Ollywood ର No.1 ଅଭିନେତ୍ରୀ Archita ଙ୍କ ଭଉଣୀ ଓ ଭିଣେଇଙ୍କ ବିଷୟରେ ଏହି କଥା ଆପଣ ଆଗରୁ ଜାଣି ନଥିବେ, ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ସମସ୍ତେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ଟିଭି ପରଦାରେ ଦେଖିଛନ୍ତି । ଅର୍ଚ୍ଚିତା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ଘର କରି ବସିଛନ୍ତି । ବନ୍ଧୁଗଣ ଚଳିତ ବର୍ଷ ଅଭିନେତ୍ରୀ ଅର୍ଚ୍ଚିତା ଅଭିନେତା ସବ୍ୟସାଚୀ ଙ୍କ ସହିତ ଜନ୍ମଜନ୍ମାନ୍ତର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଉଭୟ ଅନେକ ଦିନରୁ ପ୍ରେମ କରୁଥିଲେ । ମାତ୍ର ଗତବର୍ଷ ବିବାହ କରିବା ନିମନ୍ତେ ଆଗେଇ ଆସିବା ପରେ କୋରୋନା ମହାମାରୀ ଆସିବାରୁ ଉଭୟ ବିବାହ କୁ ସ୍ଥଗିତ ରଖିଥିଲେ । ଚଳିତ ବର୍ଷ ମଧ୍ୟ କୋରୋନା ମହାମାରୀ ର ଆତଙ୍କ ଥିବାବେଳେ ଉଭୟ ରାଜସ୍ଥାନ ରେ ବିବାହ କରିଥିଲେ ।

ବନ୍ଧୁଗଣ ଆପଣ ମାନେ ପ୍ରାଏ ଉଭୟଙ୍କ ପରିବାର ଲୋକଙ୍କୁ ଜାଣିଥିବେ ମାତ୍ର ଆଜି ଆମ୍ଭେ ନାୟିକା ଅର୍ଚ୍ଚିତା ଙ୍କ ଭଉଣୀ ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ବନ୍ଧୁଗଣ ଆପଣ ମାନେ କେବେ ଅର୍ଚ୍ଚିତା ଙ୍କ ଭଉଣୀ ତଥା ଭେଣେଇ କୁ ଦେଖିଛନ୍ତି କି ? ବନ୍ଧୁଗଣ ଆପଣ ମାନେ ବିଶେଷ କରି ଦେଖି ନଥିବେ ଆସନ୍ତୁ ଏବେ ଜାଣିନେବା ତାଙ୍କ ଭଉଣୀ ଙ୍କ ସମ୍ବନ୍ଧରେ ।

ବନ୍ଧୁଗଣ ଅର୍ଚ୍ଚିତା ସାହୁ ୨୦୦୫ ମସିହାରେ ଓଲିଉଡ ଇଣ୍ଡଷ୍ଟ୍ରୀ ଜଗତରେ ପାଦ ଦେଇଥିଲେ । ବନ୍ଧୁଗଣ ଅର୍ଚ୍ଚିତାଙ୍କ ବଡ ଭଉଣୀ “ଅର୍ପିତା” ମଧ୍ୟ ବିବାହ କରି ସାରିଛନ୍ତି । ବନ୍ଧୁଗଣ ଅର୍ପିତା ବିବାହ କରିଛନ୍ତି “ଅଞ୍ଜନ” ଙ୍କୁ । ଅଞ୍ଜନ ହେଉଛନ୍ତି ଜଣେ ଡାକ୍ତର । ସେହିଭଳି ଅର୍ପିତା ମଧ୍ୟ ଜଣେ ବ୍ୟାଙ୍କ ମ୍ୟାନେଜର ଅଟନ୍ତି । ଉଭୟ ରାଜସ୍ଥାନ ରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ, ଅର୍ଚ୍ଚିତା ଏବଂ ସବ୍ୟ ଙ୍କ ବିବାହ ରାଜସ୍ଥାନ ରେ ହୋଇଥିଲା ।

ତେବେ ଏହି ବିବାହ ର ସମସ୍ତ ଦାଇତ୍ଵ ଅର୍ଚ୍ଚିତାଙ୍କ ଭଉଣୀ ଏବଂ ଭେଣେଇ କରିଥିଲେ । ବନ୍ଧୁଗଣ ଅର୍ଚ୍ଚିତା ଗୋଟିଏ ଇଣ୍ଟେର୍ଭିଉ ରେ କହିଥିଲେ ଯେ, ସେ ତାଙ୍କ ବଡ ଭଉଣୀ ଅର୍ପିତାଙ୍କୁ ବହୁତ ଅଧିକା ଭଲ ପାଆନ୍ତି । ସେ ଏହା ମଧ୍ୟ କହିଥିଲେ ଯେ ବଡ ଭଉଣୀ ଙ୍କ ସାହାର୍ଯ୍ୟ ଯୋଗୁଁ ହିଁ ସେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଏତେ ଉପରକୁ ଯାଇପାରିଛନ୍ତି । ବନ୍ଧୁଗଣ ଅର୍ଚ୍ଚିତା ଙ୍କ ଭଉଣୀ ଙ୍କର ଗୋଟିଏ ପୁଅଟିଏ ମଧ୍ୟ ରହିଅଛି ।

ଏବଂ ତାଙ୍କ ପୁଅ କୁ ମାତ୍ର ୪ ବର୍ଷ ବୟସ ହୋଇଛି । ସବ୍ୟସାଚୀ ସମାଜସେବୀ ଥିଲାବେଳେ ଅର୍ଚ୍ଚିତା ମଧ୍ୟ ଏହି ମହତ କାର୍ଯ୍ୟ ରେ ବର୍ତ୍ତମାନ ଯୋଗଦାନ କରୁଛନ୍ତି । ବର୍ତ୍ତମାନ ରାଜ୍ୟ ର ସ୍ଥିତି ବହୁତ ଭୟାନକ ପାଲଟିବାରେ ଲାଗିଛି ।

ଏଣୁ କୋଭିଡ ପେସେଣ୍ଟ ମାନଙ୍କ ସହିତ ଅନ୍ୟ ଗରିବ ଲୋକଙ୍କୁ ମଧ୍ୟ ସହାୟତା କରୁଛନ୍ତି ଉଭୟ କଳାକାର । ବନ୍ଧୁଗଣ ଓଲିଉଡ ର ଏହି ପ୍ରସିଦ୍ଧ ନାୟିକା ଆପଣ ମାନଙ୍କୁ କିଭଳି ଲାଗନ୍ତି ? ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *