ସ୍ଵପ୍ନରେ ହାତୀ ଦେଖିଲେ ଘଟେ ଏହି ସବୁ ଘଟଣା, ଆପଣ ବି ଦେଖୁଛନ୍ତି କି ? ତେବେ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା

ବନ୍ଧୁଗଣ ଆପଣ ନିଶ୍ଚୟ କେବେ ନା କେବେ ହାତୀ ଦେଖିଥିବେ । ହାତୀ ଦେଖିବାକୁ ବଡ ହୋଇଥାନ୍ତି କିନ୍ତୁ ହାତୀ ଦେଖିଲେ ବହୁତ ଶୁଭ ଫଳ ମିଳିଥାଏ । ଆପଣ ମାନେ ଜାଣିଥିବେ ହାତୀ ହେଉଛି ଶୁଭର ପ୍ରତୀକ । ହାତୀ ଦେଖିବା ମାତ୍ରେ ହିଁ ଶୁଭ ହୋଇଥାଏ । କିନ୍ତୁ ହାତୀ ଦେଖିବାର ଶୈଳୀ ଅଲଗା ଅଲଗା ହୋଇଥାଏ ।

ଆଜି ଆମେ ଜାଣିବା ସ୍ଵପ୍ନରେ ହାତୀ ଦେଖିଲେ କଣ ସବୁ ଘଟିଥାଏ । ଯଦି ସ୍ଵପ୍ନ ଭୋର ସମୟରେ ଦେଖୁଥାନ୍ତି ତେବେ ତାହା ସତ ହୋଇଥାଏ । ଅନ୍ୟ କେଉଁ ସମୟରେ ସ୍ଵପ୍ନ ଦେଖିଲେ ତାହା ସତ ହୁଏ ନାହି । ଯଦି ଆପଣ ସ୍ଵପ୍ନରେ ହାତୀ ଉପରେ ବସିଥିବାର ଦେଖୁଛନ୍ତି ତେବେ ବହୁତ ଶୁଭ ହେବା ସହ ଆପଣଙ୍କୁ ସୁଖ ଓ ସମୃଦ୍ଧି ମିଳିଥାଏ । ଏହା ସହ କୌଣସି ସୂତ୍ରରୁ ଧନ ପ୍ରାପ୍ତି ହେବ ।

ମାନ ସମ୍ମାନ ରେ ବୃଦ୍ଧି ହେବା ସହ ପ୍ରତିଷ୍ଠା ପ୍ରାପ୍ତ ହେବ । ଯଦି ଆପଣ ହାତୀ ଛିଡା ହୋଇଥିବାର ଦେଖନ୍ତି ତେବେ କିଛି କାର୍ଯ୍ୟ ଆପଣଙ୍କର ଅଟକି ଯାଇପାରେ ବା ଚାଲିଥିବା କାମ ଅଟକିପାରେ । ଯଦି ସ୍ଵପ୍ନରେ ଆପଣ ହାତୀ ଓ ହାତିଣୀ କୁ ଦେଖୁଛନ୍ତି ତେବେ ଏହା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ଭଲ ହୋଇଥାଏ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିଥାଏ ।

ଯଦି ସମ୍ପର୍କ ଖରାପ ଥାଏ ତେବେ ଭଲ ହେବାରେ ଲାଗିଥାଏ । ଯଦି ସ୍ଵପ୍ନରେ ଆପଣ ହାତିଣୀ ଦେଖୁଛନ୍ତି ତେବେ ପ୍ରେମରେ ପଡିବାର ସଂକେତ ହୋଇଥାଏ । ଯଦି ପୁଅ ହୋଇଥିବେ ଝିଅ ପ୍ରତି ଆଉ ଯଦି ଝିଅ ହୋଇଥିବେ ପୁଅ ପ୍ରତି ଆକର୍ଷିତ ହୋଇଥାନ୍ତି । ଯଦି ସ୍ଵପ୍ନରେ ଆପଣ ହାତୀ ଦାନ୍ତ ଦେଖୁଛନ୍ତି ତେବେ ବହୁତ ଶୁଭ ପ୍ରତୀକ ହୋଇଥାଏ ।

ଆକସ୍ମିକ ଭାବେ ଧନ ଆସିବ । ଧନରେ ବୃଦ୍ଧି ମଧ୍ୟ ହେବ । ତେଣୁ ହାତୀ ଦାନ୍ତ ଦେଖିବା ଅତ୍ୟନ୍ତ ଶୁଭଦାୟକ ଅଟେ । ଆପଣ ଯଦି ସ୍ଵପ୍ନରେ ହାତୀ ଦେହ ଖରାପ ହୋଇଥିବାର ଦେଖନ୍ତି ତେବେ ଧନ ହାନି ହେବାର ସଂକେତ ହୋଇଥାଏ । ଏମିତି କିଛି କମ ପଡିବ କି ଆପଣ ଖର୍ଚ୍ଚାନ୍ତ ହୋଇ ପାରନ୍ତି । ଆପଣ କିଛି ସମସ୍ୟାରେ ପଡି ପାରନ୍ତି ।

ଯାହା ଦ୍ଵାରା ଆପଣ ଅନେକ କଷ୍ଟ ପାଇବେ । ଏହା ଶୁଭ ହୋଇଥାଏ । ତେଣୁ ଏମିତି ସ୍ଵପ୍ନ ଦେଖିଲେ ତା ପର ଦିନ ଭଗବାନ ଶିବ ଙ୍କ ମନ୍ଦିରକୁ ଯାଇ ଦର୍ଶନ କରନ୍ତୁ । ସ୍ଵପ୍ନରେ ହାତୀ ଦେଖିବା ବହୁତ ଭଲ ହୋଇଥାଏ । କିନ୍ତୁ ଆପଣ ସ୍ଵପ୍ନରେ ହାତୀ କୁ ଚାଲି ଯିବାର ଦେଖନ୍ତି ଭଲ ହୋଇଥାଏ । ଗୋଟେ କି ଦୁଇଟି ହାତୀ ଛଡା ଅଧିକ ହାତୀ ଦେଖିଲେ ସ୍ଵପ୍ନରେ ଭଲ ନୁହେଁ ।

ଯେଉଁ ଦିନ ହାତୀର ସ୍ଵପ୍ନ ଦେଖିବେ ତା ପର ଦିନ ଲକ୍ଷ୍ମୀ, ଶିବ, ଜଗନ୍ନାଥ, ଲକ୍ଷ୍ମୀ ନାରାୟଣ ଙ୍କ ମନ୍ଦିର ଯାଇ ଦର୍ଶନ କରନ୍ତୁ । ଧ୍ୟାନ ରଖିବେ ଯେଉଁ ସ୍ଵପ୍ନ ଦେଖିବେ ତାହା ଅନ୍ୟ ଆଗରେ ପ୍ରକାଶ କରିବେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *