ଆଜି ଠାରୁ ଦୁର୍ଗାପୂଜା ପାଇଁ ଟ୍ଵିନସିଟିରେ ଲାଗୁହେଲା କଟକାଣା…. ଦେଖନ୍ତୁ କଣ ରହିଛି ନିୟମ

ନମସ୍କାର ବନ୍ଧୁଗଣ । ଆଜିର ବଡ ଖବର ହେଉଛି ଦୁର୍ଗାପୂଜା ପାଇଁ ଆଜି ଠାରୁ କଟକଣା ଲାଗୁ ହେଲା । ରାତି ୮ଟା ପରେ ଦୋକାନ ବଜାର ବନ୍ଦ ହେବ । ଟ୍ଵିନ ସିଟି ପାଇଁ ଆଜି ଠାରୁ ଲାଗୁ ହେବ ନୂଆ ନିୟମ । ଆଜି ଠାରୁ କଟକ ଓ ଭୁବେନେଶ୍ବର ରେ ଲାଗିବ ୧୦ ଦିନ ପାଇଁ କଟକଣା । ରାତି ୮ଟା ରୁ ସକାଳ ୫ଟା ଯାଏଁ ରହିବ ନାଇଟ କରଫୁ । ଅକ୍ଟୋବର ୧୧ ରୁ ୨୦ ତାରିଖ ଯାଏଁ ଏହି ନୂଆ ନିୟମ ଲାଗୁ ରହିବ । କଟକ ଓ ଭୁବନେଶ୍ଵର ରେ ସ୍ଵତନ୍ତ ଭାବେ ରାତ୍ରି କାଳୀନ କରଫୁ ବଳବତ୍ତର ରହିବ । ସରକାର ଦଶହରା ବଜାରରେ ଲୋକ ମାନକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ଏହି ସମୟରେ ଯଦି କେହି ବ୍ୟକ୍ତି ନିୟମର ଉଲଂଘନ କରେ ତେବେ ତାର ଫାଇନ କରାଯିବ ବୋଲି ସୂଚନା ମିଳିଛି । ଆଉ ଯଦି କୌଣସି ବ୍ୟକ୍ତି ଅଧିକ ଅମାନିଆ ହୁଏ ତେବେ ଗି-ର-ଫ କରାଯିବ ବୋଲି ଚେତାଇ ଦେଇଛନ୍ତି ପୋଲିସ କମିଶନର । ସେପରେ ପାର୍ବଣ ଋତୁରେ ପ୍ରାକୃତିକ ରଙ୍ଗ ବେଭର ସହ ଥର୍ମାକଣ ବ୍ୟବହାର ନ କରିବାକୁ କଡା ନିର୍ଦେଶ ଦେଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପୋର୍ଟ । ଯଦି ଏହି ନିୟମ ଭଙ୍ଗ କରାଯାଏ ତେବେ ସମ୍ପୃକ୍ତ ପୂଜା କମିଟି ଉପରେ ଜୋରିମାନା ଓ ଦୁଇ ବର୍ଷ ପାଇଁ ପୂଜା ଉପରେ କଟକଣା ଲଗାଯିବ ବୋଲି ବୋର୍ଡ ସୂଚନା ଦେଇଛି ।

ଯଦି କୌଣସି ବ୍ୟକ୍ତି ଦୁର୍ଗାପୂଜା ର ନିୟମର ଭଙ୍ଗ କରିବେ ତେବେ ତାଙ୍କ ଉପରେ କଠୋର କାର୍ଯ୍ୟ ଅନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ମତ ଦେଇଛନ୍ତି । ଏହି ନିଆୟାମ କେବଳ ଅମାନିଆ ଲୋକଙ୍କୁ ଦ୍ରୁଷ୍ଟି ରେ ରଖି କରା ଯାଇଛି । ଦୁର୍ଗାପୂଜା ରେ ଯଦି ଟିକେ ବ୍ୟତିକ୍ରମ ହୁଏ ତେବେ କୋରୋନା ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରା ଯାଉଛି । ତେଣୁ ଆମ ସମସ୍ତଙ୍କୁ ପାର୍ବଣ ସମୟରେ ଅଧିକ ସଚେତନ ରହିବା ଉଚିତ । ପୂଜା ସମୟରେ ଯଦି ଜନ ଗହଳି ହୁଏ ତେବେ କୋରୋନା ସଂକରଣ ବୃଦ୍ଧି ପାଇବ । ତେଣୁ ଆମେ ସମସ୍ତେ ସରକାରଙ୍କ ଏହି ନିୟମର ପାଳନ କରିବା ଉଚିତ । ଏପରି କରିବା ଦ୍ଵାରା କୋରୋନା ମହାମାରୀକୁ ରୋକା ଯାଇ ପାରିବ ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *