ଦେଖନ୍ତୁ ପ୍ରଥମଥର ନିଜ ଶାଶୁଘର ଗାଁରେ କିଭଳି ଭୋଜି ଦେଲେ Ollywood ଅଭିନେତ୍ରୀ Jhilik Bhattacharjee

ଆପଣ ସମସ୍ତେ ଓଡିଆ ଫିଲ୍ମ ଜଗତର ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ୟଙ୍କୁ ନିଶ୍ଚିତ ରୂପରେ ଚିହ୍ନିଛନ୍ତି । ଯିଏକି ବର୍ତ୍ତମାନ ଓଲିଉଡ ଦୁନିଆ ଠାରୁ ଦୂରେଇ ଯାଇ ନିଜର ନୂତନ ବୈବାହିକ ଜୀବନରେ ବହୁତ ଖୁସିରେ ଅଛନ୍ତି । କହିଦେଉଛୁ କି ଗତକାଲି ଝିଲିକ ଭଟ୍ଟାଚାର୍ୟ ନିଜର ଏକ ଭିଡିଓ ଶେୟାର କରିଥିଲେ ।

ଯେଉଁଥିରେ ସେ ଏକ ମହୋତ୍ସବରେ ସାମିଲ ହେବା ପାଇଁ ଲୋକମାନଙ୍କୁ ଆମନ୍ତ୍ରଣ କରିବା ସହ ଓ ସେହି ମହୋତ୍ସବରେ ଲୋକମାନଙ୍କ ପାଇଁ କେଉଁ ସବୁ ଖାଦ୍ୟ ରୋଷେଇ ହୋଇଛି ସେହି ବିଷୟରେ କହୁଛନ୍ତି । କହିଦେଉଛୁ କି ବର୍ତ୍ତମାନ ଝିଲିକ ଭଟ୍ଟାଚାର୍ୟ ଯାଜପୁରରେ ନିଜର ଶାଶୁଘରେ ଅଛନ୍ତି ଓ ଏହି ମହୋତ୍ସବ ବି ଯାଜପୁରେ ଅନୁଷ୍ଠିତ ହୋଇଛି । ହନୁମାନ ମନ୍ଦିର ଏହି ମହୋତ୍ସବ ଆୟୋଜନ କରାଯାଇଥିଲା ।

ଏହା ସହିତ ଏହି ପୂଜାରେ ଝିଲିକ ଭଟ୍ଟାଚାର୍ୟଙ୍କ ସହ ତାଙ୍କର ଶାଶୁଘର ଲୋକମାନେ ବି ସାମିଲ ହୋଇଥିଲେ । ଏହା ସହିତ ତାଙ୍କର ବାପଘର ଲୋକମାନ ବି ଏହି ପୂଜାରେ ଆସିଥିଲେ । ସେ ଭିଡିଓରେ ଏହି ଏହି ମହୋତ୍ସବରେ ରୋଷେଇ ହେଉଥିବା ଖାଦ୍ୟ ଜିନିଷ ସହ ସମସ୍ତଙ୍କୁ ଏହି ମହୋତ୍ସବରେ ସାମିଲ ହେବା ପାଇଁ ଆମନ୍ତ୍ରିତ କରୁଛନ୍ତି ।

ସେ ଏହି ଭିଡିଓରେ ଓଡିଶାରେ କିଛି ପ୍ରସିଦ୍ଧ ଖାଦ୍ୟ ବିଷୟରେ ସମସ୍ତଙ୍କୁ କହୁଛନ୍ତି ଓ ତାହା ତାଙ୍କୁ ବହୁତ ପସନ୍ଦ ବୋଲି ସେ ସମସ୍ତଙ୍କୁ କହୁଥିବାର ନଜର ଆସୁଛନ୍ତି । ଯଦି ଝିଲିକ ଭଟ୍ଟାଚାର୍ୟଙ୍କ ବିଷୟରେ କହିବା ତେବେ ସେ ବହୁତ ଅଳ୍ପ ଦିନ ମଧ୍ୟରେ ଓଡିଶାର ସବୁଠୁ ଚର୍ଚିତ ଅଭିନେତ୍ରୀ ହୋଇଯାଇଛନ୍ତି ।

ସେ ନିଜର ଫିଲ୍ମି କ୍ୟାରିୟର ୨୦୧୩ରେ ଫିଲ୍ମ ଟାର୍ଗେଟରୁ କରିଥିଲେ । ଏହା ପରେ ସେ କେତେକ ବେଙ୍ଗଲି ଓ ଓଡିଆ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । କିନ୍ତୁ ୨୦୧୮ରେ ସେ ଶେଷ ଥର ପାଇଁ ବଡ ପରଦାରେ ନଜର ଆସିଥିଲେ ।

ଓଡିଆ ଫିଲ୍ମ ଜଗତର ଅଭିନେତା ଅନୁଭବ ମହାନ୍ତି ଓ ବାବୁସାନ ଇତ୍ୟାଦି ଷ୍ଟାରଙ୍କ ସହ ବି ସେ କାମ କରିସାରିଛନ୍ତି । କିନ୍ତୁ ୨୦୨୦ରେ ସେ ଯାଜପୁର ସୁକିନ୍ଦା ଅଞ୍ଚଳର ଏମଏଏଲ ପ୍ରୀତିରଞ୍ଜନ ଘଡେଇଙ୍କୁ ବିବାହ କରିବା ପରେ ଫିଲ୍ମ ଜଗତରୁ ଦୂରେଇ ଯାଇଛନ୍ତି । ବର୍ତ୍ତମାନ ସେ ଯାଜପୁରରେ ନିଜର ଶାଶୁଘରେ ଅଛନ୍ତି ।

କିନ୍ତୁ ଝିଲିକ ଭଟ୍ଟାଚାର୍ୟ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରାୟତଃ ନିଜର ଫଟୋ ଓ ଭିଡିଓ ଶେୟାର କରିଥାନ୍ତି । ଏହା ସହିତ ସେ କେତେକ ସାମାଜିକ ବିଷୟ ଉପରେ ବି ନିଜର ମନ୍ତବ୍ୟ ରଖିଥାନ୍ତି । ଯାହାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରୁଥିଲେ । ଆଜି ବି ଝିଲିକ ଭଟ୍ଟାଚାର୍ୟଙ୍କୁ ସମସ୍ତ ବହୁତ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *