ଏହି ଅଧିକାରୀଙ୍କ ଦାବି – ‘ମୁଁ ବିଷ୍ଣୁଙ୍କ ଦଶମ ଅବତାର, ମୋ କଥା ନ ମାନିଲେ ଅଭିଶାପ ଦେବୀ….ମରୁଡି ହେବ’

ଗୁଜୁରାଟର ଜଣେ ସରକାରୀ ଅଧିକାରୀଙ୍କ ଏକ ଅଜବ ଗଜବ ବୟାନ ସାମ୍ନାକୁ ଆସୁଛି । ଅଧିକାରୀ ଜଣକ ଏକ ବୟାନ ଜାରି କରି ଦାବି କରିଛନ୍ତି କି ସେ ଭଗବାନ ବିଷ୍ଣୁଙ୍କ ଅବତାର ଅଟନ୍ତି ଓ ସେଥିପାଇଁ ସେ ଅଫିସ ଯିବେ ନାହିଁ । କାରଣ ସେ ବିଶ୍ଵର ଅନ୍ତଃ କରଣ ବଦଳାଇବା ପାଇଁ ତପସ୍ୟା କରୁଛନ୍ତି ।

ସେ ନିଜର ଉପର ଅଫିସରଙ୍କୁ ଚେତାବନୀ ଦେଇଛନ୍ତି କି ଯଦି ତାଙ୍କୁ ୧୬ ଲକ୍ଷ ଟଙ୍କା ଦରମା ଓ ଗ୍ରାଚ୍ୟୁଇଟି ନ ଦିଆଯିବ ତେବେ ସେ ରାଜ୍ୟକୁ ଅଭିଶାପ ଦେଇ ଦେବେ ଓ ରାଜ୍ୟରେ ମରୁଡି ଭଳି ସ୍ଥିତି ଦେଖାଯିବ । ସରଦାର ସରୋବର ପୁନର୍ବାସ ଏଜେନ୍ସିର ଇଞ୍ଜିନିୟର ରମେଶ ଚନ୍ଦ୍ର ଫେଫରଙ୍କ ଦ୍ଵାରା ଜାରି କରାଯାଇଥିବା ଏହି ଅଦ୍ଭୁତ ନୋଟିସ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଜୁଲାଇ ୧ରେ ସରକାରଙ୍କ ଜଳ ସମ୍ପଦ ବିଭାଗର ସଚିବଙ୍କୁ ଚିଠି ଲେଖି ରମେଶ ଚନ୍ଦ୍ର ଫେଫର କହିଥିଲେ କି ସରକାରୀ କାର୍ଯ୍ୟାଳୟର ତାଙ୍କର ବିରୋଧୀ ଅଧିକାରୀମାନେ ତାଙ୍କର ଦରମା ଓ ଗ୍ରାଚ୍ୟୁଇଟିକୁ ଅଟକାଇ ତାଙ୍କୁ ହଇରାଣ କରୁଛନ୍ତି । ସେ ଆଗକୁ କହିଲେ କି ମୁଁ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର ଅଟେ । ମୋର ତପସ୍ୟା ଯୋଗୁ ବର୍ତ୍ତମାନ ରାଜ୍ୟରେ ଭଲ ବର୍ଷା ହେଉଛି । କିନ୍ତୁ ମୋ ସହିତ ହେଉଥିବା ନିର୍ଯ୍ୟାତନା ଯୋଗୁ ଗୁଜୁରାଟରେ ବର୍ତ୍ତମାନ ମୁଁ ହିଁ ମରୁଡି ଆଣିବି ।

ରମେଶ ଚନ୍ଦ୍ର ଫେଫର ନିଜର ଚିଠିରେ ଆଗକୁ ଲେଖିଲେ କି ‘ ଗୋଟିଏ ବର୍ଷାର ଦରମା ପାଇଁ ଗୁଜୁରାଟ ସରକାର ମୋତେ ପ୍ରାୟ ୧୬ ଲକ୍ଷ ଟଙ୍କା ଦରମା ଦେଇଛନ୍ତି । ଏହି କାରୋନା ସମୟରେ ସମସ୍ତେ ଯେମିତି ଘରେ ରହି କାମ କରୁଥିଲେ ମୁଁ ବି ସେହିଭଳି କରୁଥିଲି । ରମେଶ ଚନ୍ଦ୍ର ଫେଫର ରାଜକୋଟରେ ଥିବା ନିଜର ବାସଭବନରେ ମିଡିଆ ସହ କଥାବାର୍ତ୍ତା କରି କହିଛନ୍ତି କି ‘ଆପଣ ବିଶ୍ଵାସ କରିବେନି, କିନ୍ତୁ ମୁଁ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର ଓ ଆସନ୍ତା ଦିନ ଗୁଡିକରେ ମୁଁ ଏହା ପ୍ରମାଣ କରି ମଧ୍ୟ ଦେଖାଇ ଦେବି ।

୨୦୧୦ ମାର୍ଚ୍ଚରେ ମୁଁ ଅଫିସର ଥିବା ସମୟରେ ମୋତେ ଅନୁଭୂତି ହେଲା କି ମୁଁ ଭଗବାନଙ୍କ କଳ୍କୀ ଅବତାର ଓ ସେହି ସମୟ ଠାରୁ ହିଁ ମୋ ପାଖରେ ଦିବ୍ୟ ଶକ୍ତି ଅଛି । ରମେଶ ଚନ୍ଦ୍ର ଫେଫର ଏହା ବି କହିଛନ୍ତି କି ବର୍ତ୍ତମାନ ଯେଉଁ କରୋନାର ସଙ୍କଟ ଚାଲିଛି ଏହାକୁ ସେ ହିଁ ଆଣିଛନ୍ତି ଓ ଏଥିରୁ କେହି ବି ବଞ୍ଚି ପାରିବେ ନାହିଁ । ଏଥିରୁ ବଞ୍ଚିବାର ଗୋଟିଏ ହିଁ ଉପାୟ ଅଛି କି ଆପଣ ହଜାର ଥର ସୀତାରାମ ମନ୍ତ୍ରକୁ ଜପ କରନ୍ତୁ । ‘

କହିଦେଉଛୁ କି ୩ ଦିନ ପୂର୍ବରୁ ହିଁ ଅଫିସ କାର୍ଯ୍ୟାଳୟ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ପଠାଇଥିଲା । କିନ୍ତୁ ରମେଶ ଚନ୍ଦ୍ର ଫେଫର ଏହି ନୋଟିସର ଜବାବରେ କହିଛନ୍ତି କି ସେ ଅଫିସ ଆସି ପାରିବେ ନାହିଁ, କାରଣ ସେ ତପସ୍ୟାରେ ଲୀନ ଅଛନ୍ତି । ସେ ଆଗକୁ କହିଲେ କି ସେ ବିଶ୍ଵର ଅନ୍ତଃ କରଣର ପରିବର୍ତ୍ତନ ପାଇଁ ନିଜ ଘରେ ତପସ୍ୟା କରୁଛନ୍ତି । ମୁଁ ଅଫିସରେ ବସି ତପସ୍ୟା କରି ପାରିବି ନାହିଁ । ତାଙ୍କର ହିଁ ତପସ୍ୟା ଯୋଗୁ ଭାରତରେ ଗତ ୧୯ ବର୍ଷ ହେଲା ଭଲ ବର୍ଷା ହେଉଛି ।

ସେ କହିଲେ କି ବର୍ତ୍ତମାନ ଅଫିସ ଚିନ୍ତା କରିବା ଉଚିତ କି ମୋତେ ସେମାନେ ବସାଇ ଟାଇମ ପାସ କରାଇବେ ନା ଦେଶକୁ ମରୁଡିରୁ ରକ୍ଷା କରିବେ । ମୁଁ କଳ୍କୀ ଅବତାର ସେଥିପାଇଁ ଭାରତରେ ଭଲ ବର୍ଷ ହେଉଛି । କିନ୍ତୁ କହିଦେଉଛୁ କି ରମେଶ ଚନ୍ଦ୍ର ଫେଫର ଗତ ୮ ମାସ ମଧ୍ୟରେ ବଡୋଦାରା ସ୍ଥିତ ଅଫିସକୁ ମାତ୍ର ୧୬ ଦିନ ହିଁ ଯାଇଛନ୍ତି । ଗେଜେଟ ଅଫିସରଙ୍କ ଏହିଭଳି ଅନୁପସ୍ଥିତି ଅଛନ୍ତି ବୋଲି ନୋଟିସରେ କୁହାଯାଇଛି ।

Leave a Reply

Your email address will not be published. Required fields are marked *