ଆଦିତ୍ୟଙ୍କୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତର ଦାବି, ଆବଶ୍ୟକ ଜନସମର୍ଥନ

ସମାଜସେବୀ ଓ ମୋଟିଭେସନାଲ ସ୍ପିକର  ଆଦିତ୍ୟ ଦାସଙ୍କ ଜୁଲାଇ ୭ ରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ତାକୁ ନ୍ୟାୟ ମିଳିପାରିନି । ଓଡିଶାର ସାମ୍ବାଦିକ ଭାଇ ମାନକୁ ଅନୁରୋଧ କରିବାକୁ ଚାହୁଞ୍ଚିକି ଏହାର ସତ୍ୟାସତ୍ୟ କଣ ଅଟେ ବାହାରକୁ ଆଣନ୍ତୁ ଓ ଆର୍ନବ ଗୋସ୍ଵାମୀ ଭଳି ସାହସ ରଖୀ କାହାକୁ ନ ଡଋ ଆଗକୁ ବଢନ୍ତୁ । ଆର୍ନବ ଗୋସ୍ଵାମୀ ଆଜି ଦୃଢ ମନୋବଳ ରଖି କିଛି ଭଲ ପଦକ୍ଷେପ ନେଇଥିବାରୁ ଆଜି ସୁଶାନ୍ତ କେସରେ ସିବିଆଇ ଯାଞ୍ଚ କରିବା ବୋଲି ନିସ୍ପତି ନିଆଗଲା ।

ଆମ ଓଡିଶାର ଗର୍ବ ଓ ଗୌରବ ଥିଲେ ଆଦିତ୍ୟ ଦାସ ତାଙ୍କ ପାଇଁ ସୁପ୍ରିମ କୋର୍ଟରେ ଅପିଲ କରାଯାଉ ସିବିଆଇ ତଦନ୍ତ ପାଇଁ କାରଣ ଜିଆରପି ପୋଲିଶ ଓ କ୍ରାଇବ୍ରାଞ୍ଚ ପୋଲିଶ ଉପରେ ଭରସା ନହିଁ ।

Image Courtesy: Google

କେସରେ କଣ ତଦନ୍ତ ହେଲା ଓ କୌଣସି ସାମ୍ବାଦିକ ସମଳନୀ ହେଲାନିକି କେସ କେଉଁ ପର୍ଯ୍ୟନ୍ତ ଗଲା । ଯେଉଁ ଭାଇମାନ ଚାହୁଞ୍ଚନ୍ତିକି ଆଦିତ୍ୟଙ୍କୁ ନ୍ୟାୟ ମିଳୁ ଓ ସତ କଣ ପର୍ଦାଫାଶ ହେଉ ସଠିକ ଭାରେ ତଦନ୍ତ ହେଉ ସେମାନଙ୍କ ପାଇଁ ଗୋଟେ ଗ୍ରୁପ କରାଯାଉ ଯେଉଁଥିରେ ସେମାନେ ପ୍ରତେକ୍ଷ ବା ପରୋକ୍ଷ ଭାବରେ ସାହାର୍ଯ୍ୟ କରିପାରିବେ । ସୋସିଆଲ ମିଡିଆରେ ଗୋଟେ ଆକାଉଣ୍ଟ ଖୋଲାଯାଉ ଯେଉଁଥିରେ ସମସ୍ତ ଓଡିଶାବାସୀ ନିଜର ସହଯୋଗ କରି ଅନ୍ୟାୟ ବିରୁଦ୍ଧରେ ସ୍ଵରତୋଳନ କରିପାରିବେ ।

Image Courtesy: Google

ଏବେ ଆଉ ଗୋଟେ କଥା ଶୁଣିବାକୁ ମିଳୁଛି ଯେଉଁଠି ଆଦିତ୍ୟ ଦାସଙ୍କ ପରିବାର ରହୁଥିଲେ ସେଇ ଘରଟା ଏଗ୍ରୀମେଣ୍ଟ ଥିଲା କିନ୍ତୁ ପର୍ଯ୍ୟନ୍ତ ଘରର ଏଗ୍ରୀମେଣ୍ଟ ପୁରା ହୋଇନି ଏବେ ଘରର ମାଲିକ କହୁଛନ୍ତି ଘର ଛାଡିବା ପାଇଁ ଓ ତାଙ୍କ ପରିବାର ଲୋକଙ୍କୁ ଘରୁ ବାହାର କରିବା ପାଇଁ ଚକ୍ରାନ୍ତ କରୁଛନ୍ତି । ଯଦି ଏହି କଥାଟି ସତ୍ୟ ହୋଇଥାଏ ତାହେଲେ ପ୍ରଶାସନ କିଛି ପଦକ୍ଷେପ ନେବା କଥା କାରଣ ଘରର ଏଗ୍ରୀମେଣ୍ଟ ଏବେ ପର୍ଯ୍ୟନ୍ତ ଶେଷ ହୋଇନି ଓ ସେ ନିୟମର ଉଲଂଘନ କରୁଛନ୍ତି । ତାଙ୍କର ଏମିତି ପରିଷ୍ଟିତିରେ ତାଙ୍କ ପରିବାର ଲୋକଙ୍କୁ ଏମିତି ବ୍ୟବହାର କରାଯାଉଛି ।

Image Courtesy: Google

ଏଥିପାଇଁ ନିହାତି ଭାବରେ କିଛି ପଦକ୍ଷେପ ନେବା ଦରକାର ନହେଲେ ଆଗକୁ ଆନ୍ଦୋଳନ ହେବ ଓ ଆଗାମୀ ଦିନରେ ଯେଉଁ ଲୋକମାନେ ସମାଜସେବୀ ହେବ ପାଇଁ ନିଜକୁ ଉଶ୍ଚାର୍ଗ କରିବାକୁ ଚାହାନ୍ତି ସେମାନଙ୍କୁ ଆମେ ଆମ ସହିତ ଜଡିତ କରିବୁ ଓ ଅନ୍ୟାୟ ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିବୁ । ଏହିକେଶରେ ସଠିକ ଭାବରେ ତଦନ୍ତ ହେଉ ଓ ଠିକ ପଦକ୍ଷେପ ନିଆଯାଉ । ଆଦିତ୍ୟ ଦାସଙ୍କୁ ନ୍ୟାୟ ମିଳୁ ।

ଓଡିଶାର ଯୁବ ସମାଜ ଏହପ୍ରତି ଧ୍ୟାନଦେବା ପାଇଁ ଅନୁରୋଧ କରିବି । ଓ ସାମ୍ବାଦିକ ଭାଇମାନେ ଏହି ଜିନିଷ ପ୍ରତି ଟିକେ ଗୁରୁତ୍ଵ ଦେଇ ସତ୍ୟର ଉନ୍ମୋଚନ କରନ୍ତୁ । କି ଭଳି ଭାବରେ ଏହାତ ଉଚ ସ୍ତରୀୟ ତଦନ୍ତ ହୋଇପାରିବ ତାର ପ୍ରୟାସ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *