର ବାସ ହେବ କାରଣ ମାତା ଲକ୍ଷ୍ମୀ ସେଠାରେ ବାସ କରନ୍ତି ଯେଉଁଠାରେ ସଫାସୁତରା ରହିଥାଏ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଟି ଭଲ ଲାଗିଥିଲେ, ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *