ଆଧାର କାର୍ଡ ଠିକ କରିବା ପାଇଁ ବଦଳିଲା ନିୟମ , ନାମ-ଜନ୍ମ ତାରିଖ-ମୋବାଇଲ ନମ୍ବର ଏବେ ବଦଳିବ ଏମିତି

ଆଜିର ଏହି ପୋଷ୍ଟ ରେ ଆମେ କଥା ହେବା ଆଧାର କାର୍ଡ ବିଷୟରେ , ଆଜିର ସମୟରେ ମୋବାଇଲ ସିମ କିଣିବା ପାଇଁ ବା ପୁଣି କୌଣସି ବ୍ୟାଙ୍କରେ ଖାତା ଖୋଲିବା ପାଇଁ ହେଉ କିମ୍ବା ଆପଣଙ୍କ ପାସପୋର୍ଟ ତିଆରି କରିବା ପାଇଁ ହେଉ ଆଜିର ସମୟରେ ଆଧାର କାର୍ଡ ସବୁଠାରୁ ଅଧିକ ଦରକାର । ଆପଣଙ୍କୁ ଜଣାଥିବ କି ଆଜିର ସମୟ ରେ ପ୍ରାୟ ସମସ୍ତଙ୍କ ପାଖରେ ଆଧାର କାର୍ଡ ଅଛି ।

କିନ୍ତୁ ଏକ୍ତୃତୀୟାଂସ ଲୋକଙ୍କ ଆଧାର କାର୍ଡ ରେ ଭୁଲ ଅଛି ଯେମିତି କି କାହାର ନାମ ,କାହାର ଜନ୍ମ ତାରିଖ ,କାହା ପିତାଙ୍କ ନାମ ରେ କିଛି ନା କିଛି ଭୁଲ ତ ନିହାତି ରହିଛି ।

ଏଥିପାଇଁ ଆମେ ତାହାକୁ ଠିକ କରିବା ପାଇଁ ବହୁତ ପରିସାନି ହେଇଥାଉ । ଏହି ସବୁ ଟେନସନ କୁ ଖତମ କରିବା ପାଇଁ ୟୁଆଇଡିଏଆଇ ଆଧାର କାର୍ଡ ଠିକ କରିବା ପାଇଁ କିଛି ଡକୁମେଣ୍ଟ କମ କରିଦେଇ ଛନ୍ତି । ଯୁଆଇଡିଏଆଇ ନିଜ ନୂଆ ଫଇସାଲା ରେ ଆଧାର କାର୍ଡ ରେ ଠକି କରିବା ପାଇଁ ନୂଆ ଫଇସଲା ନେଇଛନ୍ତି ଏବଂ ଏଥିରେ ଆପଣଙ୍କୁ ଏବେ ଦୁଇଟି ନୂଆ ମଉକା ମିଳିଯାଇଛି ।

ଏବେ ଆପଣଙ୍କୁ ନିଜ ଆଧାର କାର୍ଡ ଠିକ କରିବା ପାଇଁ ପାସପୋର୍ଟ ,ପ୍ୟାନକାର୍ଡ ,ଭୋଟରକାର୍ଡ ,ଡ୍ରାଇଭିଙ୍ଗ ଲାଇସେନ୍ସ ,ସରକାରୀ କ୍ଷେତ୍ର ଦ୍ଵାରା ଜାରି କମ୍ପାନୀର ପ୍ରମାଣ ପତ୍ର ,ପେନସନକାର୍ଡ ଫୋଟୋ କାର୍ଡ ,ଆବାସପ୍ରମାଣପତ୍ର ଏଥି ମଧ୍ୟରୁ କୌଣସି ବି ଡକୁମେଣ୍ଟ ଦେଖାଇ ପାରିବେ । ଏହି ସବୁ କାଗଜ ଜରିଆରେ କୌଣସି ବି ଡକୁମେଣ୍ଟ ରେ ଆପଣ ଆପଣଙ୍କର ନାମକୁ ବଦଳାଇ ପାରିବେ ।

ଯଦି ଆପଣଙ୍କୁ ଆପଣଙ୍କ ଆଧାର କାର୍ଡ ରେ ମୋବାଇଲ ନମ୍ବର ଲିଙ୍କ କରିବେ । ଆପଣଙ୍କ ଆଧାର କାର୍ଡ ରେ ଆପଣଙ୍କ ମୋବାଇଲ ନମ୍ବର ଲିଙ୍କ ହେଇନାହିଁ ଏବଂ ଆପଣ ଏହାକୁ ବଦଳେଇବା ଚାହୁଁଛନ୍ତି ତାହେଲେ ଆପଣ ଆପଣଙ୍କ ପାଖରେ ଥିବା ଆଧାର କେନ୍ଦ୍ରକୁ ଯାଇ ଆପଣଙ୍କୁ ବିନା କିଛି ଡକୁମେଣ୍ଟ ଜରିଆରେ ଆପଣ ନମ୍ବର କୁ ବଦଳାଇ ପାରିବେ । ଆପଣ କେବେଳ ୫୦ ଟଙ୍କା ଦେଇ ଆପଣ ଆପଣଙ୍କର ମୋବାଇଲ ନମ୍ବର ଲିଙ୍କ କରିପାରିବେ ବା ତାହାକୁ ବଦଳାଇ ପାରିବେ ।

ଯଦି ଆପଣଙ୍କର ବି ଆଧାର କାର୍ଡରେ କିଛି ପରିବର୍ତ୍ତନ କରିବାର ଅଛି ତେବେ ଆପଣଙ୍କୁ ମଧ୍ୟ ଏହି ନିର୍ଧାରିତ ଶୁଳ୍କ ଦେବାକୁ ପଡିବ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *