ଭଗବାନ ଶିବ ଙ୍କର ଏହି ଗୋଟିଏ ଭୁଲ ପାଇଁ ଜ-ନ୍ମ ନେଲେ କିନ୍ନର, ଜାଣନ୍ତୁ ଏହା ପଛର ଗୁପ୍ତ ରହସ୍ୟ- Shiv Puran

ବନ୍ଧୁଗଣ, ଏହି କାହାଣୀ ଟି ବାଲ୍ମୀକିଙ୍କ ରାମାୟଣ ରୁ ନିର୍ମିତ ହୋଇଅଛି । ବନ୍ଧୁଗଣ ଆମ୍ଭେ ଆଜି ଏହି କାହାଣୀ ଜରିଆରେ ଜାଣିବା ଭଗବାନ ଶିବ ଙ୍କର କେଉଁ ଭୁଲ ଯୋଗୁଁ ଜ-ନ୍ମି ନେଇଥିଲେ କିନ୍ନର । ବନ୍ଧୁଗଣ “ନୀଳ” ନାମକ ଜଣେ ରାଜା ସେ ସମୟରେ ସବୁଠାରୁ ବଡ ଦୟାଳୁ ରାଜା ଥିଲେ ।

ସେ ନିଜର ସୈନ୍ୟ ସାମନ୍ତ ଙ୍କ ସହିତ ଗୋଟିଏ ଦିନ ଏକ ଜଙ୍ଗଲ କୁ ବୁଲି ବାହାରିଲେ । ବନ୍ଧୁଗଣ ରାଜା ନୀଳ ଯେଉଁ ଜଙ୍ଗଲ କୁ ବୁଲି ଯାଇଥିଲେ ସେଠାରେ ପୂର୍ବରୁ ଭଗବାନ “ଶିବ” ଏବଂ ଦେବୀ “ପାର୍ବତୀ” ଅବସ୍ଥାନ କରିଥିଲେ । ବନ୍ଧୁଗଣ ଜଙ୍ଗଲ ରେ ଥିବା ଏକ ପୁଷ୍କରିଣୀ ରେ ମହାଦେବ ଶିବ ପତ୍ନୀ ଦେବୀ ପାର୍ବତୀ ଙ୍କ ସହିତ କାମ କରୁଥିଲେ ।

ବନ୍ଧୁଗଣ ସ୍ନାନ କରୁଥିବା ସମୟରେ ମହାଦେବ ଦେବୀ ପାର୍ବତୀ ଙ୍କୁ ପ୍ରସନ୍ନ କରିବାକୁ ଯାଇ ନିଜେ ସ୍ତ୍ରୀ ରୂପ ଧାରଣ କରିନେଇଥିଲେ । ବନ୍ଧୁଗଣ ମହାଦେବ ସ୍ତ୍ରୀ ରୂପ ଧାରଣ କରିବା ପରେ ଜଙ୍ଗଲ ରେ ଥିବା ସମସ୍ତ ପୁରୁଷ ପ୍ରାଣୀ ମଧ୍ୟ ନାରୀ ରୂପ ଧାରଣ କରି ନେଇଥିଲେ ।

ବନ୍ଧୁଗଣ ରାଜା ନୀଳ ମଧ୍ୟ ନାରୀ ରୂପ ଧାରଣ କରିଲେ । ରାଜା ନୀଳ ନାରୀ ରୂପ ଧାରଣ କରିବା ପରେ ଜାଣି ପାରିଲେ ଯେ, ଏ ସବୁ ମହାଦେବ ଶିବ ଙ୍କ ପାଇଁ ହୋଇଛି । ବନ୍ଧୁଗଣ ରାଜା ନୀଳ ମାହାଦେବ ଙ୍କ ପାଖକୁ ଯାଇ କହିଲେ, ମହାଦେବ ମତେ ଏବଂ ମୋର ସୈନ୍ୟ ଗଣଙ୍କୁ ପୁଣି ଥରେ ପୁରୁଷ ଙ୍କ ରୂପ ଫେରାଇ ଦିଅନ୍ତୁ । ଏହାପରେ ମହାଦେବ ଶିବ ରାଜା ନୀଳ ଙ୍କୁ କହିଥିଲେ, ତୁମ୍ଭେ ପୁରୁଷ ରୂପ ଛାଡି ଅନ୍ୟ ଯେଉଁ ରୂପ ମାଗିବ ତାହା ମୁଁ ତୁମ୍ଭକୁ ଦେଇ ପାରିବି ।

ମାତ୍ର ପୁରୁଷ ରୂପ ଦେଇ ପାରିବି ନାହିଁ । ଏକଥା ରେ ନିରାଶ ହୋଇ ରାଜା ନୀଳ ଦେବୀ ପାର୍ବତୀଙ୍କ ଶରଣ ପଶି କହିଲେ, ମାତା ଆପଣ କିଛି କରନ୍ତୁ । ଏହାପରେ ଦେବୀ ପାର୍ବତୀ କହିଥିଲେ, ମୁଁ ତୁମ୍ଭର ଦୁଖ ବୁଝୁଛି ହେଲେ, ବା କଣ କରିପାରିବି ? ମୁଁ କେବଳ ପୁରୁଷ ରୂପର ଆଧାର ହିଁ ଦେଇପାରିବି । ଏଣୁ ତୁମ୍ଭେ ନିର୍ଣ୍ଣୟ କର ତୁମ୍ଭେ କେଟେଦିନ ନାରୀ ରୂପରେ ବଞ୍ଚିବ ଏବଂ କେଟେ ଦିନ ପୁରୁଷ ରୂପରେ ବଞ୍ଚିବ ? ରାଜା ନୀଳ ଦ୍ଵନ୍ଦ ରେ ଛନ୍ଦି ହୋଇ କହିଲେ, ଦେବୀ ମତେ ଏକମାସ ପାଇଁ ନାରୀ ଏବଂ ଏକ ମାସ ପାଇଁ ପୁରୁଷ ହେବାର ବରଦାନ ଦିଅନ୍ତୁ ।

ରାଜା ଙ୍କ କଥାରେ ମାତା ପାର୍ବତୀ ରାଜା ଙ୍କୁ ସେହି ବରଦାନ ଦେଲେ । ବନ୍ଧୁଗଣ ଏହାପରେ କିନ୍ନର ମାନଙ୍କର ସୃଷ୍ଟି ଏହି ଧରାପୃଷ୍ଠ ରେ ହୋଇଥିଲା । ବନ୍ଧୁଗଣ ଏହିଭଳି ଭାବରେ ମହାଦେବ ଙ୍କର ଗୋଟିଏ ଛୋଟ ଭୁଲ ନିମନ୍ତେ କିନ୍ନର ଙ୍କ ସୃଷ୍ଟି ହୋଇଥିଲା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *