AIIMS ମୁଖ୍ୟ Randeep Guleria କହିଲେ କୋଭିଡର ତୃତୀୟ ଲହରୀ ବିଷୟରେ କିଛି ଖାସ କଥା, ପଢନ୍ତୁ ସମ୍ପୁର୍ଣ୍ଣ ଖବର

ଭାରତରେ କରୋନାର ଦ୍ଵିତୀୟ ଲହର ଜାରି ଅଛି । ଏହା ମଧ୍ୟରେ ସବୁଦିନ କିଛି ଲୋକମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ତ ଅନ୍ୟ ପଟେ କେତେକ ଲୋକମାନଙ୍କର ପ୍ରାଣ ଚାଲି ଯାଉଛି । କିନ୍ତୁ ସରକାର ଯଥା ସମ୍ଭବ କରୋନାକୁ ଦୂର କରିବା ପାଇଁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ସରକାର ଟୀକାକରଣ କାର୍ଯ୍ୟକ୍ରମ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

କାରଣ ଦେଶରେ ଯଦି ସମସ୍ତେ ଟୀକା ନେଇଯିବେ ତେବେ କରୋନାର ଭୟ ପାଖାପାଖି ସବୁଦିନ ପାଇଁ ଚାଲିଯିବ ଓ ଦେଶରେ ପୂର୍ବ ଭଳି ସ୍ଥିତି ଦେଖିଯିବ ଯେମିତି କି ଆପଣ ସମସ୍ତେ ବୁଲି ପାରିବେ, ମନ ଇଚ୍ଛା କାମ କରି ପାରିବେ ଇତ୍ୟାଦି । ସମସ୍ତେ ନିଜ ନିଜର କାମକୁ ମଧ୍ୟ ଯାଇ ପାରିବେ । ଆଶ୍ଵସ୍ତିର ଖବର ଏହା ଅଟେ କି ଭାରତରେ ବର୍ତ୍ତମାନ ଦ୍ଵିତୀୟ ଲହରର ପ୍ରଭାବ କମ ଦେଖିବାକୁ ମିଳୁଛି ଅର୍ଥାତ ସଂକ୍ରମଣର ହାର ଓ ମୃତ୍ୟୁର ହାର କମ ହେବାରେ ଲାଗିଛି ।

ଯାହାକି ସମସ୍ତଙ୍କ ପାଇଁ ଏକ ପ୍ରକାରର ଖୁସିର ଖବର । କିନ୍ତୁ ଦ୍ଵିତୀୟ ଲହର ସମାପ୍ତ ହେବା ସମୟରେ ଲୋକମାନେ ମନରେ କରୋନାର ତୃତୀୟ ଲହରକୁ ନେଇ ବହୁତ ଚିନ୍ତା ପ୍ରକଟ କରୁଛନ୍ତି । ତୃତୀୟ ଲହରକୁ ନେଇ ବହୁତ ଲୋକ ବହୁତ କଥା କହୁଛନ୍ତି । ଏହା ସହିତ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି କି କଣ ଭାରତରେ ତୃତୀୟ ଲହର ଆସିପାରେ ଓ ତୃତୀୟ ଲହରର ପ୍ରଭାବ କେମିତି ରହିବ । ବର୍ତ୍ତମାନ ଏହାକୁ ନେଇ ଦିଲ୍ଲୀ ଏମ୍ସର ନିର୍ଦେଶକ ରନ୍ଦୀପ ଗୁଲେରିଆ ନିଜର ମତ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି କି ଲୋକମାନେ ଯଦି କରୋନାର ନିୟମ ମାନିବେ ନାହିଁ ଓ ସବୁ ଜିନିଷକୁ ହେୟଜ୍ଞାନ କରିବେ ତେବେ ଆସନ୍ତା ୬ ରୁ ୮ ସପ୍ତାହ ମଧ୍ୟରେ ଦେଶରେ କରୋନାର ତୃତୀୟ ଲହର ଦେଖାଯାଇ ପାରେ । ଯେଉଁ ସମୟ ପର୍ଯ୍ୟନ୍ତ ଦେଶର ଅଧା ରୁ ଅଧିକ ଲୋକମାନଙ୍କର ଟୀକାକରଣ କରାଯାଇ ନାହିଁ ସେହି ସମୟ ପର୍ଯ୍ୟନ୍ତ ସମସ୍ତଙ୍କୁ କୋଭିଡ ନିୟମ ପାଳନ କରିବା ଉଚିତ । ସେ ଟିକାକାରଣ ଉପରେ ବି ଗୁରୁତ୍ଵ ଦେବା ପାଇଁ ସରକାରଙ୍କୁ କହିଛନ୍ତି ।

ଏହା ସହିତ କୋଭିଡ ହଟ୍ସପଟ ଗୁଡିକ ଉପରେ କଡା ନଜର ରଖିବା ଉଚିତ । ଅନ୍ୟ ପଟେ କେତେକ ଅନ୍ତର୍ଜାତୀୟ ସଂସ୍ଥା ଭାରତରେ ଅକ୍ଟୋବର ମାସ ସୁଧା କରୋନାର ତୃତୀୟ ଲହର ଆସିପାରେ ବୋଲି କହିଛନ୍ତି । କିନ୍ତୁ ରିପୋର୍ଟ ଅନୁସାରେ ଏହା ଦ୍ଵିତୀୟ ଲହର ଭଳି ବେକାବୁ ହେବ ନାହିଁ । କହିଦେଉଛୁ କି ଭାରତରେ ବର୍ତ୍ତମାନ ସଂକ୍ରମଣର ସଂଖ୍ୟା କମ ହେଉଥିବା କାରଣରୁ କେତେକ ରାଜ୍ୟରେ ଅନଲକର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ।

ଆସନ୍ତାକାଲି ଠାରୁ ତେଲେଙ୍ଗନାରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବ । ଏହା ପୂର୍ବରୁ ଦିଲ୍ଲୀରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କିନ୍ତୁ ଯଦି ଆମେ ସମସ୍ତେ କୋଭିଡ ନିୟମ, ସାମାଜିକ ଦୂରତା ଓ ମୁହଁରେ ମାସ୍କ ପିନ୍ଧିବା ତେବେ ଦେଶରୁ କରୋନା ଜଲ୍ଦି ଦୂର ହୋଇଯିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *