ଅଜବ ବାହାଘର… ବର ପିନ୍ଧିଲା ମଙ୍ଗଳସୂତ୍ର

ହିନ୍ଦୁ ଧର୍ମର ସମସ୍ତ ନିୟମ ଓ ପରମ୍ପରା ଅନୁସାରେ ଯେତେବେଳେ ଗୋଟିଏ ପୁରୁଷ ଓ ମହିଳା ବିବାହ କରନ୍ତି ତେବେ ଯାଇ ସେମାନେ ସ୍ଵାମୀ ସ୍ତ୍ରୀ ହୋଇଥାନ୍ତି । କହିବାକୁ ଗଲେ ଆପଣ ସମସ୍ତେ ବହୁତ ବିବାହ ଦେଖିଥିବେ ଓ ଏହି ସମସ୍ତ ବିବାହ ମଧ୍ୟରେ ବହୁତ ନିୟମ ଓ ପରମ୍ପରା ବି ଦେଖିଥିବେ । କିନ୍ତୁ ସମସ୍ତ ବିବାହରେ ଯେତେବେଳେ ଗୋଟିଏ ପୁରୁଷ ମହିଳାକୁ ମଙ୍ଗଳସୂତ୍ର ପିନ୍ଧିଥାଏ ସେହି ସମୟ ଠାରୁ ହିଁ ସେମାନେ ପ୍ରକୃତରେ ସ୍ଵାମୀ ସ୍ତ୍ରୀ ହୋଇଥାନ୍ତି ।

ଆମ ଦେଶରେ ପୌରଣିକ ପରମ୍ପରା ଅନୁସାରେ ଏହାକୁ ହିଁ ବିବାହର ପ୍ରତୀକ ବୋଲି କୁହାଯାଏ । କିନ୍ତୁ କଣ ଆପଣମାନେ ଏମିତି କୌଣସି ବିବାହରେ ଦେଖିଛନ୍ତି ଯେଉଁଠି କନ୍ୟା ବରକୁ ମଙ୍ଗଳସୂତ୍ର ପିନ୍ଧାଉଛି । ଆପଣଙ୍କୁ ଏହି ବାକ୍ୟା ଅଳ୍ପ ଆଶ୍ଚର୍ଯ୍ୟକର ଲାଗିବ । କିନ୍ତୁ ଏହା ପୂରାପୂରି ସତ୍ୟ ଅଟେ ।

ମହାରାଷ୍ଟ୍ର ଜିଲ୍ଲାର ପୁଣେରେ ରହୁଥିବା ଶାର୍ଦୁଲ କଦମ ଳିଙ୍ଗ ସମାନତାକୁ ସମର୍ଥନ କରି ନିଜ ବିବାହ ଦିନ କନ୍ୟା ସ୍ଥାନରେ ନିଜେ ମଙ୍ଗଳସୂତ୍ର ପିନ୍ଧିବାର ନିଷ୍ପତି ନେଇଥିଲେ । ଏହି ନିଷ୍ପତି ନେବା ପରେ ସେ ଚର୍ଚାରେ ଆସି ଯାଇଥିଲେ । ଶାର୍ଦୁଲ କଦମଙ୍କ ଏହି ନିଷ୍ପତି ବିଷୟରେ ଶୁଣିବା ପରେ କେବଳ ତାଙ୍କର ପତ୍ନୀ ତନୁଜା ନୁହେଁ ଅଥବା ତାଙ୍କର ମାତା ପିତା ସହିତ ତାଙ୍କର ସମସ୍ତ ସମ୍ପର୍କୀୟମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହା ଛଡା ଯେତେବେଳେ ଏହି ଖବର ମିଡିଆରେ ଭାଇରାଲ ହେଲା ତେବେ କେତେକେ ଲୋକମାନେ ଶାର୍ଦୁଲ କଦମଙ୍କୁ ଅନ୍ଲାଇନରେ ଟ୍ରୋଲ କରିବାକୁ ଲାଗିଲେ । କିନ୍ତୁ ଏହିଭଳି ଆଲୋଚନାକୁ ଶାର୍ଦୁଲ କଦମଙ୍କୁ ଭାଙ୍ଗି ଦେଇ ନାହିଁ । ଶାର୍ଦୁଲ କଦମ ସମସ୍ତଙ୍କୁ ଜବାବ ଦେଇ କହିଲେ କି, ‘ଆମେ ପରସ୍ପରର କାମକୁ ସମର୍ଥନ କରୁଛୁ, ପରସ୍ପରର ଉପରେ ବିଶ୍ଵାସ ବି କରୁଛୁ ଓ ଏକତ୍ରିତ ଏହି ଯାତ୍ରାରେ ଅଛୁ । ମୋତେ ଫରକ ପଡେ ନାହିଁ କି ଦୁନିଆ ଆମ ବିଷୟରେ କଣ ଚିନ୍ତା କରୁଛି ଓ କଣ କହୁଛି ?’

ଗୋଟିଏ ସାକ୍ଷାତକାର ସମୟରେ ଏହି ବାକ୍ୟା କହିବା ପରେ ଶାର୍ଦୁଲ କଦମଙ୍କ ଏହି କାହାଣୀ ସୋସିଆଲ ମିଡିଆରେ ଭା-ଇ-ରା-ଲ ହୋଇଥିଲା । ଶାର୍ଦୁଲ କଦମ କହିଲେ କି ତନୁଜା ଓ ମୁଁ ଗୋଟିଏ କଲେଜରେ ହିଁ ପଢୁଥିଲୁ । କିନ୍ତୁ ବହୁତ କ-ଷ୍ଟରେ ଆମେ କଥାବାର୍ତ୍ତା କରୁଥିଲୁ । ଡିଗ୍ରୀ ପରେ ଆମେ ୪ ବର୍ଷ ପରେ ଆଶ୍ଚର୍ଯ୍ୟଜଣକ ରୂପରେ ପୁଣିଥରେ ମିଶି ଗଲୁ । ସେ କହିଲେ କି ଦିନେ ତନୁଜା ଇଂସ୍ଟାଗ୍ରାମରେ ହିମେଶ ରେସିମିୟାର ଗୀତକୁ ଶେୟାର କରିଥିଲେ । ମୁଁ ଏଥିରେ କମେଣ୍ଟ ଦେଇଥିଲି । ଏହା ପରେ କିଛି ସପ୍ତାହ ପରେ ଆମେ ଦୁଇ ଜଣ କଥାବାର୍ତ୍ତା ଆରମ୍ଭ କରିଦେଲୁ ।

କିଛି ସପ୍ତାହ ପରେ ତନୁଜା ମୋତେ ଦେଖା କରିବା ପାଇଁ ଡାକିଲେ । ଆମେ ଦେଖା କରିଲୁ, ଏହା ପରେ ଆମେ କାମ, ଫିଲ୍ମ ଓ ନିଜର ଭବିଷ୍ୟତ ବିଷୟରେ କଥାବାର୍ତ୍ତା କରିଲୁ ଓ ଧୀରେ ଧୀରେ ଆମର ଦେଖା ସାକ୍ଷାତ ବଢିଲା । ଶାର୍ଦୁଲ କଦମ ଆଗକୁ କହିଲେ କି ଜନ୍ମଦିନ ଉପରେ ତନୁଜା ତାଙ୍କୁ ନିଜ ହାତ ଦ୍ଵାରା ତିଆରି ଗୋଟିଏ କାର୍ଡ ଦେଲେ ଓ ନିଜର ଭାବନା ବିଷୟରେ ମୋତେ ଅନୁଭହବ କରାଇଲେ । ଏହା ପରେ ଦୁଇ ଜଣ ନିଜର ପରିବାରର ସହମତି ପରେ ବିବାହ କରିଲେ ।

Leave a Reply

Your email address will not be published. Required fields are marked *