Bollywood ର ଫେମସ ଅଭିନେତ୍ରୀ Minakshiଙ୍କର ଆଜି ହୋଇଯାଇଛି ଏମିତି ଅବସ୍ଥା

ବଲିଉଡ ରେ ୯୦ ଦଶକରେ ଏମିତି ଅନେକ ଅଭିନେତ୍ରୀ ମାନେ ଥିଲେ ଯେଉଁ ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଆଜି ବି ଲୋକ ମାନଙ୍କ ମନରେ ଘର କରି ରହିଛନ୍ତି । ଆଜି ବି ଲୋକ ମାନେ ଏମିତି କିଛି ଅଭିନେତ୍ରୀ ଙ୍କୁ ବଡ ପରଦାରେ ଦେଖିବାକୁ ଆଗ୍ରହ ହେଉଛନ୍ତି । ଏମିତି କିଛି ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ବଲିଉଡରେ ସଫଳତା ହାସଲ କରିବା ପରେ ସବୁ ଦିନ ପାଇଁ ବଲିଉଡ ଠାରୁ ବିଦାୟ ନେଇଛନ୍ତି ।

ସେମାନଙ୍କ ମଧ୍ୟ ରୁ ଏମିତି ଜଣେ ଅଭିନେତ୍ରୀ ହେଉଛନ୍ତି ମିନାକ୍ଷୀ ଶେଷାଦ୍ରି ଯିଏ କି ବଲିଉଡରେ ସଫଳ ହାସଲ କରିବା ପରେ ବିଦାୟ ନେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବଲିଉଡରେ ୯୦ ଦଶକରେ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରି ଜଣାଶୁଣା ସେଲିବ୍ରେଟି ଭାବେ ପରିଚିତ ଥିଲେ । ସେ ତାଙ୍କ ସମୟରେ ସବୁଠାରୁ ସୁନ୍ଦର ଅଭିନେତ୍ରୀ ଭାବେ ଜଣାଶୁଣା ଥିଲେ । କିନ୍ତୁ ବଲିଉଡରେ ସଫଳ ହେବା ପରେ ସେ ସବୁ ଦିନ ପାଇଁ ଅଭିନୟ ଦୁନିଆରୁ ବିଦାୟ ନେଇଥିଲେ ।

୧୯୬୩ ନଭେମ୍ବର ୧୬ରେ ଝାଡଖଣ୍ଡର ଶିମିରିରେ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ୧୭ ବର୍ଷ ବୟସରେ ମିସ ଇଣ୍ଡିଆ କିତାବ ହାସଲ କରିଥିଲେ । ମିସ ଇଣ୍ଡିଆ ଜିତିବାର ୩ ବର୍ଷ ପରେ ବଲିଉଡରେ ଡେବ୍ୟୁ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ହିରୋ ଥିଲା ଯାହା ବ୍ଲକବାଷ୍ଟର ହୋଇଥିଲା ଯେଉଁଥିରେ ଅଭିନେତ୍ରୀ ମିନାକ୍ଷୀ ଅଭିନେତା ଜ୍ୟାକିଶ୍ରଫଙ୍କ ସହ ଅଭିନୟ କରିଥିଲେ । ଏହା ପରେ ତାଙ୍କର ଦାମିନୀ ଫିଲ୍ମ ପାଇଁ ସେ ପପୁଲାର ହୋଇ ପାରିଥିଲେ ।

ସେ ତାଙ୍କ କ୍ଯାରିୟରରେ “ମେରି ଜଙ୍ଗ”, “ଘାୟଲ”, “ଘାତକ”, “ସେହେନ୍ସା”, “ଘର ହୋ ତୋ ଏସା”, “ତୁଫାନ” ଭଳି ଅନେକ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ବଲିଉଡରେ ରାଜ କରିବା ପରେ ସେ ୧୯୫୫ରେ ଇଂଭେଷ୍ଟମେଣ୍ଟ ବ୍ଯାଙ୍କର ହରିଶ ମସୁରଙ୍କ ସହ ମ୍ୟାରେଜ କରିଥିଲେ । ମ୍ୟାରେଜ ପରେ ମିନାକ୍ଷୀ ବଲିଉଡ ଦୁନିଆରୁ ବିଦାୟ ନେଇ ଆମେରିକାରେ ସିଫ୍ଟ ହୋଇ ଯାଇଥିଲେ । ମିନାକ୍ଷୀ ଓ ହରିଶ ଦୁହେଁ କୋର୍ଟ ମ୍ୟାରେଜ କରିଥିଲେ । ଦୁହିଙ୍କର ୩ଟି ପିଲା ଅଛନ୍ତି ।

ଅଭିନେତ୍ରୀ ମିନାକ୍ଷୀ ଅଭିନୟ ବ୍ଯତୀତ ଡ୍ୟାନ୍ସ ପ୍ରତି ବହୁତ ଆଗ୍ରହ ଥିଲେ । ସେ ଅଭିନୟ ଛାଡି ଦେଇଥିଲେ ସତ କିନ୍ତୁ ଡ୍ୟାନ୍ସ ରେଫର ସହ ଯୋଡି ହୋଇ ରହିଛନ୍ତି । ସେ ୨୦୦୮ରେ ତାଙ୍କର ଡ୍ୟାନ୍ସ ସ୍କୁଲ ଚ୍ୟାରୀ ଡ୍ୟାନ୍ସ ସ୍କୁଲ ଖୋଲି ତାହାର ପରିଚାଳନା କରୁଛନ୍ତି । ଏହି ସ୍କୁଲରେ ପିଲାଙ୍କ ଠାରୁ ଆରମ୍ଭ କରି ସବୁ ବୟସର ଲୋକ ମାନେ ଡ୍ୟାନ୍ସ ଶିଖିବାକୁ ଆସୁଛନ୍ତି । ଅଭିନେତ୍ରୀ ମିନାକ୍ଷୀ ଭରତ ନାଟ୍ୟମ ଠାରୁ ଆରମ୍ଭ କରି କଥକ, କୁଚିପୁଡି ଡ୍ୟାନ୍ସ ପିଲାଙ୍କୁ ଶିଖାଉଛନ୍ତି ।

ଆଜି ଅଭିନେତ୍ରୀ ମିନାକ୍ଷୀ ଦେଖିବାକୁ ବହୁତ ଅଲଗା ହୋଇ ଯାଇଛନ୍ତି । ତାଙ୍କୁ ପ୍ରଥମ ନଜରରେ ଦେଖିଲେ ଲାଗିବନି ଯେ ଇଏ ସେ ମିନାକ୍ଷୀ ଯିଏ “ଦାମିନୀ” ଫିଲ୍ମରେ ନିଜର ଅଭିନୟ ଯାଦୁରେ ଦର୍ଶକ ମାନଙ୍କ ହୃଦୟ ଜିତିଥିଲେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *