Weather Update: ଆଜିଠୁ ଆଗମି 6 ଦିନ ପର୍ଯ୍ୟନ୍ତ 8 ଜିଲ୍ଲାକୁ ସତର୍କ ସୂଚନା, ଲଘୁଚାପ ଯୋଗୁ ହେବ ଝଡ ତୋଫାନ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ବର୍ତ୍ତମାନ ବର୍ଷାର ଦିନ । ଏମିତିରେ କେବେ ଓ କେଉଁଠି କେତେ ପରିମାଣରେ ବର୍ଷା ହେବ ସେହି ବିଷୟରେ ପାଣି ପାଗ ବିଭାଗ ତରଫରୁ ପୂର୍ବରୁ ହିନ ସୂଚନା ଜାରି କରି ଦିଆଯାଏ । ଓଡିଶାର ୮ ଟି ଜିଲ୍ଲାରେ ଆଜି ଠାରୁ ହିଁ ଝଡ, ତୋଫାନ, ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ଅଛି ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି ।

ଏମିତିରେ ଆପଣମାନେ ଆଜି ଠାରୁ ହିଁ ସତର୍କ ହୋଇ ଯାଆନ୍ତୁ । ତେବେ ଚାଳନ୍ତୁ ଜାଣିବା ସେହି ୮ ଟି ଜିଲ୍ଲା ବିଷୟରେ ଯେଉଁଠି ବର୍ଷା ହେବାର ସମ୍ଭାବନା ଅଛି । ଆଜି ଠାରୁ ହିଁ ରାଜ୍ୟର କିଛି ଜିଲ୍ଲାରେ ଘଡଘଡି, ପବନ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି ।

କିନ୍ତୁ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବି ବର୍ଷା ହୋଇପାରେ । ଭୁବନେଶ୍ଵର ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର କିଛି କିଛି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଝଡ, ତୋଫାନ, ଘଡଘଡି ଓ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଯଦି ସେହି ଜିଲ୍ଲା ଗୁଡିକ ବିଷୟରେ କହିବା ତେବେ ସେହି ଜିଲ୍ଲା ଗୁଡିକ ହେଲା କୋରାପୁଟ, ମାଲକାନାଗିରି, ସମ୍ବଲପୁର, ଦେଓଗଡ, ସୁନ୍ଦରଗଡ, ଢେଙ୍କାନାଳ, ଅନୁଗୁଳ ଓ କଟକ ।

ସୂଚନା ଅନୁସାରେ ଜୁନ ୧୪ରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମଗ୍ର ରାଜ୍ୟକୁ ଆଛାଦିତ କରିଥିଲା ବୋଲି ପାଣି ପାଗ ବିଭାଗ ତରଫରୁ କୁହାଯାଇଛି । ସେହିଭଳି ଜୁନ ୧୦ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁ ଥିଲା । କିନ୍ତୁ ଭାରତୀୟ ପାଣି ପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀର ପ୍ରଭାବ ଉତ୍ତର ଓ ଦକ୍ଷିଣ ଭାରତରେ ସ୍ଵଭାବିକ ରହିବ । ଏହା ସହିତ ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ବି ସ୍ଵଭାବିକ ରହିବ ।

ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେତେ ଜିଲ୍ଲାରେ କାଳବୈଶାଖୀ ମଧ୍ୟ ହୋଇ ପାରେ । ସେହି ସମସ୍ତ ଜିଲ୍ଲା ଗୁଡିକ ହେଲା ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଦା, ନୟାଗଡ, ଗଞ୍ଜାମ, ଗଜପତି ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, କୋରପୁଟ, ମାଲକାନାଗିରି, ରାୟଗଡା, ନବରଙ୍ଗପୁର, ବୌଦ୍ଧ ଓ ଅନୁଗୁଳ ଇତ୍ୟାଦି ।

ଏହି ସବୁ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ପାଣି ପାଗ ବିଭାଗ ତରଫରୁ ୟେଲୋ ୱାରିଙ୍ଗ ମଧ୍ୟ ଜାରି କରାଯାଇଛି । କହିଦେଉଛୁ କି ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ଅଛି । ଏହା ଛଡା ବିଶେଷଜ୍ଞମାନଙ୍କ କହୁଛନ୍ତି କି ଜୁଲାଇ ୧୨ ରୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ସହିତ କିଛି ସମୟ ପରେ ଏହା ଘନୀଭୂତ ମଧ୍ୟ ହେବ ବୋଲି ସୂଚନା ମିଳୁଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *