୭୦ ଦଶକର ଏହି ଫେମସ ଅଭିନେତ୍ରୀଙ୍କ ଅବସ୍ତା ଆଜି ହେଇଯାଇଛି ଏମିତି, ଦେଖିଲେ ଚିହ୍ନି ପାରିବେନି

ବଲୀଉଡ ଦୁନିଆ ଏମିତି ଗୋଟେ ଦୁନିଆ ଯାହା ଲୋକଙ୍କ ପାଇଁ କେବଳ ଉଦୟ ହାଉଥିବା ସୂର୍ଯ୍ୟ ଦେଖି ଥାନ୍ତି ଓ ଢଳି ଥିବା ସୂର୍ଯ୍ୟ ବିଷୟରେ କେହି ଚିନ୍ତା ମଧ୍ୟ କରନ୍ତି ନାହିଁ, ଯେଉଁ ପର୍ଯ୍ୟନ୍ତ ହିରୋ ହିରୋଇନ ଭଲ କାମ କରୁଛନ୍ତି ସେ ସମସ୍ତଙ୍କୁ ଭଲ ଲାଗନ୍ତି କିନ୍ତୁ କୌଣସି କାରଣ ପାଇଁ ଯଦି ସେ କାମ ପାଇଲେ ନାହିଁ ବା କରି ପାରିଲେ ନାହିଁ ତେବେ ସେ କେହି ରୁହନ୍ତି ନାହିଁ । ଆଜିକା ସମୟରେ ମଧ୍ୟ ଯାହା ଦେଖା ଯାଏ ତାହା ବିକିଥାଏ ଓ ଯାହା ବଲୀଉଡ ଦୁନିଆରୁ ଦୂରେଇ ଯାନ୍ତି ସେ ଆଉ ସେଲିବ୍ରେଟି ବା ଷ୍ଟାର ରୁହନ୍ତି ନାହିଁ ।

Image Courtesy: Google

ଆପଣ ମାନେ ମୁମ୍ତାଜଙ୍କୁ ଜାଣିଥିବେ ସେ ନିଜ ସମୟ ବହୁତ ପ୍ରସିଦ୍ଧ କଳାକାର ଥିଲେ । ତାଙ୍କ ଅଭିନୟ ସମୟରେ ତାଙ୍କ ଅଭିନୟ ଓ ସୁନ୍ଦରତା ଦେଖି ସମସ୍ତେ ତାଙ୍କ ଦିବାନା ଥିଲେ, ମୁମ୍ତାଜ ବହୁତ ଚୁଲବୁଲି ସ୍ଵଭାବର ଥିଲେ ତାଙ୍କ ସମୟରେ ପ୍ରାୟଠ ଅଭିନେତ୍ରୀ ଲାଜ କରୁଥିଲେ କିନ୍ତୁ ମୁମ୍ତାଜଙ୍କ ଭିତରେ ସେହି ସମୟରେ ବି ଗୋଟେ ଛୋଟ ଝିଅ ଭଳି ବ୍ୟବହାର କରୁଥିଲେ।

Image Courtesy: Google

ପ୍ରଥମରେ ମୁମ୍ତାଜ ଯେତେବେଳେ ଅଭିନୟ ପାଇଁ ଆସିଲେ ସେତେବେଳେ ତାଙ୍କ ମା ନାଗ ଓ ମସି ନୀଲୋଫର ମଧ୍ୟ ବଲୀଉଡ ଜଗତରେ ଛୋଟ ରୋଲ କରୁଥିଲେ ଓ ପ୍ରଥମରେ ମୁମ୍ତାଜଙ୍କୁ ମଧ୍ୟ ଛୋଟ ରୋଲ ପ୍ରାପ୍ତ ହେଲା ଯାହା ପରେ ସେ ମୁଖ୍ୟ ଅଭିନେତ୍ରୀ ମାନଙ୍କ ସହକାରୀ ହେଲେ ଓ ସେହି ସମୟରେ ବଲୀଉଡ ଜଗତରେ ଦାରା ସିଂହ ଆସିଲେ ଯାହା ସହ କାମ କରିବା ପାଇଁ ଅଭିନେତ୍ରୀ ମାନେ ମନ ଦେଲେ ନାହିଁ ଏହି ସୁଯୋଗ ଲାଭ ପାଇ ମୁମ୍ତାଜ ଦାରା ସିଂହ ସହ କାମ କରିବାକୁ ଲାଗିଲେ । ତାଙ୍କ ସମୟରେ ମୁମ୍ତାଜ ଦାରା ସିଂହ ସହ ୧୬ଟି ଚଳଚିତ୍ର କରିଥିଲେ ଯେଉଁଥିରୁ ୧୦ଟି ଫିଲ୍ମ ହିଟ ମଧ୍ୟ ହୋଇଥିଲା । ଏହା ପରେ ମୁମ୍ତାଜଙ୍କ ସମୟ ବଦଳି ଗଲା ଓ ସେ ବଲୀଉଡ ର ସବୁଠାରୁ ମହଙ୍ଗା ହିରୋଇନ ହେଇଯାଇଥିଲେ ।

Image Courtesy: Google

ଏହା ପରେ ମୁମ୍ତାଜ ରାଜେଶ ଖନ୍ନା ସହ ପ୍ରଥମ ଫିଲ୍ମ ଡୋ ରାସତେ କଲେ ଯାହା ସୁପର ଡୁପର ହିଟ ହେଲା ଏହା ପରେ ଦୁଇ ଜଣ ଯେଉଁ ଫିଲ୍ମ କଲେ ସବୁ ହିଟ ହୋଇଥିଲା । ଏହା କିଛି ବର୍ଷ ପରେ ମୁମ୍ତାଜ ମୟୂର ମଧୁରାନୀ ଜଣେ ବୀଜନେସ ମେନ ସହ ବିବାହ କରିଥିଲେ । ତେବେ ଏହା ପରେ ମୁମ୍ତାଜ ଫିଲ୍ମରେ କାମ କରିବା ଛାଡି ଘର ସଂସାର କଲେ, ମୁମ୍ତାଜ କେବଳ ୧୫ ବର୍ଷ କ୍ଯାରିୟରରେ ୧୦୮ଟି ଫିଲ୍ମ କରିଥିଲେ ଯାହା ପ୍ରାୟତଃ ହିଟ ହୋଇଥିଲେ । ଖବର ଅନୁଯାଇ ମୁମ୍ତାଜଙ୍କୁ ବ୍ରେଷ୍ଟ କ୍ୟାନ୍ସର ଥିଲା ଓ ସେ ଏହା ଦ୍ଵାରା ଯେମିତି ଲଢିଲେ ତାହା ଅନ୍ୟ ମହିଳାଙ୍କ ପାଇଁ ଗୋଟେ ଶିକ୍ଷା ହୋଇଯାଇଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *