ଆଜି “ସୂର୍ଯ୍ୟପରାଗ” ଦେଖନ୍ତୁ କେଉଁ ସମୟରେ ଲାଗିବ ଓ କେଉଁ ରାଶି ଉପରେ କଣ ପଡିବ ପ୍ରଭାବ

ବନ୍ଧୁଗଣ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ 20 ତାରିଖରେ ଲାଗିବାକୁ ଯାଉଛି । ଏହି ପରାଗ ଭାରତ ସହ ଓଡିଶାରେ ଦୃଶ୍ୟମାନ ହେବ ନାହି । ଯେବେ ଚନ୍ଦ୍ରମାର ଛାଇ ସୂର୍ଯ୍ୟ ଉପରେ ପଡିଥାଏ ତାହାକୁ ସୂର୍ଯ୍ୟପରାଗ କୁହାଯାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ପରାଗର ବହୁତ ମହତ୍ଵ ରହିଛି । ସମଗ୍ର ବିଶ୍ବରେ ଏହାର ପ୍ରଭାବ ବିଶେଷ ଭାବେ ପଡିଥାଏ ।

ପରାଗ ଲାଗିବାର ସମୟ ହେଉଛି ଏପ୍ରିଲ 20 ଗୁରୁବାର ଦିନ ସକଳ 7ଟା 4 ମିନିଟରୁ ଆରମ୍ଭ ହୋଇ ଦିନ 12ଟା 29 ମିନିଟରେ ଶେଷ ହେବ । ଏହି ପରାଗ ମହାକାଶରେ ପ୍ରାୟ 5ଘଣ୍ଟା 25 ମିନିଟ ଯାଏଁ ଲାଗି ରହିବ । ସୂର୍ଯ୍ୟପରାଗ ସମୟରେ ଗର୍ଭବତୀ ମହିଳା ମାନେ କିଛି କଟା କାଟି କିମ୍ବା ଧାରୁଆ ଜିନିଷ ଧରନ୍ତୁ ନାହି । ନଚେତ ଏହାର ପ୍ରଭାବ ଶିଶୁ ଉପରେ ପଡିଥାଏ ।

ଏହି ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହି । ପରାଗ ଲାଗୁଥିବା ସମୟରେ ଗର୍ଭବତୀ ମହିଳା ବାହାରକୁ ଯିବା ନିଷେଧ ଅଟେ । ଏହି ସମୟରେ ଗୋଟେ ନଡିଆକୁ ଧରିକି ବସିଲେ ପରାଗର ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡିବ ନାହି । ଏହି ସମୟରେ ଭଗବାନଙ୍କ ନାମ ଜପ କରନ୍ତୁ । ଏବେ ଆସନ୍ତୁ ଜାଣିବା ସୂର୍ଯ୍ୟପରାଗ କେଉଁ ରାଶିକୁ ଶୁଭ ଫଳ ପ୍ରଦାନ କରିବ ।

ବୃଷ ରାଶି : ବୃଷ ରାଶିର ଲୋକଙ୍କ ଉପରେ ସୂର୍ଯ୍ୟପରାଗର ଶୁଭ ପ୍ରଭାବ ରହିବ । ସ୍ଵାମୀ-ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ଓ ବିଶ୍ଵାସ ବଢିବ । ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ । ଧନ ପ୍ରାପ୍ତି ହେବା କାରଣରୁ ଆପଣ ମାଲାମାଲ ହେବାକୁ ଯାଉଛନ୍ତି । ପରିବାରରେ ପ୍ରେମ ଓ ସାଥ ମିଳିବ ।

ମିଥୁନ ରାଶି : ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆପଣଙ୍କ ପାଇଁ ବହୁତ ବଡ ସୌଭାଗ୍ୟ ନେଇ ଆସୁଛି । ଆର୍ଥିକ କ୍ଷେତ୍ରରେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ । ଆପଣଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଏହି ସମୟରେ ନୂଆ ଯାନବାହନ, ଘର, ଜାଗା ବାଡି କିଣିବାର ସମ୍ଭାବନା ରହିଛି ।

ଧନୁ ରାଶି : ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ବଡ ପରିବର୍ତ୍ତନ ନେଇକି ଆସୁଛି । ସମସ୍ତଙ୍କୁ ସମ୍ମାନ ଦେବେ । ଆପଣଙ୍କ ଭିତରେ ଆଧ୍ୟାତ୍ମିକ ପରିବର୍ତ୍ତନ ହେବ । ଯେଉଁ ଲୋକ ଚାକିରି ଖୋଜୁଥିଲେ ସେମାନଙ୍କର ଚାକିରି ଖୋଜିବା ସମାପ୍ତ ହେବ । ଲୋକ ଏମାନେ ଆପଣଙ୍କର ପ୍ରଶଂସା କରିବେ ।

କର୍କଟ ରାଶି : ବର୍ଷର ପ୍ରଥମ ସୂର୍ଯ୍ୟପରାଗ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । କ୍ରୋଧ ସ୍ଵଭାବର ହେଲେ ମଧ୍ୟ ଏହି ଲୋକ ନିଜର ବୁଦ୍ଧି ଓ ବିବେକକୁ ପ୍ରୟୋଗ କରନ୍ତି । ଯେଉଁ କାରଣରୁ ଲୋକେ ଏମାନଙ୍କର କଥାକୁ ମାନିଥାନ୍ତି ଓ ଗ୍ରହଣ କରିଥାନ୍ତି । ଏମାନେ କହିଥିବା କଥାକୁ ଅନ୍ୟ ଲୋକ ଧ୍ୟାନ ଦେଇ ଶୁଣିଥାନ୍ତି । ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ମଧ୍ୟ ରହିଛି ।ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *