ଅଜିଙ୍କ୍ୟ ରହାଣେ ଶୁଣାଇଲେ ନିଜର ସଂଘର୍ଷର କାହାଣୀ, କହିଲେ ତାଙ୍କ ମା’ ତାଙ୍କ ପାଇଁ ….

ଭାରତୀୟ କ୍ରିକେଟ ଟିମରେ ଏମିତି ଖେଳାଳିଙ୍କର କମି ନାହିଁ ଯେଉଁମାନେ ବହୁତ ସଂଘର୍ଷ ପରେ ନିଜର ଲକ୍ଷ ହାସିଲ କରିଛନ୍ତି । ଟିମ ଇଣ୍ଡିଆର ଖେଳାଳି ଅଜିଙ୍କ୍ୟ ରହାଣେଙ୍କ ବିଷୟରେ ତ ସମସ୍ତେ ଜାଣିଛନ୍ତି ,କିନ୍ତୁ ତାଙ୍କ ସଂଘର୍ଷ ବିଷୟରେ କାହାକୁ ବି ଜଣା ନଥିଲା । ଏବେ ନିଜେ ରହାଣେ ନିଜ ଜୀବନର କଷ୍ଟ ଦିନଗୁଡିକ ବିଷୟରେ କହିଛନ୍ତି ଏବଂ ସେ କହିଛନ୍ତି କି ସେ କେଉଁ ଭଳି ସଂଘର୍ଷ କରିଥିଲେ ।

ରହାଣେ କହିଛନ୍ତି କି ସେ ନିଜ ମାଆ ଙ୍କ ପାଇଁ କ୍ରିକେଟର ହୋଇ ପାରିଛନ୍ତି । ତାଙ୍କର ଏହି ସ୍ଵପ୍ନ ପୁରା କରିବାରେ ତାଙ୍କ ମାଆଙ୍କ ହାତ ଅଛି ।

ସେ କହିଛନ୍ତି କି ତାଙ୍କ ଟ୍ରେନିଂ ପାଇଁ ତାଙ୍କ ମାଆ ୮କିମି ପାଦରେ ଚାଲିଥିଲେ କାରଣ ତାଙ୍କ ପରିବାର ଲୋକ ରିକ୍ସା ଖର୍ଚ ଉଠାଇବା ପାଇଁ ସକ୍ଷମ ନଥିଲେ । ତାଙ୍କର ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା ଏବଂ ସେ ଟ୍ରେନିଂ ପାଇଁ ନିଜ ମାଆଙ୍କ ସହିତ ଯାଉଥିଲେ । ତାଙ୍କ ମାଆ ଗୋଟିଏ ହାତରେ ତାଙ୍କର ଛୋଟ ଭାଇକୁ ଏବଂ ଅନ୍ୟ ହାତରେ ତାଙ୍କ କିଟ ବ୍ୟାଗ ଉଠାଇ ପ୍ରାୟ ୮କିମି ପାଦରେ ଚାଲୁଥିଲେ । ସେ ସପ୍ତାହକୁ ଗୋଟେ ଥର ବହୁତ କଷ୍ଟରେ ରିକ୍ସାରେ ଯାଉଥିଲେ ।

ରହାଣେ କହିଛନ୍ତି କି ସେ କେତେଥର ଏତେ ଅଧିକ ଥକି ଯାଉଥିଲେ କି ନିଜ ମାଆ ପାଖରେ ରିକ୍ସାରେ ଯିବା ପାଇଁ ଜିଦି କରୁଥିଲେ ,କିନ୍ତୁ ତାଙ୍କୁ କିଛି ଉତ୍ତର ମିଳୁନଥିଲା । ଏହି କାରଣରୁ ରେ ସପ୍ତାହକୁ ଗୋଟେ ଥର ରିକ୍ସାର ବ୍ୟବହାର କରୁଥିଲେ । ସେ କହିଛନ୍ତି କି ସେ ନିଜ ମାଆ ବାପା ଙ୍କ ପାଇଁ ଏଠାରେ ଅଛନ୍ତି ଏବଂ ତାଙ୍କ ପାଇଁ ଆଜି ବି ସେଇ ପୁରୁଣା ରହାଣେ ଅଟେ ।

ରହାଣେ ନିଜର ଟିମର ଯାତ୍ରା ବିଷୟରେ କହିଛନ୍ତି କି ଯେତବେଳ ସେ ସାତ ବର୍ଷର ଥିଲେ ସେତବେଳେ ତାଙ୍କ ବାପା ତାଙ୍କୁ ପ୍ରଥମ ଦିନ ଡୋବିବାଲି ରୁ ସିଏସଟି ପର୍ଯ୍ୟନ୍ତ ତାଙ୍କୁ ଛାଡିଥିଲେ ଏବଂ ପୁଣି କାମକୁ ଗଲେ । କିନ୍ତୁ ତାପର ଦିନ ବାପା ତାଙ୍କୁ ଏକା ଯିବା ପାଇଁ କହିଲେ ।

ରହାଣେଙ୍କ ବାପା ତାଙ୍କୁ ଡୋବିବଲି ଷ୍ଟେସନରେ ଛାଡି ଦେଉଥିଲେ ଯେଉଁଠାରୁ ସେ ଟ୍ରେନରେ ଟ୍ରେନିଂ ସେଣ୍ଟର ପର୍ଯ୍ୟନ୍ତ ଯାଉଥିଲେ । ପରେ ରହଣେଙ୍କ ଜଣାପଡିଲା କି ତାଙ୍କ ବାପା ପଛ ଡବାରେ ରହୁଥିଲେ ଏବଂ ଏହା ଦେଖୁଥିଲେ କି ସେ ଏକା ଯାତ୍ରା କରିପାରୁଛନ୍ତି କି ନାହିଁ । ରହାଣେ କହିଛନ୍ତି କି ମତେ ନିଜ ପରିବାରର ସବୁ କଥା ,ତାଙ୍କର ତ୍ୟାଗ ସବୁକିଛି ମନେଅଛି ଯାହା ସେ ମୋ ପାଇଁ କରିଥିଲେ ।

Leave a Reply

Your email address will not be published. Required fields are marked *