ସ୍ଵାମୀଙ୍କ ବିନା ସାବିତ୍ରୀ ପାଳିଲେ Abhishek ଙ୍କ ପତ୍ନୀ ମୌସୁମୀ, ଆଖିରେ ଆଖିଏ ଲୁହ ନେଇ କହିଲେ କିଛି ଏମିତି କି ଆପଣ ବି କାନ୍ଦି ପକେଇବେ, ଦେଖନ୍ତୁ Video

ଆଜି ହେଉଛି ଓଡିଆମାନଙ୍କର ସବୁଠୁ ବଡ ପର୍ବର ଦିନ ଅଟେ । କହିବାକୁ ଗଲେ ସାବିତ୍ରୀ ବ୍ରତ ଦିନ ସବୁ ବିବାହିତ ମହିଳାମାନେ ନିଜର ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ଭଗବାନଙ୍କ ନିକଟରେ ପୂଜା କରି ବ୍ରତ ରଖିଥାନ୍ତି । କିନ୍ତୁ ଯଦି ଅଭିଷେକ ଓ ମୌସୁମୀଙ୍କ ବିଷୟରେ କହିବା ତେବେ ସବୁଠୁ ବଡ ଦୁଃଖର କଥା ଏହା ଅଟେ କି ବିବାହର ପ୍ରଥମ ମାସରେ,

ପ୍ରଥମ ସାବିତ୍ରୀ ବ୍ରତ ଦିନ ତାଙ୍କ ସ୍ଵାମୀ ତାଙ୍କ ନିକଟରେ ନାହାନ୍ତି । ଯାହାକି ଭାଗ୍ୟର ବିଡମ୍ବନା ବୋଲି ବି ଆପଣ କହି ପାରିବେ । କିନ୍ତୁ ଏହା ସତ୍ବେ ବି ଆଜି ସ୍ଵାମୀ ଅଭିଷେକଙ୍କ ଅନୁପସ୍ଥିତିରେ ତାଙ୍କର ଦୀର୍ଘାୟୁ ପାଇଁ ମୌସୁମୀ ତାଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । କହିଦେଉଛୁ କି ଅଭିଷେକ ମହାପାତ୍ର ବର୍ତ୍ତମାନ ECMO ଚିକିତ୍ସା ପାଇଁ କଲିକତାରେ ଅଛନ୍ତି ।

ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବି ବହୁତ ଗମ୍ଭୀର ଅଛି । ଆମେ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି କି ଯେଉଁଭଳି ଭବାରେ ଦେବୀ ସାବିତ୍ରୀ ନିଜ ସ୍ଵାମୀଙ୍କୁ ଯମରାଜାଙ୍କ ଠାରୁ ଫେରାଇ ଆଣିଥିଲେ । ଠିକ ସେହିଭଳି ଆଜିର ଏହି କଳିଯୁଗର ସାବିତ୍ରୀ ମୌସୁମୀ ସାବିତ୍ରୀ ବ୍ରତ ଦିନ ସାବିତ୍ରୀ ବ୍ରତ ପାଳନ କରି ନିଜର ସ୍ଵାମୀଙ୍କୁ ଫେରାଇ ଆଣିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । କହିଦେଉଛୁ କି ଗତକାଲି ୨ – ୩ ଟା ସମୟରେ ଏୟାରଲିଫ୍ଟ କରି ଅଭିଷେକଙ୍କୁ କଲିକତା ନିଆଯାଇଥିଲା ।

କଲିକତା ପହଞ୍ଚିବାର କିଛି ସମୟ ମଧ୍ୟରେ ତାଙ୍କର ଚିକିତ୍ସା ମଧ୍ୟ ଆରମ୍ଭ ହୋଇଯାଇଛି । କହିଦେଛୁ କି ଅଭିଷେକଙ୍କ ଫୁସଫୁସ ୮୦ ପ୍ରତିଶତ ସଂକ୍ରମିତ ହୋଇଯାଇଛି ଓ ଡାକ୍ତରଙ୍କ ଅନୁସାରେ ୧୪ ଦିନ ପୂର୍ବରୁ କିଛି ବି କହି ହେବ ନାହିଁ । ଗତକାଲି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଓ ଜିଲ୍ଲା ପ୍ରଶାସନ ବି ଅଭିଷେକଙ୍କ ଚିକିତ୍ସା ପାଇଁ ସାହାର୍ଯ୍ୟର ହାତ ବଢାଇଛନ୍ତି । ମୌସୁମୀ ମିଡିଆ ସହ କଥାବାର୍ତ୍ତା କରି କହିଲେ କି ଅଭିଷେକଙ୍କ ଚିକିତ୍ସା ପାଇଁ ପ୍ରତି ଦିନ ୨ ରୁ ୩ ଲକ୍ଷ ଟଙ୍କା ଖର୍ଚ ହେଉଛି ଓ ଏତେ ଟଙ୍କା ତାଙ୍କ ପକ୍ଷେ ଅସମ୍ଭବ ଥିଲା ।

କିନ୍ତୁ ସମସ୍ତଙ୍କର ସହଯୋଗ ଦ୍ଵାରା ଆଜି ଅଭିଷେକ କଲିକତାରେ ଚିକିତ୍ସା ହେଉଛନ୍ତି । ଗତ ୨୩ ଦିନ ହେବ ଅଭିଷେକଙ୍କ ଚିକିତ୍ସା ଭୁବନେଶ୍ଵରର କଳିଙ୍ଗ ହସ୍ପିଟାଲରେ ହେଉଥିଲା ଓ ସେହି ସମୟରେ ସେ ଆଇସିଇଉରେ ରହିଥିଲେ ।

ଏହି ସମୟରେ ମୌସୁମୀ ଓ ତାଙ୍କର ପରିବାର ନିଜର ସମସ୍ତ ଜମିବାଡି ଓ ସୁନା ବିକ୍ରି କରିଥିବା ଟଙ୍କାରେ ଓ ନିଜର ସମସ୍ତେ ସେଭିଙ୍ଗରେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିଜର ସ୍ଵାମୀଙ୍କର ଚିକିତ୍ସା କରୁଥିଲେ । କିନ୍ତୁ ସମସ୍ତଙ୍କର ସହଯୋଗ କ୍ରେମେ ଆଜି ଅଭିଷେକ କଲିକତାରେ ଚିକିତ୍ସିତ ହେଉଛନ୍ତି ।

ଏଥିପାଇଁ ମୌସୁମୀ ସମସ୍ତଙ୍କୁ ଧନ୍ୟବାଦ ଓ କୃତଙ୍ଗତା ଜଣାଇଛନ୍ତି । ଅଭିଷେକ କଲିକତାରେ ବର୍ତ୍ତମାନ ୫ ଜଣିଆ ଡାକ୍ତରଙ୍କ ଟିମ ସହ ଅଛନ୍ତି ଓ ତାଙ୍କ ପାଖରେ କେହି ବି ନାହାନ୍ତି । ମୌସୁମୀ ଘରେ ରହି ନିଜ ସ୍ଵାମୀଙ୍କର ଦିର୍ଘ୍ୟାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଅଭିଷେକଙ୍କ ECMO ଚିକିତ୍ସା ପାଇଁ ୧.୫ କୋଟି ଟଙ୍କାର ବୁ ଉର୍ଦ୍ଧ ଟଙ୍କା ଦରକାର ଓ ଚିକିତ୍ସା ପାଖାପାଖି ୨ ମାସ ପର୍ଯ୍ୟନ୍ତ ବି ଚାଲି ପାରେ ।

ଭଗବାନ ଙ୍କ ନିକଟରେ ଏତିକି  ପ୍ରାର୍ଥନା ମୌସୁମୀ ଙ୍କ ସାବିତ୍ରୀ ବ୍ରତ ନିଶ୍ଚୟ ରଙ୍ଗ ଆଣିବ । ତେଣୁ ବନ୍ଧୁଗଣ ଆପଣ ମାନେ ମଧ୍ୟ ପ୍ରାର୍ଥନା କରନ୍ତୁ ଯେ ଅଭିଷେକ ଶୀଘ୍ର ସୁସ୍ଥ ହୋଇ ତାଙ୍କ ଘରକୁ ଫେରି ଆସନ୍ତୁ ଓ ଆପଣ ଯେତିକି ବି ପାରୁଛନ୍ତି ତାଙ୍କୁ ଆର୍ଥିକ ସହାୟତା କରନ୍ତୁ ଓ ଏହାକୁ ଅଧିକ ରୁ ଅଧିକ ମାତ୍ରାରେ ସେୟାର କରନ୍ତୁ, ଯାହା ଦ୍ଵାରା ତାଙ୍କୁ କିଛି ସାହାର୍ଯ୍ୟ ମିଳି ପାରିବ । ଧନ୍ୟବାଦ

Leave a Reply

Your email address will not be published. Required fields are marked *