July 12ରୁ ଆସୁଛି ଈଊ ଏକ ଲଘୁଚାପ, ପ୍ରବଳ ରୁ ଅତି ପ୍ରବଳ ମାତ୍ରାରେ ବର୍ଷାର ସମ୍ଭାବନା…. ଏହି ସବୁ ଜିଲ୍ଲାଙ୍କୁ ସତର୍କ କରାଇଲେ ପାଣିପାଗ ବିଭାଗ

ଜୁନ ମାସରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇଥିବା ସମୟରେ କେତେକ ସ୍ଥାନରେ ବର୍ଷା ପରିମାଣ ବହୁତ କମ ଦେଖା ଯାଇଛି । ଏମିତିରେ କୁହାଯାଉଛି କି ଜୁନ ମାସରେ ଦେଖାଯାଇଥିବା ବର୍ଷା ଅଭାବକୁ ବର୍ତ୍ତମାନ ଜୁଲାଇ ମାସର ବର୍ଷା ପୂରଣ କରିଦେବ ।

କହିଦେଉଛୁ କି ରିପୋର୍ଟ ଅନୁସାରେ ଜୁଲାଇ ମାସରେ ଭାରତରେ ମୌସୁମୀର ପ୍ରଭାବ ଭଲ ରହିବ । ଯେଉଁ କାରଣରୁ ଦେଶରେ ବିଭିନ୍ନ ଅଞ୍ଚଳରେ ବର୍ଷା ମଧ୍ୟ ହେବ । ଜୁଲାଇର ପ୍ରଥମ ଦୁଇ ସପ୍ତାହ କିଛି ରାଜ୍ୟରେ ଭଲ ବର୍ଷା ହେବ । କହିଦେଉଛୁ କି ଆସନ୍ତା ସପ୍ତାହରୁ ହିଁ ଚାଷ କାର୍ଯ୍ୟ ନିମନ୍ତେ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ । ଯାହାକି ଚାଷୀମାନଙ୍କ ପାଇଁ ବହୁତ ହିନ ଖୁସିର ଖବର ଅଟେ । ଯଦି ଓଡିଶା ବିଷୟରେ କହିବା ତେବେ ଏଠି ବି ମୌସୁମୀର ଭଲ ପ୍ରଭାବ ରହିବ ।

ଜୁଲାଇ ମାସରେ ଉତ୍ତର ଓଡିଶାରେ ସ୍ଵାଭବିକ କିମ୍ବା କମ ବର୍ଷାର ସମ୍ଭାବନା ଅଛି । କିନ୍ତୁ ଦକ୍ଷିଣ ଓଡିଶାରେ ବର୍ଷାର ପରିମାଣ ସ୍ଵାଭାବିକ ରହିବ ବୋଲି ଓଡିଶାର ପାଣି ପାଗ ବିଭାଗ ତରଫରୁ ପୂର୍ବାନୁମାନ କରିଛି । ଏହା ସହିତ ପାଣି ପାଗ ବିଭାଗ ତରଫରୁ ଏହା ମଧ୍ୟ କୁହାଯାଇଛି କି ଆସନ୍ତା ୧୨ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହି କାରଣରୁ ରାଜ୍ୟରେ ଆସନ୍ତା ୧୦ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ ।

ସେଥିପାଇଁ କୁହାଯାଉଛି କି ରାଜ୍ୟରେ ଜୁନ ମାସର ଅଭାବୀ ବର୍ଷାକୁ ଜୁଲାଇ ମାସର ବର୍ଷା ପୂରଣ କରି ଦେଇପାରେ । ପାଣି ପାଗ ବିଶେଷଜ୍ଞ କହିଛନ୍ତି କି ଆସନ୍ତା ୧୧ ତାରିଖ ଆଡକୁ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶା ପାଖାପାଖି ବଙ୍ଗୋପସାଗରରେ ଏକ ଘୁର୍ନିବଳୟ ସୃଷ୍ଟି ହେବ । ଯାହା ପରେ ଏହା ଅଧିକ ଘନିଭୂତ ହୋଇ ୧୨ ତାରିଖ ଆଡକୁ ଲଘୁଚାପ ରୂପ ନେବ । ଯେଉଁ କାରଣରୁ ୧୦ ତାରିଖରୁ ହିଁ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ ।

ଉପକୂଳ ଓଡିଶା ସହିତ ଓଡିଶାର ଅନ୍ୟ କିଛି ଅଞ୍ଚଳରେ ଭଲ ବର୍ଷା ହେବାର ସମ୍ଭାବନା ଅଛି । କହିଦେଉଛୁ କି ବର୍ଷା କାରଣରୁ ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିବ ନାହିଁ । ଏହା ମଧ୍ୟରେ ବି ଘଡଘଡି ସହ ବର୍ଷା ହେବ । କିନ୍ତୁ ସବୁ ଅଞ୍ଚଳରେ ବର୍ଷାକୁ ନେଇ ଫରକ ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । କହିଦେଛୁ କି ଓଡିଶାର ପାଣି ପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟି ଜୁଲାଇ ମାସରେ ଓଡିଶାର ଉତ୍ତର ଆଭ୍ୟନ୍ତରୀଣ ତଥା ଉତ୍ତର ଉପକୂଳ ଓଡିଶାରେ ସ୍ଵାଭାବିକ ଠାରୁ ବର୍ଷାର ପରିମାଣ କମ ରହିବ ।

କିନ୍ତୁ ଦକ୍ଷିଣ ଆଭ୍ୟନ୍ତରୀଣର ଅଳ୍ପ କିଛି ଅଞ୍ଚଳରେ ସ୍ଵାଭବିକ ଠାରୁ ଅଧିକ ବର୍ଷା ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର, ବୌଦ୍ଧ ଓ ସୋନପୁରରେ ସ୍ଵାଭବିକ ଠାରୁ କମ ବର୍ଷା ହେବାର ସମ୍ଭାବନା ଅଛି । ନବରଙ୍ଗପୁର, ରାୟଗଡା, ଗଜପତି ଓ କୋରାପୁଟରେ ସ୍ଵାଭବିକ ଠାରୁ ଅଧିକ ବର୍ଷା ହୋଇପାରେ ।

Leave a Reply

Your email address will not be published. Required fields are marked *