୨୪ ରୁ ୨୭ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା- ୧୩ ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

ଉତର ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ହେବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ ସ୍ଥାନରେ ବହୁତ ଜୋରେ ବର୍ଷା ହେବାର ଆଶଙ୍କା କରାଯାଉଛି । ବିଶେଷ ସୂତ୍ରରୁ ପ୍ରକାଶ ହୋଇଛି କି ଉତର ଓଡିଶା ଓ ଉତର ଉପକୂଳ ଓଡିଶାରେ ବିଭିନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଆଖି ଆଗରେ ରଖି ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକୁ ୟେଲ୍ଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ ଯେମିତିକି ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ପୁରୀ ଓ ଅନୁଗୁଳ ।

Image Courtesy: Google

ସେହିପରି ଆସନ୍ତା କାଲି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ । ଏହିସବୁ ଜିଲ୍ଲାକୁ କାଲି ଅରେଙ୍ଗ ୱାର୍ନିଙ୍ଗ ଜାରି କରାଯାଇଛି । ପାଣିପାଗ ବିଭାଗର ଆକଳନ ପରେ ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ଏସ ଆର ସି । ବେସୀ କରି ତଳିଆ ଅଞ୍ଚଳ ଓ କଚା ଘରେ ରହୁଥିବା ଲୋକଙ୍କୁ ନଜରରେ ରଖିବାକୁ ପ୍ରଶାସନକୁ କୁହାଯାଇଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *