ଟାଟୁ ଗୀତ ନେଇ ମାର୍କେଟକୁ ଆସୁଛନ୍ତି ଯାତ୍ରା ଟାଇଗର ଦୈତାରୀ ପଣ୍ଡା, Video ହେଉଛି ଭାଇରାଲ

ଟାଟୁ ॥ ଟାଟୁ ଅଜାଗାରେ ଟାଟୁ । ଅତିଶୀଘ୍ର ଓଡିଶା ବଜାରକୁ ଆସୁଛି ମନୋରଞ୍ଜନ ସାଙ୍ଗକୁ ସଚେତନ ଧର୍ମୀ ଓଡିଆ ମ୍ୟୁଜିକ ଆଲବମ । ଏହି ମ୍ୟୁଜିକ ଆଲବମର ନା ରହିଛି ତୋ ଅଜାଗାରେ ଟାଟୁ । ଆଜିକାଲି ଯୁବ ପିଢୀ ମାନେ ସୋସିଆଲ ମିଡିଆ ଜରିଆରେ ପଥଭ୍ରଷ୍ଠ ହେଉଛନ୍ତି ।

ସେମାନଙ୍କୁ ସଚେତନ କରାଇବା ପାଇଁ ଏହି ଗୀତା ତିଆରି ହୋଇଛି । ଜଲିଉଡ ଟାଇଗର ଦୈତାରୀ ପଣ୍ଡା ସଂଳାପ ଦେଉଥିବା ବେଳେ ରାଜ କୁମାର କଣ୍ଠ ଦାନ କରିଛନ୍ତି । ବିଭୁତି ସ୍ଵାଇଁ ଗୀତଟିକୁ ଲେଖିଲା ବେଳେ ରଶ୍ମି ରଞ୍ଜନ ପଣ୍ଡା ନିର୍ଦେଶନା ଦେଇଛନ୍ତି ।


ସମାଜରେ ଚାଲୁଥିବା ଘଟଣା ଓ ଦୁର୍ଘଟଣା ଏହି କାରୋନା ସମୟରେ ସବୁ ବାହାରକୁ ଆସିଛି ଯାହା ଆମେ ପିଲା ଦିନରୁ କେବେ ଶୁଣି ନଥିଲୁ ତାହା ସବୁ ଘଟୁଛି । ଅସମ୍ଭବ କଥା ସମ୍ଭବ ହେଉଛି ଏଠି । ଗୀତାର ନାମ ହେଉଛି ଅଜାଗାରେ ଟାଟୁ, ସମାଜକୁ ଚେତନା ଓ ସଂସ୍କାର ଦେବା ପାଇଁ ଏହି ଗୀତଟି କରାଯାଇଛି । ଗୀତଟିକୁ ଲେଖିଛନ୍ତି ବିଭୁତି ସ୍ଵାଇଁଆଉ ସ୍ଵର ଦେଇଛନ୍ତି ରଶ୍ମି ରଞ୍ଜନ ସ୍ଵାଇଁ । ପରିଚାଳନା କରିଛନ୍ତି ମିଟୁ, ଆଉ ଗୀତଟି ଗାଇ ଛନ୍ତି ମୋର ପ୍ରିୟ ଭାଇ ଯିଏ ବହୁତ ଦିନ ଧରି ମୋ ସହିତ କାମକରୁଥିଲେ କୋଣାର୍କ ଗଣ ନାଟ୍ୟରେ ରାଜ୍କୁମାର ।

ଗୀତଟି ନିଶ୍ଚିନ୍ତ ଭାବରେ ସମସ୍ତଙ୍କ ମର୍ମକୁ ଭେଦିବ । ନିଶ୍ଚିତ ସଚେତନ ହେବେ ସମସ୍ତେ, ସମଯରେ ଘଟୁଥିବା ଘଟଣାକୁ ଆଖି ଆଗରେ ରଖି ସମାଜର ସଂସ୍କାର ଓ ଯୁବ ପିଢୀ ମାନଙ୍କୁ ସଚେତନ କରିବା ପାଇଁ ବର୍ତମାନ ଅକାଳରେ ଝଋ ପଡ଼ୁଛନ୍ତି ଯେଉଁ ମାନେ ବଡ ବଡ ଆଣ୍ଡ୍ରଏଡ ଧରି ସେମାନେ ତଳକୁ ତଳ ଯାଉଛନ୍ତି । ଆମେ ଭାବୁଛୁ ଯେତେ ଆଗେଇ ଯାଉଛୁ ସମାଜର ସଂସ୍କାର ସେତେ ତଳକୁ ଖସି ଯାଉଛି ।


ଗୀତିଏ ପଦରେ ଶୁଣିବେ ଗୀତାରେ ରହିଛି ପୁରୁଣା କାଳରେ ଚିତା କୁଟାଉଥିଲେ ଆମେ ବୁଢୀ ମା ମାନେ ଆଉ ଏହା ଗୋଟେ ପରମ୍ପରା ରହିଥିଲା ଚିଟା କାଟିବାର କିନ୍ତୁ ଏବେ ଯୁବ ପିଢୀ ଚିତା କାଟୁଛନ୍ତି । ସମାଜକୁ ପଥ ଭ୍ରଷ୍ଟ କରୁଛନ୍ତି ।

ଗୀତାର ସାରାଂଶ ପ୍ରାୟ ସେଇଆ ରହିଛି । ସମାଜର ସଚେତନତା ପାଇଁ ଏହିଭଳି ଗୀତଟି ନିର୍ମାଣ କରାଯାଇଛି । ଯଦି ଏହି ଲେଖାଟି ଭଲ ଲାଗିଛି ଆଉ ବହୁତ ମାତ୍ରାରେ ଲାଇକ ଓ ସେୟାର କରନ୍ତୁ ଆଉ ଆମ ସହିତ ଏମିତି ଜଡିତ ହୋଇ ରହିବାକୁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *